ସାଙ୍ଗର ୧୪ ବର୍ଷ ନାବାଳିକା ସହ ଦୁଷ୍କର୍ମ ମାମଲା: ଦିଲ୍ଲୀ ଅଫିସରଙ୍କ ଉପରେ ନିଆଗଲା କାର୍ଯ୍ୟାନୁଷ୍ଠାନ

ନୂଆଦିଲ୍ଲୀ : ସାଙ୍ଗର ୧୪ ବର୍ଷ ଝିଅକୁ କିଛି ମାସ ଧରି ଦୁଷ୍ମର୍ମ କରାଯାଇଥିଲା, ଦିଲ୍ମୀ ମହିଳା ଏବଂ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନିଆଯାଇଛି । ଏହି ଖବର ପ୍ରଚାର ହେବା ପରେ ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ ଦୃଢ କାର୍ଯ୍ୟନୁଷ୍ଠାନ ଗ୍ରହଣ କରିଛନ୍ତି ।

ଏହି ଘଟଣା ସମ୍ପର୍କରେ ରିପୋର୍ଟ ଦାଖଲ କରିବାକୁ ମୁଖ୍ୟମନ୍ତ୍ରୀ ଆଦେଶ ଦେଇଛନ୍ତି । ‘ଆପ’ ନେତା ସୌରଭ ଭରଦ୍ୱାଜ କହିଛନ୍ତି ‘ଏହା ଏକ ଜଙ୍ଘନ୍ୟ ଅପରାଧ , ଏଥିରେ ତାଙ୍କ ପତ୍ନୀ ମଧ୍ୟ ସାମିଲ ଅଛନ୍ତି । ଏହି ଦୁଷ୍କର୍ମ ସମାଜ ପାଇଁ ଖରାପ ଅଟେ। ଖୁବଶିଘ୍ର ଏହା ଉପରେ କାର୍ଯ୍ୟନୁଷ୍ଠାନ ଗ୍ରହଣ କରାଯିବା ଉଚିତ ।’

ମୁଖ୍ୟମନ୍ତ୍ରୀ ଅଫିସରଙ୍କୁ ନିଲମ୍ବନ କରିବା ପାଇଁ କହିଛନ୍ତି । ଏହା ଛଡା ମୁଖ୍ୟସାଶନ ସଚିବଙ୍କୁ ରିପୋର୍ଟ ଦେବାକୁ କହିଛନ୍ତି । ଅନେକ ମାସ ହେବ ବନ୍ଧୁଙ୍କ ଝିଅକୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ମହିଳା ଓ ଶିଶୁ ବିକାଶ ବିଭାଗର ଜଣେ ବରିଷ୍ଠ ଅଧିକାରୀଙ୍କ ନାମରେ ମାମଲା ରୁଜୁ ହୋଇଛି । ନାବାଳିକାଙ୍କୁ ୧୪ ବର୍ଷ ହୋଇଥିବା ବେଳେ ସେ ଦ୍ୱାଦଶ ଶ୍ରେଣୀରେ ପଢନ୍ତି । ୨୦୨୦ରେ ନାବାଳିକାର ପିତାଙ୍କ ମୃତ୍ୟୁ ହେବା ପରେ ଅଫିସର ଜଣକ ତାଙ୍କୁ ଘରେ ନେଇ ରଖିଥିଲେ ।

ଏହା ପରେ ସେବେ ଠାରୁ ଅର୍ଥାତ ୨୦୨୦ ରୁ ୨୦୨୧ ମଧ୍ୟରେ ଅଫିସର ଜଣଙ୍କ ନାବାଳିକା ସହିତ ବହୁବାର ଦୁଷ୍ମର୍ମ କରିଛନ୍ତି । ଯାହା ଫଳରେ ସେ ଗର୍ଭଧାରଣ କରିଥିଲେ । ଏହା ପରେ ଅଫିସର ଜଣଙ୍କ ତାଙ୍କ ସ୍ତ୍ରୀଙ୍କୁ ଏହି ବିଷୟରେ ଜଣାଇଥିଲେ । ଏହା ପରେ ତାଙ୍କ ସ୍ତ୍ରୀ ଔଷଧ ଦେଇ ଘରେ ତାଙ୍କ ଗର୍ଭପାତ କରିଥିଲେ ।