fbpx
BSKY SKY
BSKY SKY

ଏଥର ପିଲାଙ୍କର ନୂଆବର୍ଷ ଜମିବ: ଜାନୁଆରୀ ୧ରୁ ୧୫ ତାରିଖ ପର୍ଯ୍ୟନ୍ତ ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ଛୁଟି ଘୋଷଣା

BSKY

ନୂଆଦିଲ୍ଲୀ: ଆଉ ମାତ୍ର ୮ ଦିନ ପରେ ପାଦ ଦେବ ନୂଆବର୍ଷ- ୨୦୨୪ । ସାଧାରଣ ଭାବେ ନୂଆବର୍ଷରେ ଛୁଟି ମନାଇବାକୁ ସମସ୍ତେ ଚାହିଁଥାନ୍ତି । ମାତ୍ର କାହାକୁ ଏହି ସୁଯୋଗ ମିଳିଥାଏ ତ ଆଉ କାହାକୁ ମିଳିନଥାଏ । ତେବେ ନୂଆବର୍ଷରେ ସ୍କୁଲ ପିଲାମାନେ ମଉଜ କରିପାରିବେ । ଏନେଇ ଆସିଛି ଏକ ଖୁସି ଖବର । ନୂଆ ବର୍ଷରେ ସ୍କୁଲ ପିଲାଙ୍କୁ ୧୫ ଦିନ ଛୁଟି ମିଳିବ ।

ସୂଚନା ମୁତାବକ, ଅତ୍ୟଧିକ ଥଣ୍ଡାକୁ ଦୃଷ୍ଟିରେ ରଖି ସ୍କୁଲ ଛୁଟି ଘୋଷଣା କରାଯାଇଛି । ତେଣୁ ନୂଆ ବର୍ଷ ପହିଲାରୁ ୧୫ ତାରିଖ ପର୍ଯ୍ୟନ୍ତ ସ୍କୁଲ ବନ୍ଦ ରହିବ । ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ପାଇଁ ଏହି ନିୟମ ଲାଗୁ ହେବ । ଏନେଇ ସମସ୍ତ ଜିଲ୍ଲାର ଶିକ୍ଷାଧିକାରୀ, ଜିଲ୍ଲା ମୌଳିକ ଶିକ୍ଷାଧିକାରୀ, ସ୍କୁଲ ପ୍ରିନ୍ସିପାଲ ଓ ହେଡମାଷ୍ଟରଙ୍କୁ ଅବଗତ କରାଯାଇଛି । ହରିୟାଣା ଶିକ୍ଷା ବିଭାଗ ପକ୍ଷରୁ ଏଭଳି ନିର୍ଦ୍ଦେଶନାମା ଜାରି କରାଯାଇଛି ।

ସରକାରୀ ନିର୍ଦ୍ଦେଶନାମା ମୁତାବକ, ସମସ୍ତ ଘରୋଇ ସ୍କୁଲ ଓ ସରକାରୀ ସ୍କୁଲମାନଙ୍କରେ ନିର୍ଦ୍ଧାରିତ ଶିଡ୍ୟୁଲ ଅନୁସାରେ ଛୁଟି ଲାଗୁ ହେବ । ନୂଆ ବର୍ଷର ପ୍ରଥମ ଦିନରୁ ହିଁ ଏହି ଛୁଟି ଆରମ୍ଭ ହେବ । ବର୍ତ୍ତମାନ ସମୟରେ ହରିୟାଣାରେ ପ୍ରବଳ ଥଣ୍ଡା ଅନୁଭୂତ ହେଉଛି । ରାଜ୍ୟରେ ସର୍ବନିମ୍ନ ତାପମାତ୍ରା ୮ ଡିଗ୍ରୀ ସେଲସିୟସରୁ କମ୍ ରହିଛି । ଅନେକ ସ୍ଥାନରେ ସକାଳ ସମୟରେ କୁହୁଡ଼ିମୟ ଦେଖିବାକୁ ମିଳୁଛି । ପରିଣାମ ସ୍ୱରୂପ ଅନେକ ସଡ଼କ ଦୁର୍ଘଟଣା ଘଟୁଛି । ଥଣ୍ଡାର ପ୍ରଭାବରେ ଜନସାଧାରଣ ପ୍ରଭାବିତ ହେବା ସହିତ ସେମାନଙ୍କର ଦୈନନ୍ଦିନ କାର୍ଯ୍ୟ ବାଧାପ୍ରାପ୍ତ ହେଉଛି ।

Get real time updates directly on you device, subscribe now.