ଏଣିକି ପ୍ଲାଷ୍ଟିକରେ ତିଆରି ହେବ ଔଷଧ, ହେବ ମଣିଷର ଜୀବନ ରକ୍ଷା
ବୈଜ୍ଞାନିକମାନଙ୍କ ବଡ଼ ଖୋଜ୍ । ପ୍ଲାଷ୍ଟିକରୁ ହେବ ଔଷଧ ।
ଓଡ଼ିଶା ଭାସ୍କର: ୟୁନିଭର୍ସିଟି ଅଫ୍ ଇଡେନବର୍ଗର ବୈଜ୍ଞାନିକମାନେ ବଡ଼ ଆବିଷ୍କାର କରିଛନ୍ତି । ବୈଜ୍ଞାନିକମାନେ ପ୍ଲାଷ୍ଟିକରୁ ପାରାସିଟାମଲ ତିଆରି କରିବାର କୌଶଳ ଆବିଷ୍କାର କରିଛନ୍ତି ।
ଯାହା ଆଗାମୀ ଅବିଷ୍ୟତରେ ଚିକିତ୍ସା କ୍ଷେତ୍ରରେ ବଡ଼ ସଫଳତା ଆଣିଦେବ । ଇ. କୋଲାଇ ବ୍ୟାକ୍ଟେରିଆର ଷ୍ଟ୍ରେନକୁ ବ୍ୟବହାର କରି ଏହି ପାରାସିଟାମଲ ତିଆରି କରାଯିବ ।
ବିଶେଷ କରି ପିଇଟି ପ୍ଲାଷ୍ଟିକ୍, ଯାହା ପାଣି ବୋତଲ ଏବଂ ଖାଦ୍ୟ କଣ୍ଟେନର ପାଇଁ ତିଆରି ହେଉଥିବା ପ୍ଲାଷ୍ଟିକକୁ ଔଷଧ ତିଆରିରେ ବ୍ୟବହାର କରାଯିବ । ଏହାଦ୍ୱାରା ପରିବେଶକୁ ପ୍ରଦୂଷିତ କରୁଥିବା ପ୍ଲାଷ୍ଟିକ୍ ସମସ୍ୟା ଦୂର ହେବ ।
ପ୍ଲାଷ୍ଟିକରୁ ପାରାସିଟାମଲ ତିଆରି କରିବା ପାଇଁ ୨୪ ଘଣ୍ଟା ଲାଗୁଛି । ଛୋଟ ଲ୍ୟାବ ସେଟଅପରେ ହିଁ ଏହା ସମ୍ଭବ । ରୁମ୍ ଟେମ୍ପରେଚରରେ ଏହାକୁ ସଂରକ୍ଷିତ ରଖାଯାଇ ପାରିବ ।
ପ୍ଲାଷ୍ଟିକରୁ ଏବେ ଜୀବନ ରକ୍ଷା କରାଯାଇ ପାରିବ ବୋଲି ଷ୍ଟିଫେନ ୱାଲେସ୍ କହିଛନ୍ତି ।