ଟ୍ରମ୍ପଙ୍କୁ ଶକ୍ତ ଚାପୁଡ଼ା ମାରିଲେ ମୋଦି, ମଞ୍ଚ ଉପରୁ ଆମେରିକାକୁ ରୋକଠୋକ୍ ଶୁଣାଇଦେଲେ

SCOଙ୍କ ମିଳିତ ବୈଠକରେ ବଡ଼ କଥା କହିଦେଲେ ମୋଦି।

ନୂଆଦିଲ୍ଲୀ: ଆମେରିକାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଶକ୍ତ ଜବାବ। ଟ୍ରମ୍ପଙ୍କୁ ରୋକଠୋକ୍ ଶୁଣାଇଦେଲେ ମୋଦି। ପାକିସ୍ତାନକୁ ସୁରକ୍ଷା ଦେଉଥିବା ଆମେରିକାକୁ ମଞ୍ଚ ଉପରୁ ଭର୍ସନା କଲେ ଭାରତର ପ୍ରଧାନମନ୍ତ୍ରୀ।

ଚୀନର ତିଆନଜିନରେ ୧୦ ସଦସ୍ୟ ବିଶିଷ୍ଟ ସାଂଘାଇ ସହଯୋଗ ସଂଗଠନ (SCO)ର ମୁଖ୍ୟଙ୍କ ଶିଖର ସମ୍ମିଳନୀ ଅନୁଷ୍ଠିତ ହୋଇଛି। ଆଉ ଏହି ସଂମସ୍ତ ନେତାଙ୍କ ଏକ ମିଳିତଚ ବୈଠକରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆମେରିକାକୁ ଟାର୍ଗେଟ୍ କରିଛନ୍ତି।

ନରେନ୍ଦ୍ର ମୋଦି ପାକିସ୍ତାନର ନାଁ ନ ନେଇ, ଆତଙ୍କବାଦ ଉପରେ ପାକିସ୍ତାନକୁ କୋଣଠେସା କରିଥିଲେ ଏବଂ ଆମେରିକାକୁ ଏହାର ସୁରକ୍ଷାବାଦୀ, ଏକପାଖିଆ ଏବଂ ଆଧିପତ୍ୟବାଦୀ ମନୋଭାବ ପାଇଁ ଭର୍ତ୍ସନା କରିଥିଲେ।

ମୋଦି କହିଥିଲେ କୌଣସି ଦେଶ, କୌଣସି ସମାଜ ଏଥିରୁ ନିଜକୁ ସୁରକ୍ଷିତ ବୋଲି ଭାବିପାରିବ ନାହିଁ, ତେଣୁ ଭାରତ ଆତଙ୍କବାଦ ବିରୋଧରେ ଲଢ଼େଇରେ ଏକତା ଉପରେ ଗୁରୁତ୍ୱ ଦେଇଛି। SCO ମଧ୍ୟ ଏଥିରେ ଏକ ବଡ଼ ଭୂମିକା ଗ୍ରହଣ କରିଛି।

ଏସସିଓ ସମ୍ପର୍କରେ ଭାରତର ଚିନ୍ତାଧାରା ଏବଂ ନୀତି ତିନୋଟି ମୁଖ୍ୟ ସ୍ତମ୍ଭ ଉପରେ ଆଧାରିତ, ଯେଉଁଥିରେ ସୁରକ୍ଷା, ସଂଯୋଗୀକରଣ ଏବଂ ସୁଯୋଗ ଅନ୍ତର୍ଭୁକ୍ତ।