fbpx

ଆସନ୍ତାକାଲିଠାରୁ ୮ଟି ରୁଟରେ ଗଡ଼ିବ ମୋ ବସ୍ ,ଜାଣନ୍ତୁ କେଉଁ କେଉଁ ରୁଟ୍

ଭୁବନେଶ୍ୱର, ୩ା୮(ଓଡ଼ିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ସଂଖ୍ୟା ବଢ଼ିବାରେ ଲାଗିଛି । ଏହାସହ ରାଜଧାନୀ ଭୁବନେଶ୍ୱରରେ ମଧ୍ୟ ସଂକ୍ରମିତଙ୍କ ସଂଖ୍ୟା ଦ୍ରୁତ ଗତିରେ ବଢ଼ି ଚାଲିଛି । ତେଣୁ ସବୁ ସ୍ଥିତିକୁ ଦୃଷ୍ଟିରେ ରଖି ମୋ ବସ୍ ସେବା ବନ୍ଦ ରଖାଯାଇଥିଲା । କିନ୍ତୁ ଆସନ୍ତାକାଲିଠାରୁ ୮ଟି ରୁଟରେ ମୋ ବସ୍ ଗଡ଼ିବ । ସକାଳ ୭ଟାରୁ ସନ୍ଧ୍ୟା ୭ଟା ଯାଏଁ ନନ୍ ଏସି ବସ୍ ଚାଲିବ ।୧୧, ୧୬,୧୮, ୨୦, ୨୩,୨୫,୨୭ ଓ ୩୩ ନମ୍ବର ରୁଟରେ ଗଡ଼ିବ ବୋଲି ସୂଚନା ମିଳିଛି ।ଏହାସହ ମାସ୍କ ନପିନ୍ଧିଲେ ବସ୍ ଭିତରକୁ ପ୍ରବେଶ ପାଇଁ ଅନୁମତି ଦିଆଯିବ ନାହିଁ । ଅଗଷ୍ଟ ମାସର ୱିକେଣ୍ଡସରେ ମୋ ବସ୍ ସେବା ବନ୍ଦ ରହିବ । ଏନେଇ ମୋ ବସ୍ ପରିଚାଳନା କରୁଥିବା ସିଆରୟୁଟି ପକ୍ଷରୁ ସୂଚନା ମିଳିଛି ।

Get real time updates directly on you device, subscribe now.