fbpx

କାଲିଠାରୁ ଟ୍ରେନ୍ ଯାତ୍ରୀଙ୍କ ଉପରେ ଲାଗିବ କଟକଣା, ଜାଣନ୍ତୁ କ’ଣ?

ଭୁବନେଶ୍ୱର, ୯ ।୪(ଓଡିଶା ଭାସ୍କର): କରୋନା ସଂକ୍ରମଣ ପୁଣି ବଢିବାରେ ଲାଗିଛି । ଏହାରି ମଧ୍ୟରେ କାଲିଠାରୁ ଓଡିଶାକୁ ଆସୁଥିବା ଟ୍ରେନ୍ ଯାତ୍ରୀଙ୍କ ପାଇଁ କଟକଣା ଲାଗୁ ହେବ । କୋଭିଡ ନେଗେଟିଭ୍ ରିପୋର୍ଟ ନଥିଲେ ଯାତ୍ରୀମାନେ ୭ ଦିନ କ୍ୱାରେଣ୍ଟାଇନରେ ରହିବେ । ୭୨ ଘଣ୍ଟା ମଧ୍ୟରେ ଆରଟିପିସିଆର ନେଗେଟିଭ୍ ହୋଇ ଥିବା ଜରୁରୀ, ନଚେତ୍ ଦ୍ୱିତୀୟ ଡୋଜ୍ କୋଭିଡ ଟିକା ନେଇଥିବାର ପ୍ରମାଣପତ୍ର ଦେଖାଇବା ବାଧ୍ୟତାମୂଳକ କରାଯାଇଛି । ଦେଶର ଯେକୌଣସି ସ୍ଥାନରୁ ଓଡିଶା ଆସୁଥିଲେ ବି କଟକଣା ଲାଗୁ ହେବ । ବଢୁଥିବା କରୋନା ମାମଲାକୁ ଦୃଷ୍ଟିରେ ରଖି ଏପରି ନିଷ୍ପତ୍ତି ନିଆଯାଇଛି ।

Get real time updates directly on you device, subscribe now.