fbpx

(Video) କେଉଁ ଗ୍ରହରୁ ଆସିଲା ଚିକମିକ ରହସ୍ୟମୟ ବସ୍ତୁ? ମଝି ଆକାଶରୁ ଖସିଲା ଏହି ଅଜଣା ଜିନିଷ

କିଛି ନଥିଲା ହଠାତ ମଝି ଆକାଶରୁ ଖସିଲା ଆସିଲା ଚିକ୍ ମିକ କରୁଥିବା ରହସ୍ୟମୟ ବସ୍ତୁ । କେଉଁଠୁ ଆସିଲା କୁଆଡୁ ଆସିଲା? ଏସବୁକୁ ନେଇ ସାଧାରଣ ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି । ଦିଲ୍ଲୀ ଗ୍ୱାଲିୟର ଭିତରୱାର ଥାନା ଅଧୀନରେ ଥିବା ଜୋରା ଗ୍ରାମରେ ଆକାଶରୁ ଏକ ରହସ୍ୟମୟ ବସ୍ତୁ ଖସିଛି । ଯାହାକୁ ଦେଖି ଲୋକଙ୍କ ମନରେ କୋକୁଆ ଭୟ ଖେଳି ଯାଇଛି । ଏହି ବସ୍ତୁ ଆକାଶରୁ ଖସିବା ପରେ ଚଟାଣ ୨ଫୁଟ ଭିତରକୁ ଦବି ଯାଇଥିବା ଦେଖିବାକୁ ପାଇଥିଲେ ଗ୍ରାମବାସୀ । ଏନେଇ ଗ୍ରାମବାସୀ ତୁରନ୍ତ ପୁଲିସକୁ ଖବର ଦେଇଥିଲେ । ଖବର ପାଇ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି ।ଆକାଶରୁ ଖସିଥିବା ବସ୍ତୁଟି କ’ଣ ତାହା ଏଯାବତ ଜଣାପଡ଼ିନାହିଁ । ତେବେ ସେଠାରେ ପହଞ୍ଚି ବିଶେଷଜ୍ଞ ଦଳ ଘଟଣାର ଯାଞ୍ଚ କରୁଛନ୍ତି ।

ଚାଷୀ ପୁରନଙ୍କ ଧାନ ଚାଷ ଜମିରେ କାମ ଚାଲିଥିଲା । ଆଖପାଖ ଜିମରେ ବି ଚାଷୀମାନେ ଚାଷ କରୁଥିଲେ । ଏହି ସମୟରେ ହଠାତ ଆକାଶରୁ ଏକ ଚିକମିକ କରୁଥିବା ବସ୍ତୁ ଆସି ଉକ୍ତ ଚାଷ ଜମିରେ ପଡ଼ିଥିଲା । ଯାହାକୁ ଦେଖି ଭୟରେ ଚାଷୀମାନେ ଏଣେତେଣେ ଦୌଡ଼ି ପଳାଇଥିଲେ । ଏହି ବସ୍ତୁଟି ଗୋଲାକାର ଥିବା ବେଳେ ଓଜନ ୫୦କିଲୋ ପାଖାପାଖି ରହିଥିବା ଅନୁମାନ କରାଯାଉଛି ।

ତେବେ ଏହି ଗୋଲାକାର ବସ୍ତୁଟି ଆକାଶରୁ ଚଟାଣରେ ପଡ଼ିବା ପରେ ଘୁରିଘୁରି ଅନ୍ୟ ଏକ ସ୍ଥାନକୁ ଚାଲିଯାଇଥିଲା । ଏହି ଘଟଣାକୁ ଗମ୍ଭୀରତା ସହ ନେଇ ଯାଞ୍ଚ କରାଯାଉଛି । ଇନ୍ସପେକ୍ଟର ରମାକାନ୍ତ ପୁଲିସ ଦଳ ସହିତ ଘଟଣାସ୍ଥଳରେ ଉପସ୍ଥିତ ବି ଅଛନ୍ତି । ବିଶେଷଜ୍ଞ ଦଳଙ୍କ ଯାଞ୍ଚ ପରେ ବି ଏହି ବସ୍ତୁଟି କ’ଣ ତାହା ଜଣାପଡ଼ିବ ବୋଲି ପୁଲିସ ସୂଚନା ଦେଇଛି ।

Get real time updates directly on you device, subscribe now.