fbpx

ମଝି ଆକାଶରେ ଫାଟିଗଲା ବିମାନର ସାମନା କାଚ: କୋଲକାତା ଏୟାରପୋର୍ଟରେ କଲା ଲାଣ୍ଡିଂ

କୋଲକାତା: ଅନେକ ଥର ବିମାନ ଉଡିବା ବେଳେ ହେଉଥିବା ଦୁର୍ଘଟଣା ବିଷୟରେ ଆପଣ ଶୁଣିଥିବେ । କିନ୍ତୁ ଆଜି ଏକ ଆଶ୍ଚର୍ଯ୍ୟକର ଘଟଣା ଦେକିବାକୁ ମିଳିଛି । ମଝି ଆକାଶରେ ବିମାନର କାଚ ଫାଟିଯିବାରୁ ସମସ୍ତଙ୍କ ପ୍ରତି ଏକ ଭୟଙ୍କର ବିପଦ ସୃଷ୍ଟି ହୋଇଥିଲା । ତେବେ ଏହାପରେ ପାଇଲଟଙ୍କ ଉଚିତ ବୁଦ୍ଧି ଯୋଗୁଁ ସମସ୍ତଙ୍କ ଜୀବନ ପଞ୍ଚିପାରିଛି । ବିମାନକୁ ନିରାପଦରେ ଅବତରଣ କରିବାରେ ସଫଳ ହୋଇଛନ୍ତି ପାଇଲଟ ।

ସୂଚନା ଅନୁସାରେ, କୋଲକାତା ଏୟାରପୋର୍ଟରେ ଜରୁରୀକାଳୀନ ଅବତରଣ କରିଛି ଏକ ପଣ୍ୟବାହୀ ବିମାନ । ଆଜି ଜେଦ୍ଦାରୁ ହଂକଂ ଅଭିମୁଖେ ଯାତ୍ରା କରୁଖିବା ଏହି ବିମାନ ମଝି ଆକାଶରେ ଏକ ଦୁର୍ଘଟଣାର ଶିକାର ହୋଇଥିଲା । ଆକାଶମାର୍ଗରେ ବିମାନର ସାମନା କାଚ ଫାଟିଯାଇଥିବା ଦେଖିବାକୁ ପାଇଥିଲେ ପାଇଲଟ । ଏହା ଦେଖି ବିମାନର ପାଇଲଟ ଡରି ନ ଯାଇ ବୁଦ୍ଧି ଖଟାଇଥିଲେ । ତେଣୁ ସେ ଜରୁରୀକାଳୀନ ଅବତରଣ କରିବା ପାଇଁ ଚିନ୍ତା କରିଥିଲେ । ବିମାନରେ ୪ ଜଣ ପରିଚାରକ ଥିବା ବେଳେ ଏହି ଘଟଣା ପରେ ଇମରଜେନ୍ସିଂ ଲାଣ୍ଡିଂ କରିବା ପାଇଁ ବାଧ୍ୟ ହୋଇଥିଲେ ପାଇଲଟ ।

ତେବେ ଅନୁମତି ମିଳିବା ପରେ କୋଲକାତା ଏୟାରପୋର୍ଟରେ ସାଉଦୀୟା ଏୟାରଲାଇନ୍ସର ସେ ପଣ୍ୟବାହୀ ବିମାନ ଜରୁରୀ ଅବତରଣ କରିଛି । ସକାଳ ପ୍ରାୟ ୧୧.୪୦ ମିନିଟରେ ସମ୍ପୂର୍ଣ୍ଣ ଜରୁରୀ ପରିସ୍ଥିତି ଘୋଷଣା କରିଥିଲେ ବିମାନର ପାଇଲଟ । ତେବେ କୋଲକାତା ବିମାନ ବନ୍ଦର ଏଥିପାଇଁ ପ୍ରସ୍ତୁତ ହେବା ପରେ ୧୨.୦୨ରେ ସମ୍ପୂର୍ଣ୍ଣ ନିରାପଦରେ ଅବତରଣ କରିଥିଲା ଏହି ବିମାନ ।

Get real time updates directly on you device, subscribe now.