fbpx

ସରକାରୀ କର୍ମଚାରୀଙ୍କ ନିଷ୍କ୍ରିୟତାରେ ହତାଶ ହେଲେ ପରିବାର ଲୋକେ : ଜିଏଚଏମସି କାର୍ଯ୍ୟାଳୟରେ ଛାଡିଲେ ସାପ

ହାଇଦ୍ରାବାଦ : ଅଲୱାଲର ଭାରତୀନଗରର ଜଣେ ବାସିନ୍ଦା କତ୍ତୃପକ୍ଷଙ୍କ ସହାୟତା ପାଇଁ ଘଣ୍ଟା ଘଣ୍ଟା ସମୟ ଅପେକ୍ଷା କରିବା ପରେ ବି ସେମାନଙ୍କ ପକ୍ଷରୁ କୌଣସି ସହାୟତା ପାଇ ନଥିଲେ । ଏଭଳି ପରିସ୍ଥିତିରେ ଉଦାସୀନତା ଉପରେ କ୍ରୋଧିତ ହୋଇ, ନିଜ ଘରେ ପଶିଥିବା ଏକ ସାପକୁ ଧରି ମଙ୍ଗଳବାରକୁ ହାଇଦ୍ରାବାଦର ଜିଏଚଏମସି ୱାର୍ଡ କାର୍ଯ୍ୟାଳୟରେ ଛାଡି ଦେଇଥିଲେ ।

ଅଧିକାରୀଙ୍କ ଅନୁଯାୟୀ, ଏହି ଘଟଣାଟି ଅଲୱାଲ ଡିଭିଜନର ମାଣ୍ଡିର ଅଲୱାଲ ନିକଟରେ ଘଟିଛି । ଯେତେବେଳେ ଅଧିବାସୀମାନେ କାର୍ଯ୍ୟାଭାବରୁ ଅଧିକାରୀଙ୍କ ସହ ମୁହାଁମୁହିଁ ହୋଇଯାଇଥିଲେ, ସେତେବେଳର ଭିଡିଓ ସାମ୍ନାକୁ ଆସିଛି । ଭିଡିଓଟିରେ ଦେଖିବାକୁ ମିଳୁଛି ଯେ, ପରିବାର ଜଣେ ସଦଶ୍ୟ ୱାର୍ଡ ଅଧିକାରୀଙ୍କ ଟେବୁଲ ଉପରେ ସାପ ଛାଡୁଛନ୍ତି ।

Get real time updates directly on you device, subscribe now.