fbpx

FSSAI ଲାଗୁ କରିବ ନୂଆ ନିୟମ! ଏଣିକି ସ୍ୟାଣ୍ଡୱିଚ, ବର୍ଗର, ପେଟିସ ପରି ଜଙ୍କ ଫୁଡ ଉପରେ ଲେଖିବାକୁ ପଡ଼ିବ ତିଆରି ତାରିଖ

Advertisement

ନୂଆଦିଲ୍ଲୀ: ଆଜିକାଲିର ପିଲାମାନେ ଜଙ୍କ ଫୁଡକୁ ବେଶି ପ୍ରସନ୍ଦ କରୁଥିବା ଦେଖାଯାଉଛି । ତେବେ ଜଙ୍କ ଫୁଡ ଆମର ଶରୀରକୁ ବହୁତ କ୍ଷତି ପହଞ୍ଚାଇବା ସହିତ ମଣିଷ ବିଭିନ୍ନ ପ୍ରକାରର ରୋଗରେ ପଡ଼ୁଥିବା ଦେଖାଯାଉଛି । ସ୍ୟାଣ୍ଡୱିଚ, ବର୍ଗର, କ୍ରିମ ରୋଲ ଆଦି ଖାଦ୍ୟ ସେବନ କରି ଲୋକମାନେ ଆଜି ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ତେବେ ଖୁବଶୀଘ୍ର ଜଙ୍କ ଫୁଡକୁ ନେଇ କେନ୍ଦ୍ର ସରକାର ନୂଆ ନିୟମ ଲାଗୁ କରିବାକୁ ଯାଉଛନ୍ତି ।

ବର୍ଗର କେବେ ତିଆରି ହୋଇଥିଲା ଯଦି ସେନେଇ ଦୋକାନୀଙ୍କୁ ପ୍ରଶ୍ନ କରାଯାଏ ତେବେ ତାହା ସଙ୍ଗେସଙ୍ଗେ ତିଆରି ହୋଇଛି ବୋଲି ସେ କହିଥାନ୍ତି । ବହୁ ସମୟରେ ଦୋକାନୀମାନେ ପୁରୁଣା ଜିନିଷ ମଧ୍ୟ ବିକ୍ରି କରିଥାନ୍ତି । ତେବେ ଦୋକାନୀମାନେ ଏଣିକି ଆଉ ଠକି ପାରିବେ ନାହିଁ । କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ଅଧିନରେ କାର୍ଯ୍ୟ କରୁଥିବା ଭାରତୀୟ ଖାଦ୍ୟ ସୁରକ୍ଷା ଓ ମାନକ ପ୍ରାଧିକରଣ (ଏଫଏସଏସଏଆ) ଏନେଇ ଏକ ନୂଆ ଗାଇଡଲାଇନ୍ସ ଜାରି କରିବାକୁ ଯାଉଛନ୍ତି ।

ନୂଆ ଗାଇଡଲାଇନ୍ସ ଅନୁଯାୟୀ, ସ୍ୟାଣ୍ଡୱିଚ, ବର୍ଗର, କ୍ରିମ, ରୋଲ, ପେଟିସ କେବେ ତିଆରି ହୋଇଥିଲା ତାହା ଲେଖିବାକୁ ପଡ଼ିବ । ଏଥିସହିତ ସେହି ଖାଦ୍ୟ ସାମଗ୍ରୀରେ କେଉଁ ଉପକରଣ ବ୍ୟବହାର କରାଯାଇଛି, ତାହାକୁ କେତେ ଦିନ ପର୍ଯ୍ୟନ୍ତ ରଖାଯାଇ ପାରିବ, ତାହାର ତାରିଖ ମଧ୍ୟ ଉଲ୍ଲେଖ କରିବାକୁ ପଡ଼ିବ । ସ୍ୱାସ୍ଥ୍ୟ ମନ୍ତ୍ରଣାଳୟର ଏହି ନୂଆ ନିୟମ ଲାଗୁ ହେବା ପରେ ଗ୍ରାହକମାନେ ନିଶ୍ଚିତ ଭାବେ ବହୁତ ଫାଇଦା ପାଇ ପାରିବେ ।

Get real time updates directly on you device, subscribe now.