fbpx
BSKY
BJD MS SKY
BJD YOUTH SKY

ଆରମ୍ଭ ହେଲା ଜି-୨୦ର ସାଇନ୍ସ ସମ୍ମିଳନୀ, ଅଂଶ ଗ୍ରହଣ କରିବେ ବିଶ୍ୱର ୨୦ ଦେଶର ୧୦୦ରୁ ଅଧିକ ପ୍ରତିନିଧୀ

ନୂଆଦିଲ୍ଲୀ: ଜି-୨୦ର ସାଇନ୍ସ-୨୦(ଏସ-୨୦) ସମ୍ମିଳନୀ ଶୁକ୍ରବାର ଠାରୁ ଆରମ୍ଭ ହୋଇଛି, ଏହା କୋଏମବାଟୁରର ଭେଲିଆଙ୍ଗିରିର ଇଶା ଯୋଗ କେନ୍ଦ୍ର ଠାରେ ଶନିବାର ପର୍ଯ୍ୟନ୍ତ ଅନୁଷ୍ଠିତ ହେବ । ଏହି ର୍କ୍ୟାକ୍ରମରେ ଜି-୨୦ ଦେଶର ଶିକ୍ଷାବିତ, ବୈଜ୍ଞାନିକ, ବିଶେଷଜ୍ଞ ଓ ନୀତି ନିର୍ମାତାଙ୍କ ସମେତ ୧୦୦ରୁ ଅଧିକ ପ୍ରତିନିଧୀ ଅଂଶ ଗ୍ରହଣ କରିବେ । ଶିଖର ସମ୍ମିଳନୀ ପୂର୍ବରୁ ଗ୍ରୀନ ଭବିଷ୍ୟତ ପାଇଁ କ୍ଲିନ ଏନର୍ଜି, ୟୁନିଭର୍ସାଲ ହଲିଷ୍ଟିକ ସ୍ୱାସ୍ଥ୍ୟ ଓ ବିଜ୍ଞନକୁ ସମାଜ ଓ ସଂସ୍କୃତି ସହଯୋଡିବା ଉପରେ ତ୍ରିପୁରର ଅଗରତଲା, ଲାକ୍ଷାଦ୍ୱୀପର ବଙ୍ଗରାମ ଦ୍ବୀପ ଓ ମଧ୍ୟପ୍ରଦେଶର ଭୋପାଳ ଠାରେ ବୈଠକ ଆୟୋଜିତ କରାଯାଇଥିଲା।

ତେବେ ଏହ ବୈଠକ ଅବସରରେ ସାଇନ୍ସ-୨୦ ଏନଗେଜମେଣ୍ଟ ଗ୍ରୁପର ଏକ ଶିଖର ସମ୍ମୀଳନୀ ମଧ୍ୟ ଅନୁଷ୍ଠିତ ହେବ, ଯେଉଁଥିରେ ଦଳ ଦ୍ୱାରା ପୂର୍ବରୁ କରାଯାଇଥିବା ସଭାଗୁଡିକରେ ସବୁଜ ଶକ୍ତି, ବିଜ୍ଞାନକୁ ସମାଜ ସହିତ ଯୋଡିବା ଏବଂ ସାମଗ୍ରିକ ସ୍ୱାସ୍ଥ୍ୟ ସମ୍ବନ୍ଧୀୟ ବିଷୟ ଗୁଡିକ ଉପରେ ଆଲୋଚନା କରାଯାଇଥିଲା । ଏହି ବୈଠକ ରେ ଏହି ସସମସ୍ତ ବିଷୟ ଉପରେ ଏକ ବିବୃତି ଜାରି କରିବା । ଏସ-୨୦ର ପ୍ରତିଷ୍ଠା ୨୦୧୭ରେ ହୋଇଥିଲା , ଯାହା ଜି-୨୦ରେ ନୁଆ କରି ଯୋଗଦାନ କରିଥିବା ଗ୍ରୁପ ଭିତରୁ ଗୋଟିଏ । ଏସ-୨୦ଗ୍ରୁପ ଜି-୨୦ କୁ ଆସୁଥିବା ବୈଜ୍ଞାନିକମାନଙ୍କୁ ନିଜ ସହ ଯୋଗାଯୋଗ କରିବାରେ ସାହାଯ୍ୟ କରେ ।

Get real time updates directly on you device, subscribe now.