fbpx

ରାତିରେ ଭଲ ନିଦ ପାଇଁ ଖାଆନ୍ତୁ ଏସବୁ ଖାଦ୍ୟ, ଭଲ ନିଦ ସହ ହୃଦଘାତରୁ ମିଳିବ ମୁକ୍ତି

ଦିନରେ ଭଲରେ କାମ କରିବା ପାଇଁ ରାତିରେ ସାତରୁ ଆଠ ଘଣ୍ଟା ଶୋଇବା ନିହାତି ଜରୁରୀ । ରାତିର ଭଲ ନିଦ ମଣିଷକୁ ସତେଜ ରଖିଥାଏ । ତେବେ ଏକ ଅଧ୍ୟୟନରୁ ଜଣାପଡିଛି ଯେ କେବଳ ଫିନ୍‌ଲ୍ୟାଣ୍ଡର ଲୋକମାନେ ସଠିକ୍ ଭାବରେ ଆଠ ଘଣ୍ଟା ଶୋଇବାରେ ଆଗରେ ଅଛନ୍ତି । ସେହିପରି ଜାପାନର ଲୋକମାନେ ସାତ ଘଣ୍ଟାରୁ କମ୍ ସମୟ ବିଶ୍ରାମ ନେଉଥିବା ବେଳେ ଭାରତୀୟମାନେ ଅଳ୍ପ ଶୋଇବାରେ ଜାପାନ ପଛକୁ ବିଶ୍ୱର ଦ୍ୱିତୀୟ ସ୍ଥାନରେ ଅଛନ୍ତି ।

ଆଜିକାଲି ଅନେକ ଲୋକମାନଙ୍କ ପାଖରେ ନିଦ୍ରାହୀନତାର ସମସ୍ୟା ଦେଖିବାକୁ ମିଳୁଛି । ବେଳେବେଳେ ନିଦ୍ରାହୀନତା ହୃଦଘାତ ଭଳି ସମସ୍ୟା ମଧ୍ୟ ସୃଷ୍ଟି କରିପାରେ। ତେବେ ଆଣମାନେ ଜାଣିଛନ୍ତି କି, ଆପଣ ଖାଉଥିବା ଖାଦ୍ୟ ଆପଣଙ୍କ ନିିଦ ଉରେ ପ୍ରଭାବ ପକାଇଥାଏ । କିଛି ଖାଦ୍ୟ ଖାଇବା ଦ୍ୱାରା ଭଲ ନିଦ ହୋଇଥାଏ ଏବଂ କିଛି ଖାଦ୍ୟ କମ୍ ନିଦ ଦେଇଥାଏ । ତେବେ ପୋଷାକ ବିଶେଷଜ୍ଞମାନେ ଭଲ ନିଦ ପାଇଁ କେଉଁ ଖାଦ୍ୟ ଖାଇବା ଉଚିତ, ତାହାର ଏକ ଅଧ୍ୟୟନ କରିଛନ୍ତି । ଯଦି ଆପଣମାନଙ୍କର ମଧ୍ୟ ନିଦ୍ରାହୀନତା ପରି ସମସ୍ୟା ଅଛି ତେବେ ଏହି ଖାଦ୍ୟ ଗୁଡିକ ଖାଇବା ଦ୍ୱାରା ଆପଣଙ୍କୁ ଭଲ ନିଦ୍ରା ହେବାରେ ସାହାଯ୍ୟ କରିବ ।

କ୍ଷୀର- ଗରମ କ୍ଷୀରରେ ଭିଟାମିନ-ଡିର ରିମାଣ ଭରୁର ଥାଏ । ଶୋଇବା ପୂର୍ବରୁ କ୍ଷୀର ପିଇବା ଦ୍ୱାରା ଭଲ ନିଦ ହୋଇଥାଏ ।କ୍ଷୀରରେ ଥିବା ଟ୍ରାଇ୍େଟାଫାନ ମଧ୍ୟ ମାନସିକ ଶାନ୍ତି ଓ ନିଦକୁ ବଢାଇ ଥାଏ ।
ଖଜୁରୀ- ଖଜୁରୀ ହେଉଛି ଏକ ପ୍ରାକୃତିକ ଉପଚାର, ଯାହା ମେଲାଟୋନିନ୍ ଓ ସେରୋଟୋନିନ୍ ଉତ୍ପାଦନରେ ସାହାଯ୍ୟ କରେ । ଫଲରେ ଭଲ ନିଦ ହେବାରେ ସାହାଯ୍ୟ କରେ ।
ଆମ୍ବ- ଆମ୍ବରେ ଭିଟାମିନ ସି ଓ ଆଣ୍ଟିଅକ୍ସିଡାଣ୍ଟରେ ପ୍ରଚୁର ପରିମାଣରେ ଥାଏ । ଯାହା ଭଲ ନିଦ ଦେବା ସହ ମାନସିକ ଚାପକୁ ଦୂର କରିଥାଏ ।

କାକୁଡି- କାକୁଡିରେ ଜଳୀୟ ଅଂଶ ଅଧିକ ଥାଏ , ଯାହା ଶୀଘ୍ର ନିଦ ହେବାରେ ସାହ୍ୟା କରେ ରାଶି- ରାଶିରେ ଥିବା ମ୍ୟାଗ୍ନେସିୟମ୍‌, ନ୍ୟୁରୋଟ୍ରାନ୍ସମିସନକୁ ବଢାଇଥାଏ ଏବଂ ସୁଖ ନିଦ୍ରା ଦେଇଥାଏ। ତେବେ ଏହା ସହିତ ଶୋଇବାକୁ ଉନ୍ନତ କରିବା ପାଇଁ ବ୍ୟୟାମ ଏବଂ ଶୋଇବାର ସମୟ ସୀମା ଅନୁସରଣ କରିବା ଉଚିତ । ଯଦି ଆପଣଙ୍କର ଶୋଇବା ସମସ୍ୟା ଦୀର୍ଘ ସମୟ ଧରି ରହିଛି ତେବେ ତୁରନ୍ତ ଡାକ୍ତରଙ୍କ ସହ ପରାମର୍ଶ କରନ୍ତୁ ।

Get real time updates directly on you device, subscribe now.