fbpx
BJD
BJD SKY
BJD SKY

IT କ୍ଷେତ୍ରକୁ ଘାରିଲା ମାନ୍ଦାବସ୍ଥା ଝଡ଼: TCS, Wipro, HCL ଓ Infosysର ନିଯୁକ୍ତି ହାର ହ୍ରାସ ପାଇଲା

ନୂଆଦିଲ୍ଲୀ: ଦେଶର କିଛି ପ୍ରତିଷ୍ଠିତ ଆଇଟି କମ୍ପାନୀ ଗତ ତିନି ମାସର ଫଳାଫଳ ଜାରି କରିଦେଇଛନ୍ତି । ତେବେ ଟାଟା କସଲସଟାନ୍ସି ସର୍ଭେିସେସ (ଟିସିଏସ), ୱିପ୍ରୋ, ଇନଫୋସିସ ଓ ଏଚସିଏଲ ପରି ବହୁରାଷ୍ଟ୍ରୀୟ ଆଇଟି କମ୍ପାନୀଗୁଡ଼ିକର ରେଜଲ୍ଟ ଆଶାଠାରୁ କମ୍ ରହିଛି । ଏହିସବୁ ଆଇଟି କମ୍ପାନୀରେ ଗତବର୍ଷ ଅପେକ୍ଷା ଚଳିତ ମାର୍ଚ୍ଚ-ଜୁନ ତିନି ମାସରେ ନିଯୁକ୍ତି ସଂଖ୍ୟାରେ ବହୁତ ହ୍ରାସ ପରିଲକ୍ଷିତ ହୋଇଛି ।

ସୂଚନା ମୁତାବକ, ଟିସିଏସ, ୱିପ୍ରୋ, ଇନଫୋସିସ ଓ ଏଚସିଏଲ ପରି ଆଇଟି କମ୍ପାନୀମାନେ ବର୍ତ୍ତମାନ ସମୟରେ ନୂଆ କର୍ମଚାରୀଙ୍କୁ ହାୟର କରିବା ନେଇ ଅନିଚ୍ଛା ପ୍ରକାଶ କରୁଛନ୍ତି । ଟିସିଏସ ଗତ ଜୁନ ମାସ ସରିବା ଅବସରରେ ୫୨୩ ଜଣ କର୍ମଚାରୀଙ୍କୁ କମ୍ପାନୀରେ ଯୋଡ଼ିଥିଲା । ମାତ୍ର ଏକବର୍ଷ ପୂର୍ବରୁ ଏହି କମ୍ପାନୀ ଏହି ତିନି ମାସରେ ୧୪,୧୩୬ ଜଣ କର୍ମଚାରୀଙ୍କୁ ନିଯୁକ୍ତି ଦେଇଥିଲା । ତିନି ମାସର ଫଳାଫଳ ପ୍ରକାଶ ପାଇବା ପରେ ଅଧିକ କର୍ମଚାରୀଙ୍କୁ ନିଯୁକ୍ତି ଦେବା ଅପେକ୍ଷା ସ୍ୱଳ୍ପ କର୍ମଚାରୀଙ୍କୁ ନେଇ ଫାଇଦା ଉଠାଇବାକୁ ଯୋଜନା କରାଯାଉଥିବା ଟିସିଏସର ଚିଫ୍ ଏଚଆର ଅଧିକାରୀ ମିଲିନ୍ଦ ଲକ୍କଡ କହିଛନ୍ତି ।

ସେହିପରି ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନିମାସରେ ୱିପ୍ରୋର ମୋଟ କର୍ମଚାରୀ ସଂଖ୍ୟାରେ ୮,୮୧୨ ହ୍ରାସ ଘଟିଛି । ଏକବର୍ଷ ପୂର୍ବରୁ ଏହି ସ୍ଥିତି ସମ୍ପୂର୍ଣ୍ଣ ବିପରୀତ ଥିଲା । ସେତେବେଳେ କମ୍ପାନୀ ୧୫,୪୪୬ରୁ ଅଧିକ କର୍ମଚାରୀଙ୍କୁ ଯୋଡ଼ିଥିଲା । ଆସନ୍ତା ତିନି ମାସରେ କେବଳ ମହତ୍ତ୍ୱପୂର୍ଣ୍ଣ କ୍ଷେତ୍ର ପାଇଁ ନିଯୁକ୍ତି କରାଯିବ ବୋଲି କମ୍ପାନୀର ଚିଫ୍ ଅଧିକାରୀ ସୌରଭ ଗୌବିଲ କହିଛନ୍ତି । ଆର୍ଥିକ ୨୦୨୩-୨୪ର ପ୍ରଥମ ତିନି ମାସରେ ଏଚସିଏଲଟେକର କର୍ମଚାରୀ ସଂଖ୍ୟାରେ ୨୫୦୬ ହ୍ରାସ ଦେଖିବାକୁ ମିଳିଛି । ପୂର୍ବ ଆର୍ଥିକ ବର୍ଷରେ କମ୍ପାନୀ ପ୍ରଥମ ତିନି ମାସରେ ପାଖାପାଖି ୨୦୮୯ ଜଣ କର୍ମଚାରୀଙ୍କୁ ଯୋଡ଼ିଥିଲା । ତେବେ କିଛି କର୍ମଚାରୀଙ୍କ ବାର୍ଷିକ ବେତନ ବୃଦ୍ଧି ସ୍ଥଗିତ ରଖାଯିବ ବୋଲି କମ୍ପାନୀ ପକ୍ଷରୁ କୁହାଯାଇଛି । ଚଳିତ ଆର୍ଥିକ ବର୍ଷର ପ୍ରଥମ ତିନି ମାସରେ ଇନଫୋସିସର କର୍ମଚାରୀ ସଂଖ୍ୟାରେ ୭ ହଜାରରୁ ଅଧିକ ସଂଖ୍ୟା କମ୍ ହୋଇଯାଇଛି । କମ୍ପାନୀର କର୍ମଚାରୀ ସଂଖ୍ୟା ଏବେ ୩,୩୬,୨୯୪ ରହିଛି । ଆଗାମୀ ତିନି ମାସରେ କମ୍ପାନୀ ନିଜର ଏଆଇ କ୍ଷମତାକୁ ବିକଶିତ କରିବା ଉପରେ ଫୋକସ କରିବ ବୋଲି କମ୍ପାନୀର ସିଇଓ ସଲିଲ ପାରେଖ କହିଛନ୍ତି ।

Get real time updates directly on you device, subscribe now.