fbpx

ଜି-୨୦ ଅତିଥିଙ୍କ ୱାଲେଟକୁ ଯିବ ୧୦୦୦ଟଙ୍କା, UPIର ଉପଯୋଗ କରି ଷ୍ଟଲରୁ କିଣିବେ ଭାରତୀୟ ସାମଗ୍ରୀ

ନୂଆଦିଲ୍ଲୀ:  ଜି୨୦ ଶିଖର ସମ୍ମିଳନୀରେ ସାମିଲ ହେବା ପାଇଁ ବିଶ୍ୱ ନେତାମାନଙ୍କର ଦିଲ୍ଲୀକୁ ଆଗମନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି । ଶୁକ୍ରବାର ସନ୍ଧ୍ୟା ସୁଦ୍ଧା ପ୍ରାୟ ସମସ୍ତ ଅତିଥି ଦିଲ୍ଲୀରେ ପହଞ୍ଚିଯିବେ । ସମସ୍ତ ଅତିଥିଙ୍କର ଜୋରଦାର ସ୍ୱାଗତ କରାଯାଉଛି । ଦିଲ୍ଲୀର ସବୁ ସଡକରେ ଏବେ ଜି୨୦ର ଝଲକ ଦେଖିବାକୁ ମିଳୁଛି । ସରକାରଙ୍କ ଚେଷ୍ଟା ରହିଛି ଯେ, ଏହି ମଞ୍ଚ ମାଧ୍ୟମରେ ବିଶ୍ୱକୁ ଏହି ସନ୍ଦେଶ ଦେବେ କି ଭାରତ ଏବେ ବଦଳି ଯାଇଛି, ବିକାଶ ପଥରେ ଭାରତ ଦ୍ରୁତ ଗତିିରେ ଆଗକୁ ବଢୁଛି । ଭାରତର ଏହି ବିକାଶରେ ଡିଜିଟାଲ ମାଧ୍ୟମର ବଡ ଯୋଗଦାନ ରହିଛି । ବ୍ୟାଙ୍କିଂ ସେକ୍ଟରକୁ ଡିଜିଟାଲ ଟ୍ରାନଜାକସନ ଏକ ନୂଆ ରୂପ ଦେଇଛି ।

ଏପରି ସ୍ଥିତିରେ ଜି ୨୦ର ଅତିଥିଙ୍କୁ ଡିଜିଟାଲ ଇଣ୍ଡିଆ ବିଷୟରେ ବିଭିନ୍ନ ଉପାୟରେ ଅବଗତ କରାଯିବାକୁ ଯୋଜନା ରହିଛି । ଭାରତ ଏବେ ଟେକ୍ନେ଼ାଲଜି କ୍ଷେତ୍ରରେ କୌଣସି ବିକଶିତ ଦେଶ ଠାରୁ କମ୍‌ରେ ନାହିଁ । ଏହି କ୍ରମରେ ଜି୨୦ ସମ୍ମିଳନୀରେ ୟୁପିଆଇର ଧୁମ୍ ଦେଖିବାକୁ ମିଳିବ । ଏହି ସମ୍ମିଳନୀରେ ଭାଗ ନେବା ଲାଗି ଅତି କମ୍‌ରେ ୧୦୦୦ ବିଦେଶୀ ଅତିଥି ଆସୁଛନ୍ତି । ସମସ୍ତଙ୍କୁ ୟୁପିଆଇ ବିଷୟରେ ଅବଗତ କରାଇବାକୁ ସରକାର ଏକ ବିଶେଷ ଯୋଜନା କରିଛନ୍ତି । ଏହି ଯୋଜନା ଜରିଆରେ ସମସ୍ତ ଅତିଥିଙ୍କୁ ୧୦୦୦-୧୦୦୦ଟଙ୍କା ଲେଖାଁଏ ଟ୍ରାନ୍ସଫର କରାଯିବ । ସମସ୍ତ ଅତିଥିଙ୍କୁ ୟୁପିଆଇରେ କାରବାର କରିବା ଲାଗି ସେମାନଙ୍କ ୟୁପିଆଇ ୱାଲେଟରେ ୧୦୦୦ଟଙ୍କା ପର୍ଯ୍ୟନ୍ତ ଟ୍ରାନ୍ସଫର କରାଯିବ । ଏଥିଲାଗି ୧୦ ଲକ୍ଷ ଟଙ୍କାର ବ୍ୟବସ୍ଥା କରାଯାଇଛି । ସରକାର ସମସ୍ତ ସମ୍ଭାବ୍ୟ ଅତିଥିଙ୍କ ୱାଲେଟ୍ ଏବେ ପ୍ରସ୍ତୁତ କରି ରଖୁଛନ୍ତି ।

ଅନ୍ୟପକ୍ଷରେ ଅତିଥିଙ୍କ ୱାଲେଟରେ ୟୁପିଆଇ ମାଧ୍ୟମରେ ଯେଉଁ ୧୦୦୦ଟଙ୍କା ଟ୍ରାନ୍ସଫର କରାଯିବ ସେଥିରେ ସେମାନେ ଭେନ୍ୟୁରେ ଲାଗିଥିବା ବିଭିନ୍ନ ଷ୍ଟଲରୁ ସାମଗ୍ରୀ କିଣିବେ । ଜି୨୦ ସମ୍ମିଳନୀ ଭେନ୍ୟୁରେ ବିଭିନ୍ନ ପ୍ରକାରର ଆକର୍ଷଣୀୟ ଷ୍ଟଲ ମାନ ଲାଗିଛି । ଏହିସବୁ ଷ୍ଟଲରେ ସେହିସବୁ ଜିନିଷ ରଖାଯାଇଛି ଯାହା ଭାରତୀୟ ପରମ୍ପରା ଓ ସଂସ୍କୃତି ସହ ଜଡିତ । ଏଠାରେ ଖଦୀର ବିଭିନ୍ନ ସାମଗ୍ରୀ ଉପଲବ୍ଧ ରହିଛି । ଅତିଥି ୟୁପିଆର ଉପଯୋଗ କରି ବିଭିନ୍ନ ସାମଗ୍ରୀ କିଣିବା ଦ୍ୱାରା ଡିଜିଟାଲ ପେମେଣ୍ଟର ଅନୁଭବ ପାଇପାରିବେ ।

Get real time updates directly on you device, subscribe now.