fbpx
BSKY SKY
BSKY SKY

ପରିକ୍ରମା ପ୍ରକଳ୍ପ ପାଇଁ ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟି ଧନ୍ୟବାଦ ଜଣାଇଲେ ଗଜପତି ମହାରାଜା

BSKY

ଓଡିଶା ଭାସ୍କର: ଗତ ୧୭ ତାରିଖ ଦିନ ବହୁପ୍ରତୀକ୍ଷିତ ତଥା ଐତିହାସିକ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ଲୋକାର୍ପଣ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ପୁରୀ ଗଜପତି ଦିବ୍ୟସିଂହ ଦେବଙ୍କ ଉପସ୍ଥିତିରେ ମୁଖ୍ୟମନ୍ତ୍ରୀ ଏହାକୁ ଲୋକର୍ପଣ କରିଥିଲେ। ତେବେ ଏହାକୁ ନେଇ ଆଜି ନବୀନ ନିବାସରେ ମୁଖ୍ୟମନ୍ତ୍ରୀଙ୍କୁ ଭେଟିଛନ୍ତି ପୁରୀ ଗଜପତି ମହାରାଜା ଦିବ୍ୟସିଂହ ଦେବ। ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ସେ ସାକ୍ଷାତ କରି ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରା ସମ୍ପର୍କରେ ଆଲୋଚନା କରିଛନ୍ତି। ଏହାସହିତ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଲୋକାର୍ପଣ ପାଇଁ ସେ ମୁଖ୍ୟମନ୍ତ୍ରୀଙ୍କୁ ଧନ୍ୟବାଦ ଜଣାଇଛନ୍ତି।

ଏଠାରେ କହି ରଖୁଛୁ ଯେ, ପରିକ୍ରମା ପ୍ରକଳ୍ପ ମୁଖ୍ୟତଃ ଶ୍ରୀମନ୍ଦିରର ନିରାପତ୍ତା, ଭକ୍ତ ଓ ତୀର୍ଥଯାତ୍ରୀଙ୍କୁ ମୌଳିକ ସୁବିଧା ପ୍ରଦାନ କରିବା ଉଦେଶ୍ୟରେ କରାଯାଇଛି। ଏଥିସହ ମେଘନାଦ ପ୍ରାଚୀର କଡ଼େ କଡ଼େ ବାହ୍ୟ ପରିକ୍ରମାର ଦିବ୍ୟ ଅନୁଭବ ପ୍ରଦାନ କରିବା ପାଇଁ ମଧ୍ୟ ଶ୍ରୀମନ୍ଦିର ଚୌହଦୀର ୭୫ ମିଟର ପରିଧିକୁ ନୂଆ ରୂପ ଦିଆଯାଇଛି। ଯାହା ଫଳରେ ଭକ୍ତଟିଏ ଶ୍ରୀମନ୍ଦିର ପରିକ୍ରମା କରିପାରିବ। ଏହି ପ୍ରକଳ୍ପକୁ ନେଇ ପ୍ରଥମରୁ ଅନେକ ବିବାଦ ଦେଖାଦେଇଥିବା ବେଳେ ଏହାକୁ ନେଇ ଭକ୍ତମାନେ ଖୁସି ବ୍ୟକ୍ତ କରିଛନ୍ତି। ତେବେ ଏହି ବିକାଶ କାର୍ଯ୍ୟ ଶେଷ ହୋଇନାହିଁ, ବର୍ତ୍ତମାନ ଆଗକୁ ଆହୁରି ଅନେକ କାମ ବାକି ରହିଥିବା ଜଣାପଡିଛି।

 

Get real time updates directly on you device, subscribe now.