fbpx

ରଥଯାତ୍ରାରେ ଛେରାପହଁରା କରିବେ ଗଜପତି

ପୁରୀ(ଓଡ଼ିଶା ଭାସ୍କର): କରୋନା କାଳରେ ଗତବର୍ଷ ଭଳି ଚଳିତବର୍ଷ ମଧ୍ୟ କଟକଣାରେ ପାଳିତ ହେବ ବିଶ୍ୱ ପ୍ରସିଦ୍ଧ ପୁରୀ ରଥଯାତ୍ରା । ଏଥର ରଥଯାତ୍ରାରେ ଛେରାପହଁରା କରିବେ ଗଜପତି ମହାରାଜା । ଛେରାପହଁରା ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ସୂଚନା ଦେଇଛନ୍ତି । ସେ କହିଛନ୍ତି ଯେ, ଆମେ ରଥଯାତ୍ରାକୁ ମୁଖ୍ୟ ସ୍ଥାନ ଦେଇଛୁ, ତାହା ମୁଖ୍ୟ ପର୍ବ । ସ୍ନାନ ଯାତ୍ରାକୁ ନଯାଇ ରଥ ପାଇଁ ନିଷ୍ପତ୍ତି ନେଇଛୁ । ମହାପ୍ରଭୁ ଚାହିଁଲେ ବାହୁଡ଼ାରେ ଆମେ ମଧ୍ୟ ଯିବୁ ବୋଲି ଗଜପତି କହିଛନ୍ତି ।

ତେବେ ସ୍ନାନଯାତ୍ରାରେ ଗଜପତିଙ୍କ ସ୍ଥାନରେ ମୁଦିରସ୍ତ ଛେରାପହଁରା କରିଥିଲେ । ଅନ୍ୟ ସ୍ଥାନରେ ରଥଯାତ୍ରା ବନ୍ଦକୁ ନେଇ ସୁପ୍ରିମକୋର୍ଟ ରାୟକୁ ସ୍ୱାଗତ କରିଛନ୍ତି ଗଜପତି ମହାରାଜା । ସେ କହିଛନ୍ତି ଯେ, ‘ଶ୍ରୀମନ୍ଦିର ଆଦି ଓ ମୂଳପାଠ, ସେବାପୂଜା, ରୀତିନୀତି, ପରମ୍ପରା ସ୍ୱତନ୍ତ୍ର ।’ ସୂଚନାଯୋଗ୍ୟ ଯେ, ଗତବର୍ଷ ରଥଯାତ୍ରାରେ ଛେରାପହଁରା ବୁଦିରସ୍ତ ସେବାୟତ କରିଥିଲେ । ଚଳିତବର୍ଷ କୋଭିଡ କଟକଣା ଓ ୧୪୪ ଧାରା ଭିତରେ ରଥଯାତ୍ରା ଅନୁଷ୍ଠିତ ହେବ ।

Get real time updates directly on you device, subscribe now.