fbpx

କରୋନା ରୋଗୀଙ୍କୁ ମାଗଣାରେ ଅକ୍ସିଜେନ ସିଲିଣ୍ଡର ଓ ଔଷଧ ବାଣ୍ଟିବେ ଗମ୍ଭୀର

ନୂଆଦିଲ୍ଲୀ, ୨୬ା୪ (ଓଡିଶା ଭାସ୍କର): ଦେଶରେ କରୋନାର ସ୍ଥିତି ଅତ୍ୟନ୍ତ ସଙ୍କଟାପନ୍ନ ଅବସ୍ଥାରେ ରହିଛି । ଜନସାଧାରଣ ଦୁର୍ଦ୍ଦିନ ମଧ୍ୟରେ ଜୀବନଯାପନ କରୁଛନ୍ତି । ତେବେ ଏହି ସମୟରେ ଲୋକଙ୍କୁ ସାହାଯ୍ୟ କରିବାକୁ ଆଗେଇ ଆସିଛନ୍ତି ପୂର୍ବତନ କ୍ରିକେଟର ତଥା ସାଂସଦ ଗୌତମ ଗମ୍ଭୀର । ଗମ୍ଭୀର କରୋନା ରୋଗୀଙ୍କୁ ମାଗଣାରେ ଅକ୍ସିଜେନ ସିଲିଣ୍ଡର ଓ ଔଷଧ ବଣ୍ଟନ କରିବେ । ସହାୟତା ପାଇଁ ପୀଡ଼ିତମାନେ ତାଙ୍କର କାର୍ଯ୍ୟାଳୟରେ ସକାଳ ୧୦ଟାରୁ ଅପରାହ୍ଣ ୪ଟା ମଧ୍ୟରେ ସମ୍ପର୍କ କରିପାରିବେ । ଗମ୍ଭୀର କହିଛନ୍ତି ଯେ, ସେ ନିଜର ସଂସଦୀୟ କ୍ଷେତ୍ର ବ୍ୟତୀତ ସମଗ୍ର ଦିଲ୍ଲୀର କରୋନା ରୋଗୀଙ୍କୁ ଏହି ସେବା ଯୋଗାଇବେ । ତେବେ କେବଳ ଡାକ୍ତରଙ୍କ ପ୍ରେସକ୍ରିପସନ୍ ଓ ଆଧାର କାର୍ଡ ଦେଖାଇ ରୋଗୀମାନେ ଏହି ସେବା ପାଇପାରିବେ ।

Get real time updates directly on you device, subscribe now.