ଜୁଆ ଖେଳରୁ ସାଙ୍ଗର ତଣ୍ଟି କାଟିଲେ, ବୁଦାରେ ଫୋପାଡ଼ି ନିଆଁ ଲଗାଇଦେଲେ

ପୁଣି ଏକ ଲୋମହର୍ଷଣକାରୀ ଘଟଣା ସାମ୍ନାକୁ ଆସିଛି। ଜୁଆ ଖେଳରେ ଗଣ୍ଡଗୋଳ ହେବାରୁ ସାଙ୍ଗର ତଣ୍ଟି କାଟିଦେଲେ ସାଙ୍ଗ। ପ୍ରମାଣ ନଷ୍ଟ କରିବାକୁ ବୁଦାରେ ଫୋପାଡ଼ି ନିଆଁ ଲଗାଇ ଦେଲେ। ପୋଲିସର ତଦନ୍ତ ଜାରି।

ବିହାର: ଝିମିଟି ଖେଳରୁ ମହାଭାରତ ହେବା ପରେ ଜୁଆ ଖେଳରୁ ହତ୍ୟା। ପ୍ରଥମେ ସାଙ୍ଗର ଗଳା କାଟିବା ପରେ ମନ ବୁଝିଲାନି ଯେ, ଦରମରା ଅବସ୍ଥାରେ ବୁଦା ଭିତରେ ପକାଇ ନିଆଁ ଲଗାଇଦେଲେ ଅପରାଧୀ।

ଘଟଣାଟି ହେଉଛି ବିହାରର। ବୁଧବାର ରାତିରେ ନିଶା ସକ୍ତ ଅବସ୍ଥାରେ ଜୁଆ ଖେଳରୁ ଗଣ୍ଡଗୋଳ ହୋଇଥିଲା। ପରେ ମହେଶ ସାହାଣୀ ନାମକ ଜଣେ ଯୁବକଙ୍କ ତଣ୍ଟି କାଟିଦେଇଥିଲେ ଅଭିଯୁକ୍ତ। କେବଳ ସେତିକି ନୁହେଁ ପ୍ରମାଣ ନଷ୍ଟ କରିବା ଉଦ୍ଧେଶ୍ୟରେ ବୁଦାରେ ପକାଇ ନିଆଁ ଲଗାଇ ଦେଇଥିଲେ।

କାହିଁକି ହେଲା ହତ୍ୟାକାଣ୍ଡ: ତେବେ ଦେଖିବାକୁ ଗଲେ ବୈଶାଳୀ ଜିଲ୍ଲାର ଜାଣ୍ଡହା ଥାନା ଅଞ୍ଚଳର ବହସି ଚୌକ ଅଞ୍ଚଳରେ ମହେଶ ପ୍ରାୟ ସମୟ ସାଙ୍ଗ ମାନଙ୍କ ସହ ବିତାନ୍ତି। ମଦ ପିଇବା ସହ ଜୁଆ ମଧ୍ୟ ଖେଳନ୍ତି। ପ୍ରତିଦିନ ଭଳି ବୁଧବାର ଦିନ ବି ସାଙ୍ଗମାନଙ୍କ ସହ ମଦ ପିଇ ଜୁଆ ଖେଳରେ ମଜିଯାଇଥିଲେ ମହେଶ।

ହେଲେ କୌଣସି କାରଣ ବସତଃ ସାଙ୍ଗମାନଙ୍କ ସହ ତାଙ୍କର ଝଗଡ଼ା ହୋଇଯାଇଥିଲା। ଆଉ ଟିକେ ଟିକେ କଥାରୁ ଝଗଡ଼ା ଉଗ୍ରରୂପ ନେଲା। କଥା ଏତେବାଟ ବିଗିଡ଼ି ଗଲାଯେ ସାଙ୍ଗମାନେ ମାଶି ମହେଶର ତଣ୍ଟି କାଟିଦେଲେ।

ଏତିକିରେ ଏହି ଲୋମହର୍ଷଣକାରୀ ଘଟଣାର ସମାପ୍ତ ହୋଇନଥିଲା। ବରଂ ଘଟଣାକୁ ଚପାଇଦେବାକୁ ଯାଇ ଦରମରା ଅବସ୍ଥାରେ ଅଭିଯୁକ୍ତମାନେ ମହେଶକୁ ବୁଦା ଭିତରକୁ ଫୋପାଡ଼ି ଦେଇଥିଲେ। କେବଳ ସେତିକି ନୁହେଁ ଆଖ ପାଖରେ ଥିବା ସବୁ ବୁଦାରେ ନିଆଁ ମଧ୍ୟ ଲଗାଇ ଦେଇଥିଲେ।

ପୋଲିସର ତଦନ୍ତ: ନିଆଁ ଲାଗିବା ଦ୍ୱାରା ମହେଶର ଶରୀରର ଅନେକ ଅଂଶ ପୋଡ଼ିଯାଇଥିଲା। ଘଟଣା ସମ୍ପର୍କରେ ଖବର ପାଇବା ପରେ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ଆଉ ମହେଶର ଅଧାପୋଡ଼ା ଶବ ଯବତ କରିଥିଲା। ହେଲେ ଅଭିଯୁକ୍ତଙ୍କୁ ଏବେ ଯାଏଁ ଧରିପାରିନି ଜାଣ୍ଡହା ଥାନା ପୋଲିସ।