fbpx

କଣ ମହାତ୍ମା ଗାନ୍ଧୀ ନିଜ ଜନ୍ମଦିନ ପାଳନ କରୁଥିଲେ? ଜନ୍ମଦିନରେ କଣ କଣ କରୁଥିଲେ? ଚାଲନ୍ତୁ ଏହି ଅହିଂସାର ପ୍ରତିମୂର୍ତ୍ତିଙ୍କ ସମ୍ପର୍କରେ

ଓଡ଼ିଶା ଭାସ୍କର ବ୍ୟୁରୋ: ପ୍ରତିବର୍ଷ ଅକ୍ଟୋବର ୨ ତାରିଖକୁ ଗାନ୍ଧୀ ଜୟନ୍ତୀ ଭାବରେ ପାଳନ କରାଯାଏ । ତେବେ ଚଳିତ ବର୍ଷ ଜାତିର ପିତା ମହାତ୍ମା ଗାନ୍ଧୀଙ୍କ ୧୫୨ ତମ ଜୟନ୍ତୀ ଦେଶବ୍ୟାପୀ ଧୁମଧାମରେ ପାଳନ କରାଯାଉଛି । କେବଳ ଭାରତରେ ନୁହେଁ ଦେଶ ବିଦେଶରେ ତାଙ୍କ ବିଚାର ଓ ପ୍ରାସଙ୍ଗିକତାର ଆଲୋଚନା ତଥା ପର୍ଯ୍ୟାଲୋଚନା ହୋଇଆସୁଛି । ଭାରତ ରତ୍ନ ମୋହନଦାସ କରମଚାନ୍ଦ ଗାନ୍ଧୀ ଅର୍ଥାତ୍ ମହାତ୍ମା ଗାନ୍ଧୀଙ୍କୁ ସ୍ନେହରେ ବାପୁ ବୋଲି ସମ୍ବୋଧନ କରଯାଇଥାଏ । ତେବେ ଏହି ଅବସରରେ ଦେଶ ବିଦେଶରେ ଅନେକ ସେବା କାର୍ଯ୍ୟକ୍ରମ କରାଯିବ । ଆଜିର ଏହି ବିଶେଷ ଦିନକୁ ସାମାଜିକ ତଥା ସାଂସ୍କୃତିକ ସଂସ୍ଥାନ ମାନଙ୍କରେ ପାଳନ କରାଯିବ । ତେବେ ଏହିସବୁ ଭିତରେ ଗୋଟିଏ ପ୍ରଶ୍ନ ରହିଛି ଯେ, କଣ ଗାନ୍ଧୀଜୀ ନିଜ ଜନ୍ମଦିନ ପାଳନ କରୁଥିଲେ ? ସେ ନିଜ ଜନ୍ମଦିନରେ କଣ କଣ କାମ କରୁଥିଲେ? ଏହି ପ୍ରଶ୍ନର ଉତ୍ତର ଅଧିକାଂଶ ଭାରତୀୟ ଜାଣିନଥିବେ । ତେବେ ଚାଲନ୍ତୁ ବାପୁଙ୍କ ଜୀବନର କିଛି ଅଜଣା କଥା ।

ବୟୋବୃଦ୍ଧ ଗାନ୍ଧୀବାଦୀ ବିଚାରକଙ୍କ କହିବା ମୁତାବକ, ଗାନ୍ଧୀଜୀ ନିଜ ଜନ୍ମଦିନ ପାଳନ କରୁନଥିଲେ । ପ୍ରସିଦ୍ଧ ଗାନ୍ଧୀବାଦୀ ଚିନ୍ତକ ରାମଚନ୍ଦ୍ର ରାହୀଙ୍କ କହିବା କଥା ଯେ, ବୋଧହୁଏ ଗାନ୍ଧୀଜୀ ନିଜ ଜନ୍ମଦିନ ପାଳନ କରୁନଥିଲେ । କିନ୍ତୁ ତାଙ୍କ ଜନ୍ମଦିନ ଅବସରରେ ତାଙ୍କୁ ଭଲ ପାଉଥିବା ଲୋକମାନେ ଜନ୍ମଦିନ ପାଳନ କରୁଥିଲେ । ରାହୀ ଅକ୍ଟୋବର ୨, ୧୯୧୮ ଏକ ଉକ୍ତିରେ ଗାନ୍ଧୀଜୀ ପ୍ରକାଶ କରିଥିଲେ ଯେ, ତାଙ୍କ ମୃତ୍ୟୁ ପରେ ଲୋକମାନେ ସ୍ଥିର କରିବେ ଯେ, ମୋ ଜନ୍ମଦିନ ପାଳନ କରାଯିବ କି ନାହିଁ ।

ଗାନ୍ଧୀ ସ୍ମାରକ ନିଧିର ଅଧ୍ୟକ୍ଷଙ୍କ କହିବାନୁସାରେ, ଗାନ୍ଧୀଜୀ ନିଜ ଜନ୍ମଦିନ ପାଳନ କରୁନଥିଲେ । ସବୁଦିନ ପରି ନିଜର ନିୟମିତ କାର୍ଯ୍ୟ କରୁଥିଲେ । ସେ ସମୟାନୁବର୍ତ୍ତୀ ଥିଲେ । ପ୍ରାର୍ଥନା କରିବା, ଚରଖା ଚଲାଇବା, ଲୋକଙ୍କ ସହ ଦେଖା କରୁଥିଲେ ଏବଂ ଅଧିକ ସମୟ ସେ ମୌନ ରହୁଥିଲେ । ଗାନ୍ଧୀଜୀ ଶରୀରର ସ୍ୱଚ୍ଛତା ସହିତ ମନର ଶୁଦ୍ଧତା ସମ୍ପର୍କରେ ସବୁବେଳେ କହୁଥିଲେ । ସେ ସର୍ବଦା ଅହିଂସା, ସତ୍ୟନିଷ୍ଠାର ବାର୍ତ୍ତୀ ଦେଉଥିଲେ । ତେଣୁ ତାଙ୍କୁ ଅହିଂସାର ପ୍ରତିମୂର୍ତ୍ତି ବୋଲି କୁହାଯାଏ । ଜାତିସଂଘ ପକ୍ଷରୁ ଅକ୍ଟୋବର ୨ ତାରିଖକୁ ୨୦୦୭ ଜୁନ୍ ୧୫ ତାରିଖ ଦିନ ଅନ୍ତର୍ଜାତୀୟ ଅହିଂସା ଦିବସ ଭାବରେ ଘୋଷଣା କରାଯାଇଥିଲା ।

Get real time updates directly on you device, subscribe now.