fbpx
BJD
BJD SKY
BJD SKY

ପୁରୀର ଗଙ୍ଗା ଲଜ୍ ସିଲ୍

BJD

ପୁରୀ (ଓଡ଼ିଶା ଭାସ୍କର): କରୋନା ପ୍ରଭାବ ଜାରି ରହିଥିବାରୁ କଟକଣା ମଧ୍ୟରେ ହୋଇଛି ବିଶ୍ୱପ୍ରସିଦ୍ଧ ପୁରୀ ରଥଯାତ୍ରା । କଟକଣା ସତ୍ୱେ କିଛି ଅମାନିଆ ନିୟମ ମାନିନଥିବାରୁ ଦୃଢ଼ ପଦକ୍ଷେପ ନେଇଛି ପ୍ରଶାସନ । ପୁରୀ ବଡ଼ଦାଣ୍ଡର ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜ ସିଲ୍ ହୋଇଛି । ଉପଜିଲ୍ଲାପାଳଙ୍କ ନିର୍ଦ୍ଦେଶକ୍ରମେ ଲଜକୁ ସିଲ କରିଛନ୍ତି ତହସିଲଦାର ଓ କୁମ୍ଭାରପଡ଼ା ପୋଲିସ ।

ତେବେ ରଥଯାତ୍ରା ସମୟରେ ନିୟମ ଉଲ୍ଲଙ୍ଘନ ଅଭିଯୋଗରେ ଲଜ ସିଲ୍ ହୋଇଛି । କଟକଣା ଅନୁସାରେ ବାଲକୋନି କିମ୍ବା ଛାତ ଉପରୁ ରଥ ଦର୍ଶନ ବାରଣ ଥିଲା । ବାରଣ ସତ୍ୱେ ଛାତ ଉପରୁ ରଥ ଦର୍ଶନ କରିଥିବା ଅଭିଯୋଗ ହୋଇଛି ।

Get real time updates directly on you device, subscribe now.