fbpx

ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ୍‌ ସେବାରେ ଜିଓକୁ ମିଳିଲା ବଡ଼ ସଫଳତା, ଓଡ଼ିଶାରେ ଜିଓଫାଇବର୍‌ ଗ୍ରାହକ ସଂଖ୍ୟା ୫୦ ହଜାର ଟପିଲା

ଭୁବନେଶ୍ୱର (ଓଡ଼ିଶା ଭାସ୍କର): ଓଡ଼ିଶାର ସବୁଠୁ ପସନ୍ଦର ଡିଜିଟାଲ୍‌ ସେବା ପ୍ରଦାନକାରୀ ରିଲାଏନ୍ସ ଜିଓ ୨୦୨୧ ଏପ୍ରିଲ୍‌ ମାସରେ ରାଜ୍ୟରେ ସର୍ବାଧିକ ୨.୬୯ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ଟ୍ରାଇ ପକ୍ଷରୁ ଜାରି କରାଯାଇଥିବା ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି । ଏହା ସହିତ ଜିଓର ହାଇସ୍ପିଡ୍‌ ବ୍ରଡବ୍ୟାଣ୍ଡ୍‌ ସେବା ଜିଓଫାଇବର୍‌ର ଗ୍ରାହକ ସଂଖ୍ୟା ଓଡ଼ିଶାରେ ୫୦,୦୦୦ ମାଇଲଖୁଂଟ ଅତିକ୍ରମ କରିବା ସହ ରାଜ୍ୟରେ ମୋଟ ଜିଓଫାଇବର ଗ୍ରାହକ ସଂଖ୍ୟା ଏପ୍ରିଲ୍‌ ୩୦ ସୁଦ୍ଧା ୫୪,୦୫୮ରେ ପହଞ୍ଚିଥିବା ଟ୍ରାଇ ପକ୍ଷରୁ ପ୍ରକାଶ କରାଯାଇଥିବା ଓୟାରଲାଇନ୍‌ ଗ୍ରାହକ ତଥ୍ୟରୁ ଜଣାପଡ଼ିଛି ।

ଟ୍ରାଇ ଦ୍ୱାରା ପ୍ରକାଶିତ ସଦ୍ୟତମ ଟେଲିକମ୍‌ ଗ୍ରାହକ ତଥ୍ୟ ଅନୁଯାୟୀ, ରିଲାଏନ୍ସ ଜିଓ ଓଡିଶାରେ ପ୍ରାୟ ୧.୪୬ କୋଟି ମୋବାଇଲ୍‌ ଗ୍ରାହକ ସହିତ ରାଜ୍ୟରେ ଟେଲିକମ୍‌ କ୍ଷେତ୍ରରେ ୪୨ଧ ରୁ ଅଧିକ ଗ୍ରାହକ ବଜାର ଅଂଶ ହାସଲ କରିଛି । ୨୦୨୧ ଏପ୍ରିଲ୍‌ ମାସରେ ରିଲାଏନ୍ସ ଜିଓ ଓଡ଼ିଶାରେ ସର୍ବାଧିକ ୨,୬୯,୦୮୨ ନୂଆ ମୋବାଇଲ୍‌ ଗ୍ରାହକ ଯୋଡ଼ିଥିବା ବେଳେ, ଭାରତୀ ଏୟାରଟେଲ୍‌ ୧୬,୫୧୩ ନୂଆ ଗ୍ରାହକ ଯୋଡିଛି । ତେବେ ଏହି ମାସରେ ବିଏସଏନଏଲ ୮୪,୬୪୦ ଗ୍ରାହକ ହରାଇଥିବା ବେଳେ ଭୋଡାଫୋନ୍‌ ଆଇଡିଆ ୪୯,୭୦୭ ଗ୍ରାହକ ହରାଇଥିବା ଟ୍ରାଇ ଦ୍ୱାରା ପ୍ରକାଶିତ ତଥ୍ୟରୁ ଜଣାପଡ଼ିଛି ।

ଜିଓ ପକ୍ଷରୁ ଉଲ୍ଲେଖନୀୟ ଗ୍ରାହକ ଯୋଡ଼ାଯାଇଥିବାରୁ ଓଡ଼ିଶାରେ ମୋଟ୍‌ ମୋବାଇଲ୍‌ ଗ୍ରାହକ ସଂଖ୍ୟା ୧.୫୧ ଲକ୍ଷ ବୃଦ୍ଧି ପାଇ ପ୍ରାୟ ଏପ୍ରିଲ୍‌ ଶେଷ ସୁଦ୍ଧା ୩.୪୫ କୋଟିରେ ପହଞ୍ଚିଛି । ଜାତୀୟ ସ୍ତରରେ ମଧ୍ୟ ଏପ୍ରିଲ୍‌ ମାସରେ ରିଲାଏନ୍ସ ଜିଓ ସର୍ବାଧିକ ୪୭.୫୬ ଲକ୍ଷ ନୂଆ ଗ୍ରାହକ ଯୋଡ଼ିଥିବା ବେଳେ ଏୟାରଟେଲ୍‌ ଏହି ମାସରେ ପ୍ରାୟ ୫ ଲକ୍ଷ ଗ୍ରାହକ ଯୋଡ଼ିଛି । ସମାନ ସମୟରେ ଉଭୟ ଭୋଡାଫୋନ୍‌ ଆଇଡିଆ ଓ ବିଏସ୍‌ଏନ୍‌ଏଲ୍‌ ଲକ୍ଷ ଲକ୍ଷ ସଂଖ୍ୟକ ଗ୍ରାହକ ହରାଇଛନ୍ତି । ଏପ୍ରିଲ୍‌ ମାସରେ ଭୋଡାଫୋନ୍‌ ଆଇଡିଆ ୧୮ ଲକ୍ଷ ଗ୍ରାହକ ହରାଇଥିବା ବେଳେ ବିଏସଏନଏଲ୍‌ ୧୩ ଲକ୍ଷରୁ ଅଧିକ ଗ୍ରାହକ ହରାଇଥିବା ଟ୍ରାଇ ତଥ୍ୟରୁ ଜଣାପଡ଼ିଛି ।

Get real time updates directly on you device, subscribe now.