କେଜିଏଫ ପରେ ଏବେ ଇଣ୍ଡିଆନ ବାଇକକୁ ନେଇ ଚର୍ଚ୍ଚାରେ ଗଙ୍ଗାଭାଇ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସାଧାରଣତଃ ଗାଡ଼ି ପୁରୁଣା ହୋଇଗଲେ ଏହାକୁ ବଦଳାଇବାକୁ ପଡ଼େ କିମ୍ବା ନୂଆ ଗାଡ଼ି କିଣିବାକୁ ପଡ଼େ । ହେଲେ ସବୁବେଳେ ସମ୍ଭବ ହୋଇନଥାଏ, କାରଣ ହୁଏତ କେହି ନୂଆ ଗାଡ଼ି କିଣିବାକୁ ସକ୍ଷମ ହୋଇନଥାନ୍ତି କିମ୍ବା ଗାଡ଼ି ସହ ଏତେ ଦିନର ସ୍ମୃତିକୁ ଛାଡ଼ିବାକୁ ଚାହିନଥାନ୍ତି । ଏପରି ସ୍ଥଳରେ ବିକଳ୍ପ ଭାବରେ ଉଭା ହୋଇଛନ୍ତି ଭୁବନେଶ୍ୱରର ଗଙ୍ଗା ପଟ୍ଟନାୟକ ବା ଗଙ୍ଗା ଭାଇ ।

ଗଙ୍ଗା ନିଜ ସୃଜନଶୀଳତାରେ ଏପରି କିଛି କରିଦେଖାଇଥାନ୍ତି ଯାହା ହୁଏତ ଆଉ କେହିକରିବାଟା ସହଜ ହୋଇନପାରେ । ଗଙ୍ଗା ଯେକୌଣସି ବାଇକ ଯେକୌଣସି ଅବସ୍ଥାରେ ଥାଉ ନା କାହିଁକି ତାକୁ ନୂଆ ରୂପ ଦେବାରେ ପାରଙ୍ଗମ । ତାଙ୍କର ସୃଜନଶୀଳତା ଦେଖିଲେ ଯେ କେହିବି ଆଶ୍ଚର୍ଯ୍ୟ । ପୁରୁଣା ଗାଡ଼ିକୁ ସେ ଏଭଳି ଭାବରେ ନୂଆ ରୂପ ଦେଇଥାନ୍ତି ତାହା ଦେଖିଲେ ଆପଣ ନିଶ୍ଚୟ କହିବେ ୱା । ପୂର୍ବରୁ ମଧ୍ୟ ଅନେକ ବାଇକକୁ ନୂଆ ରୂପ ଦେଇ ଚର୍ଚ୍ଚାରେ ରହିଥିଲେ ଗଙ୍ଗାଭାଇ । ଆଉ ଏବେ ପୁଣି ଥରେ ଆଉ ଏକ ବାଇକକୁ ସଂପୂର୍ଣ୍ଣ ଭିନ୍ନ ରୂପ ଦେଇଛନ୍ତି ଗଙ୍ଗା ଭାଇ ।

ଆଜ୍ଞା ହଁ, ୨୦୦୭ ମସିହାର ଏକ ପୁରୁଣା ପ୍ୟାସନ ପ୍ରୋ ବାଇକୁ ଏକ ନୂଆ ରୂପ ଦେଇଛନ୍ତି ଗଙ୍ଗା ଭାଇ । ଆପଣ ହୁଏତ ଦେଖିଲେ ବିଶ୍ୱାସ କରିବେନି । ତେବେ ଏନେଇ ସେ କୁହନ୍ତି ରାତିରେ ସ୍ୱପ୍ନ ଦେଖନ୍ତି ଏବଂ ଏହି ଡିଜାଇନର ବାଇକ୍ ତିଆରି କରନ୍ତି । ଆଉ କେଜିଏଫ୍ ପରେ ପ୍ୟାସନ ପ୍ରୋ ବାଇକରୁ ଇଣ୍ଡିଆନ ବାଇକ୍ ତିଆରି କରି ପୁଣିଥରେ ଚର୍ଚ୍ଚାକୁ ଆସିଛନ୍ତି ।

ସେପଟେ ଗଙ୍ଗାଭାଇଙ୍କ ପାଖରେ ଗାଡ଼ି ତିଆରି କରିଥିବା ଗ୍ରାହକ କହିଛନ୍ତି ନୂଆ ଗାଡ଼ିଠାରୁ ଖୁବ୍ ଶସ୍ତାରେ ସେ ଏହି ଗାଡ଼ି ତିଆରି କରିଛନ୍ତି । ଏହି ଗାଡ଼ି ଦେଖିବାକୁ ମଧ୍ୟ ଖୁବ୍ ସୁନ୍ଦର ଲାଗୁଛି ଏବଂ ଏହା ଖୁବ୍ ଆକର୍ଷଣୀୟ ମଧ୍ୟ ହୋଇଛି । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.