fbpx

ଗାଙ୍ଗପୁର ଥାନା ଦେଶର ଦ୍ୱିତୀୟ ଶ୍ରେଷ୍ଠ ଥାନା: କେନ୍ଦ୍ର ଗୃହମନ୍ତ୍ରୀଙ୍କଠାରୁ ଟ୍ରଫି ଗ୍ରହଣ କଲେ ଥାନାଧିକାରୀ

ନୂଆଦିଲ୍ଲୀ/ ଭଞ୍ଜନଗର,  (ଭାସ୍କର ନ୍ୟୁଜ): ଓଡ଼ିଶା ପୋଲିସ ପାଇଁ ଗୌରବ ଆଣିଛି ଗଞ୍ଜାମ ଜିଲ୍ଲା ଗାଙ୍ଗପୁର ଥାନା । ସର୍ବଭାରତୀୟ ସ୍ତରରେ ଦ୍ୱିତୀୟ ଶ୍ରେଷ୍ଠ ଥାନା ତଥା ଓଡ଼ିଶାର ଏକମାତ୍ର ଶ୍ରେଷ୍ଠ ଥାନା ଭାବେ ସ୍ଥାନ ପାଇଛି ଗାଙ୍ଗପୁର ଥାନା । ତେବେ ଶୁକ୍ରବାର ଲକ୍ଷ୍ନୌସ୍ଥିତ ପୋଲିସ୍‌ ମୁଖ୍ୟାଳୟ ଠାରେ ଆୟୋଜିତ ଡିଜି ସମ୍ମିଳନୀରେ କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍‌ ଶାହଙ୍କଠାରୁ ଏହି ପୁରସ୍କାର ଗ୍ରହଣ କରିଛନ୍ତି ଗାଙ୍ଗପୁର ଥାନା ଅଧିକାରୀ ଧିରେଶ କୁମାର ଦାସ । ଓଡ଼ିଶା ପୋଲିସ ଡିଜି ଅଭୟ ମଧ୍ୟ ଏହି କାର୍ଯ୍ୟକ୍ରମରେ ଯୋଗ ଦେଇ ଥାନାଧିକାରୀ ଧିରେଶ କୁମାରଙ୍କୁ ଶୁଭେଚ୍ଛା ଜଣାଇନ୍ତି। ଭାରତର ବିଭିନ୍ନ ରାଜ୍ୟର ୪୮ ଥାନାକୁ ଅମିତ୍‌ ଶାହ ପୁରସ୍କାର ପ୍ରଦାନ କରିଥିବା ବେଳେ ସେଥିରୁ ଦେଶର ୩ଟି ଶ୍ରେଷ୍ଠ ଥାନାକୁ ମଧ୍ୟ ପୁରସ୍କାର ପ୍ରଦାନ କରିଥିଲେ । ନୂଆଦିଲ୍ଲୀ ସଦର ବଜାର ଥାନା ଅଧିକାରୀ କହ୍ନେୟା ଲାଲ୍‌ ଯାଦବ୍‌ ପ୍ରଥମ ପୁରସ୍କାର ଗ୍ରହଣ କରିଥିବା ବେଳେ ଓଡ଼ିଶାର ଗାଙ୍ଗପୁର ଥାନା ଅଧିକାରୀ ଦ୍ୱିତୀୟ ପୁରସ୍କାର ଏବଂ ହରିୟାଣାର ଭାଟୁକୁଲା ଥାନା ଆଇଆଇସି ଓମପ୍ରକାଶ ଚୁଗ୍‌ ତୃତୀୟ ପୁରସ୍କାର ଗ୍ରହଣ କରିଛନ୍ତି ।

Get real time updates directly on you device, subscribe now.