fbpx

ଏନକାଉଣ୍ଟରରେ କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍ ମୃତ

କଟକ: ଆଖି ବୁଜିଲା କୁଖ୍ୟାତ୍ ଗ୍ୟାଙ୍ଗଷ୍ଟର୍ ହାଇଦର୍ । ଆଜି ହାଇଦର୍ କୁ ଚୌଦ୍ୱାରରୁ ବାରିପଦା ଜେଲ୍ କୁ ନିଆଯାଉଥିବା ବେଳେ ଏନକାଉଣ୍ଟର୍ ହୋଇଥିଲା । ଏନେଇ ପୁଲିସ୍ ସୂଚନା ଦେଇଛି । ଏନକାଉଣ୍ଟର ପରେ ଚିକିତ୍ସା ପାଇଁ ତାକୁ ବାଲେଶ୍ୱର ମେଡିକାଲ୍ କୁ ନିଆଯାଇଥିଲା । ଏଥିରେ ହାଇଦର୍ ର ପେଟରେ ଗୁଳି ବାଜିଥିବା ଜଣାପଡ଼ିଥିଲା । ସେଠାରେ ତାର ଅବସ୍ଥା ସଙ୍କଟାପର୍ଣ୍ଣ ରହିଥିଲା । କିନ୍ତୁ ବର୍ତ୍ତମାନ ତାଙ୍କର ମୃତ୍ୟୁ ହୋଇଯାଇଛି ।

ସୂଚନା ଅନୁସାରେ, ବାରିପଦା ଜେଲ୍ କୁ ନିଆଯାଉଥିବା ସମୟରେ ସିମୁଳିଆ ଠାରେ ଏହି ଏନକାଉଣ୍ଟର୍ ହୋଇଥିଲା । ହାଇଦର୍ ଜେଲ୍ କୁ ନିଆଯିବା ସମୟରେ ଖସି ଯିବାକୁ ଚେଷ୍ଟା କରିଥିଲା । ଏହି ସମୟରେ ଏନକାଉଣ୍ଟର୍ ହୋଇଥିଲା ବୋଲି ସୁତ୍ରରୁ ଜଣାପଡ଼ିଛି ।

Get real time updates directly on you device, subscribe now.