ପାର୍ବଣ ପୂର୍ବରୁ ଗ୍ୟାଙ୍ଗଷ୍ଟରର ଆତ୍ମସମର୍ପଣ, କୋର୍ଟରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ସକିଲ
ସକିଲର ଜାମିନ ଆବେଦନକୁ ଖାରଜ କଲେ କୋର୍ଟ।
କଟକ: ପାର୍ବଣ ପୂର୍ବରୁ ଗ୍ୟାଙ୍ଗଷ୍ଟରର ଆତ୍ମସମର୍ପଣ। JMFC ସିଟି କୋର୍ଟରେ ଆତ୍ମସମର୍ପଣ କଲା ଗ୍ୟାଙ୍ଗଷ୍ଟର ସକିଲ। ଜଣେ ବ୍ୟବସାୟୀଙ୍କୁ ଆପହରଣ ଓ ଆକ୍ରମଣ ପରେ ଫେରାର୍ ହୋଇଯାଇଥିଲା ସକିଲ୍।
ଯଦିଓ ସକିଲର ଜଣେ ସହଯୋଗୀକୁ ପୋଲସି ସୋମବାର ଦିନ ବାନ୍ଧିଥିଲା, କିନ୍ତୁ ଶ୍ୱଶୁର ଘରେ ଫୋନ୍ ରଖି ପୋଲିସକୁ ଚକମା ଦେବା ପାଇଁ ଆନ୍ଧ୍ରପ୍ରଦେଶ ଫେରାର ହୋଇଯାଇଥିବା କୁହାଯାଉଥିଲା।
ହେଲେ ସକିଲ୍ ଆଜି ନିଜେ ଆସି JMFC ସିଟି କୋର୍ଟରେ ଆତ୍ମସମର୍ପଣ କରିଛି। ପରେ ସକିଲର ଜାମିନ ଆବେଦନକୁ ଖାରଜ କରିଛନ୍ତି କୋର୍ଟ। ଜାମିନ ଆବେଦନ ଖାରଜ ପରେ ଏବେ ଚୌଦ୍ୱାର ଜେଲ୍ ଯିବ ଗ୍ୟାଙ୍ଗଷ୍ଟର ସକିଲ୍।