fbpx

(Video) ହିଞ୍ଜିଳିକାଟୁ ପିତ୍ତଳ ଛକ ବୀଭତ୍ସ ହତ୍ୟାକାଣ୍ଡ: ହତ୍ୟାର କାରଣ ସମ୍ପର୍କରେ ପ୍ରତିକ୍ରିୟା ରଖିଲେ ଗଞ୍ଜାମ ଏସପି

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲା ହିଞ୍ଜିଳିକାଟୁ ଥାନା ଅନ୍ତର୍ଗତ ପିତ୍ତଳ ଛକରେ ଘଟିଥିବା ହତ୍ୟାକାଣ୍ଡର ତଦନ୍ତ ଜାରି ରଖିଛି ପୋଲିସ । ଏହି ଘଟଣାରେ ୪ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୩ ଜଣଙ୍କୁ ପୋଲିସ ଅଟକ ରଖିଛି । ଆକ୍ରମଣକାରୀମାନେ ସଡ଼କ ଦୁର୍ଘଟଣାରୁ ଦମ୍ପତିଙ୍କୁ ଉଦ୍ଧାର କରିଥିଲେ । ଏହାପରେ ନିକଟରେ ଫାଷ୍ଟ ଫୁଡ୍ ଦୋକାନ କରିଥିବା ୩ ଭାଇ ସେମାନଙ୍କୁ କମେଣ୍ଟ କରିଥିଲେ । ଫଳରେ ଏଥିରେ ଉତକ୍ଷିପ୍ତ ହୋଇ ଅଭିଯୁକ୍ତମାନେ ସେମାନଙ୍କୁ ମରଣାନ୍ତକ ଆକ୍ରମଣ କରିଥିଲେ । ଏନେଇ ବିସ୍ତୃତ ସୂଚନା ପ୍ରଦାନ କରିଛନ୍ତି ଗଞ୍ଜାମ ଏସପି ।

ଏହି ହତ୍ୟାକାଣ୍ଡ ପରେ ସ୍ଥାନୀୟ ଲୋକେ ରାସ୍ତାରୋକ କରି ସହ ମୃତକଙ୍କ ପରିବାରଙ୍କୁ କ୍ଷତିପୂରଣ ଦୋଷୀଙ୍କୁ ଗିରଫ ଦାବି କରିଛନ୍ତି । ପରିସ୍ଥିତି ଉତ୍ତେଜନାପୂର୍ଣ୍ଣ ଥିବାରୁ ଉକ୍ତ ଅଞ୍ଚଳରେ ଅଧିକ ସଂଖ୍ୟାରେ ପୋଲିସ ମୁତୟନ ଅଛନ୍ତି । ପିତ୍ତଳ ଛକ ନରେନ୍ଦ୍ରପୁରଠାରେ କମେଣ୍ଟ ମରାକୁ ନେଇ ଗୋଷ୍ଠୀ ସଂଘର୍ଷ ଘଟିଥିଲା । ଏହି ଘଟଣାରେ ତିନି ଭାଇ ଶମ୍ଭୁ ସ୍ୱାଇଁ, ପାଣ୍ଡବ ସ୍ୱାଇଁ, ରାଜା ସ୍ୱାଇଁ ଓ ଚନ୍ଦନ ସ୍ୱାଇଁ ପ୍ରାଣ ହରାଇଥିଲେ । ରାତି ପ୍ରାୟ ୧୨ଟାରୁ ୧ଟା ସମୟରେ ଏହି ଘଟଣା ଘଟିଥିଲା । ଆକ୍ରମଣକାରୀମାନେ ଲୁହା ରଡ଼ ଓ କାଠ ଫାଳିଆରେ ସେମାନଙ୍କୁ ପିଟିପିଟି ହତ୍ୟା କରିଥିଲେ । ତେବେ ପୂର୍ବ ଶତ୍ରୁତାରୁ ଏହି ହତ୍ୟାକାଣ୍ଡ ଘଟିଥିବା ଅନୁମାନ କରାଯାଉଛି ।

Get real time updates directly on you device, subscribe now.