fbpx

ଗୁଜରାଟ ଏଲପିଜି ସିଲିଣ୍ଡର୍ ବ୍ଲାଷ୍ଟ: ୪ ପିଲାଙ୍କ ସମେତ ୯ଜଣଙ୍କ ମୃତ

ଅହମ୍ମଦାବାଦ: ଗୁଜରାଟର ଅହମ୍ମଦାବାଦ ସହରରେ ଏଲପିଜି ସିଲିଣ୍ଡର୍ ବ୍ଲାଷ୍ଟ୍ ହେବା ଫଳରେ ଏକ ଅଭାବନୀୟ ଘଟଣା ଘଟିଛି । ଗ୍ୟାସ୍ ଲିକ୍ ପରେ ସିଲିଣ୍ଡର୍ ବ୍ଲାଷ୍ଟ୍ ହେବା କାରଣରୁ ୯ ଜଣ ପ୍ରାଣ ହରାଇଛନ୍ତି । ଏଥିରେ ୪ ଜଣ ଛୋଟ ପିଲାଙ୍କର ମଧ୍ୟ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଏହାଛଡ଼ା ୧୦ ଜଣ ଗୁରୁତର ଭାବରେ ଜଳି ଯାଇଥିବା ଜଣାପଡ଼ିଛି । ସେମାନଙ୍କୁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଥିବା ବେଳେ ଗତକାଲି ଦୁଇଜଣଙ୍କ ମୃତ୍ୟୁ ହେବାପରେ ମୃତ୍ୟୁ ସଂଖ୍ୟା ୭ରେ ପହଞ୍ଚିଛି । ଏହି ଘଟଣା ଜୁଲାଇ ୨୦ ତାରିଖରେ ଘଟିଥିଲା ।

ଅହମ୍ମଦାବାଦ ନଗର ପୁଲିସ୍ ର କହିବାନୁସାରେ, ମୃତ୍ୟୁ ହୋଇଥିବା ସମସ୍ତେ ଶ୍ରମିକ ପରିବାରର ସଦସ୍ୟ । ଏମାନଙ୍କ ମଧ୍ୟରୁ ୮ ଜଣଙ୍କର ଗତ କିଛି ଦିନ ମଧ୍ୟରେ ମୃତ୍ୟୁ ହୋଇଥିବା ବେଳେ ଆଉ ଜଣଙ୍କର ଶନିବାର ମୃତ୍ୟୁ ହୋଇଛି । ରୁମ୍ ଭିତରେ ଏଲ୍ପିଜି ଗ୍ୟାସ୍ ଲିକ୍ ହେବା ଫଳରେ ଏହି ଅଘଟଣ ଘଟିଛି । ସେମାନେ ଏକ ଶିଳ୍ପାନୁଷ୍ଠାନରେ ଶୋଇଥିବା ବେଳେ ଗ୍ୟାସ୍ ଲିକ୍ ହୋଇଥିଲା । ଏହାପରେ ପାଖ ରୁମ୍ରେ ଶୋଇଥିବା ଶ୍ରମିକ ସେମାନଙ୍କୁ ଗ୍ୟାସ୍ ଲିକ୍ ହେଉଥିବା ଜାଣି ଡାକିଥିଲେ । କିନ୍ତୁ ସେମାନଙ୍କ ଭିତରୁ ଜଣେ ଉଠି ଲାଇଟ୍ ସୁଇଚ୍ ମାରିଥିଲା । ଏହି ସମୟରେ ସୁଇଚ୍ରୁ ସର୍ଟସର୍କିଟ୍ ହୋଇ ନିଆଁ ବାହାରିଥିଲା । ଫଳରେ ଲିକ୍ ହେଉଥିବା ଗ୍ୟାସ୍ରେ ନିଆଁ ଧରି ଯାଇଥିଲା । କେହି କିଛି ବୁଝିବା ପୂର୍ବରୁ ନିଆଁରେ ଦଗ୍ଧ ହୋଇସାରିଥିଲେ ।

ଏଥିରେ ରୁମ୍ରେ ଥିବା ୧୦ ଜଣ ଜଳି ଯାଇଥିବା ବେଳେ ୯ ଜଣଙ୍କର ମୃତ୍ୟୁ ହୋଇଛି । ଫଳରେ ଗୋଟିଏ ପରିବାର ସମସ୍ତ ସଦସ୍ୟଙ୍କର ଜୀବନ ଯାଇଛି । ମୁଖ୍ୟମନ୍ତ୍ରୀ ଶିବରାଜ୍ ସିଂ ଚୌହାନ୍ ଏନେଇ ଦୁଃଖପ୍ରକାଶ କରିଥିବାବେଳେ ମୃତକଙ୍କ ପରିବାରକୁ ୪ ଲକ୍ଷ ଟଙ୍କା ଘୋଷଣା କରିଛନ୍ତି । ଆହତଙ୍କ ପରିବାରକୁ ୨ ଲକ୍ଷ ଟଙ୍କା ଅର୍ଥରାଶି ଘୋଷଣା କରିଛନ୍ତି ।

Get real time updates directly on you device, subscribe now.