fbpx

ଗୌତମ ଅଦାନୀ ହେଲେ ଏସିଆର ଧନଶାଳୀ ବ୍ୟକ୍ତି: ୧୮୦୮ ପ୍ରତିଶତ ବଢିଛି ସମ୍ପତ୍ତି ମୂଲ୍ୟ

ନୂଆଦିଲ୍ଲୀ: ଭାରତୀୟ ଶିଳ୍ପପତି ଗୌତମ ଅଦାନୀ ପାଲଟି ଯାଇଛନ୍ତି ଏସିଆର ସର୍ବବୃହତ ଧନୀ ବ୍ୟକ୍ତି । ଅଦାନୀ ଗ୍ରୁପର ପ୍ରତିଷ୍ଠାତା ଗୌତମ ଅଦାନୀ ବୁଧବାର ଅମ୍ବାନୀଙ୍କୁ ଅତିକ୍ରମ କରି ଏସିଆର ସର୍ବବୃହତ ଧନୀ ରହିଛନ୍ତି । ବ୍ଲୁମବର୍ଗ ବିଲେନିୟର ଇଣ୍ଡେକ୍ସ ଅନୁଯାୟୀ ନଭେମ୍ବର ୨୩ ତାରିଖରେ ଅମ୍ବାନୀଙ୍କ ସମ୍ପତ୍ତିର ମୂଲ୍ୟ ୯୧ ବିଲିୟନ ଡଲାର ରହିଥିବା ବେଳେ ଅଦାନୀଙ୍କ ସମ୍ପତ୍ତିର ମୂଲ୍ୟ ୮୮.୮ ବିଲିୟନ ଡଲାର ରହିଥିଲା । ବୁଧବାର ରିଲାଏନ୍ସ ଶେୟାର ମୂଲ୍ୟରେ ୧.୭୨ ପ୍ରତିଶତ ହ୍ରାସ ଘଟିଥିବା ବେଳେ ଅଦାନୀ ଅଂଶଧନ ମୂଲ୍ୟରେ ୨.୩୪ ପ୍ରତିଶତର ଅଭିବୃଦ୍ଧି ଘଟିଥିଲା । ଏହି ଅଭିବୃଦ୍ଧି ସହିତ ଅମ୍ବାନୀଙ୍କୁ ଗାଦିଚ୍ୟୁତ କରି ଏସିଆର ଏକ ନମ୍ବର ଆସନ ଅଳଙ୍କୃତ କରିଥିଲେ ।

ବିଗତ ୨୦ ମାସ ମଧ୍ୟରେ ଅଦାନୀଙ୍କ ସମ୍ପତ୍ତିରେ ୧୮୦୮ ପ୍ରତିଶତର ଅଭିବୃଦ୍ଧି ଘଟିଛି । ଅଦାନୀଙ୍କ ସମ୍ପତ୍ତିରେ ୮୩.୮୯ ବିଲିୟନର ଅଭିବୃଦ୍ଧି ଘଟିଥିଲା । ସମାନ ସମୟରେ ଅମ୍ବାନୀଙ୍କ ସମ୍ପତ୍ତିର ଅଭିବୃଦ୍ଧି ପରିମାଣ ମାତ୍ର ୨୫୦ ପ୍ରତିଶତ ରହିଥିଲା । ବୁଧବାର ଅଦାନୀ ପୋର୍ଟ ଅଂଶଧନରୁ ପ୍ରାୟ ୩.୫ ଲକ୍ଷ କୋଟିର ଫାଇଦା ହାସଲ କରିଥିଲେ ଗୌତମ ଅଦାନୀ ।

Get real time updates directly on you device, subscribe now.