fbpx
BSKY SKY
BSKY SKY

ଆଜି ଦିଲ୍ଲୀରେ ସମ୍ପନ୍ନ ହେବ ପ୍ରବାଦ ପୁରୁଷ ତଥା ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଝିଅ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ…

BSKY

ଭୁବନେଶ୍ୱର; ଆଜି ଦିଲ୍ଲୀରେ ସମ୍ପନ୍ନ ହେବ ଗୀତା ମେହେଟ୍ଟାଙ୍କ ଶେଷକୃତ୍ୟ। ପ୍ରବାଦ ପୁରୁଷ, ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ବିଜୁ ପଟ୍ଟନାୟକଙ୍କ ଏକମାତ୍ର କନ୍ୟା ତଥା ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବଡ଼ ଭଉଣୀ ଗୀତା ମେହଟ୍ଟାଙ୍କର ଶନିବାର ରାତିରେ ନୂଆଦିଲ୍ଲୀସ୍ଥିତ ବାସଭବନରେ ପରଲୋକ ଘଟିଥିଲା । ଏହି ଦୁଃଖ ଖବର ପାଇବା ପରେ ଗତକାଲି ଏକ ସ୍ୱତନ୍ତ୍ର ବିମାନରେ ଦିଲ୍ଲୀ ଗସ୍ତ କରିଥିଲେ ସାନ ଭାଇ ନବୀନ ପଟ୍ଟନାୟକ। ଏହା ସହ ବଡ ଭଉଣୀ ଗୀତା ମେହେଟ୍ଟାଙ୍କ ଅନ୍ତିମ ଦର୍ଶନ ଓ ଶେଷକୃତ୍ୟରେ ସାମିଲ ହୋଇଥିଲେ ।

ବଡ଼ ଭଉଣୀଙ୍କୁ ଶ୍ରଦ୍ଧାଞ୍ଜଳି ଜଣାଇବା ସହ ଏହି ଘଟଣା ତାଙ୍କୁ ଗଭୀର ଭାବେ ମର୍ମାହତ କରିଛି ବୋଲି କହିଥିଲେ ନବୀନ । ଏହାସହ ଯେଉଁମାନେ ଏଭଳି ଦୁଃଖଦ ସମୟରେ ତାଙ୍କ ପରିବାର ସହିତ ଠିଆ ହୋଇଛନ୍ତି ଓ ଶୋକବ୍ୟକ୍ତ କରିଛନ୍ତି, ସେମାନଙ୍କୁ କୃତଜ୍ଞତା ଜ୍ଞାପନ କରିଛନ୍ତି ମୁଖ୍ୟମନ୍ତ୍ରୀ। ସୂଚନା ଅନୁସାରେ ଶେଷକୃତ୍ୟ ପାଇଁ ଆମେରିକାରୁ ଗୀତାଙ୍କ ପୁଅ ଆଦିତ୍ୟ ସିଂହ ମେହେଟ୍ଟା ଆସି ମଧ୍ୟ ଦିଲ୍ଲୀରେ ପହଞ୍ଚିଛନ୍ତି।

 

Get real time updates directly on you device, subscribe now.