fbpx

ଗେହଲଟଙ୍କ କ୍ୟାବିନେଟରେ ଆଜି ହେବ ରାଜନୈତିକ ଅଦଳବଦଳ

Advertisement

ନୂଆଦିଲ୍ଲୀ: ରାଜସ୍ଥାନରେ ଶନିବାର ବଡ଼ ରାଜନୈତିକ ଅଦଳବଦଳ ହୋଇଛି। ରାଜସ୍ଥାନ ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ କ୍ୟାବିନେଟରେ ରବିବାର ବଡ଼ ଧରଣର ଅଦଳବଦଳ ହେବ। ଏହାର ଦିନକ ପୂର୍ବରୁ ରାଜସ୍ଥାନରେ ସମସ୍ତ ମନ୍ତ୍ରୀ ଗତକାଲି ଇସ୍ତଫା ଦେଇଛନ୍ତି । ଗେହଲଟ ସରକାର ରବିବାର ମନ୍ତ୍ରିମଣ୍ଡଳର ପୁନର୍ଗଠନ ହେବ। ସୂତ୍ର ଅନୁସାରେ ନୂଆ ମନ୍ତ୍ରିମଣ୍ଡଳରେ ୧୧ ଜଣ କ୍ୟାବିନେଟ ଓ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ନେବେ।

ଗେହଲଟଙ୍କ ସହ ଘନିଷ୍ଠ ୩ ମନ୍ତ୍ରୀ ମଧ୍ୟ ଆଜି ଇସ୍ତଫା ଦେଇଛନ୍ତି। ସେମାନେ ନିଜ ନିଜ ପଦବିରୁ ଇସ୍ତଫା ଦେବାପାଇଁ କଂଗ୍ରେସ ମୁଖ୍ୟ ସୋନିଆ ଗାନ୍ଧିଙ୍କ ପାଖକୁ ପୂର୍ବରୁ ଚିଠି ଲେଖିଥିଲେ। ସେମାନଙ୍କୁ ସାଂଗଠନିକ ଦାୟିତ୍ବ ମିଳିସାରିଛି। ରାଜସ୍ବ ମନ୍ତ୍ରୀ ଏବଂ ବାରମେର ବିଧାୟକ ହରିଶ ଚୌଧୁରୀଙ୍କୁ ପଂଜାବ ପ୍ରଭାରୀ କରାଯାଇଥିବା ବେଳେ ରଘୁ ଶର୍ମାଙ୍କୁ ଗୁଜରାଟ ପ୍ରଭାରୀ ହୋଇଛନ୍ତି। ରାଜସ୍ଥାନ ପିସିସି ସଭାପତି ଗୋବିନ୍ଦ ସିଂହ ଦୋତସରା ମଧ୍ୟ ରାଜ୍ୟ ଶିକ୍ଷା ମନ୍ତ୍ରୀ ପଦରୁ ଇସ୍ତଫା ଦେଇଛନ୍ତି। ଶନିବାର ମୁଖ୍ୟମନ୍ତ୍ରୀ ଅଶୋକ ଗେହଲଟଙ୍କ ନିବାସରେ ବୈଠକ ହୋଇଥିଲା। ଏହା ପରେ ସମସ୍ତ ମନ୍ତ୍ରୀମାନେ ଇସ୍ତଫା ଦେଇଥିଲେ। ମୁଖ୍ୟମନ୍ତ୍ରୀ ଗେହଲଟ ଶନିବାର ସନ୍ଧ୍ୟାରେ ରାଜ୍ୟପାଳ କଳରାଜ ମିଶ୍ରଙ୍କୁ ଭେଟିଥିଲେ ଏବଂ ଇସ୍ତଫା ଦେଇଥିଲେ। କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଆଜି ଅପରାହ୍ନରେ ବୈଠକ ହେବ। ଏଥିରେ ନୂଆ ମୁହଁ ଉପରେ ମୋହର ଲାଗିବ। କୁହାଯାଉଛି ଯେ, ଆଜି ସନ୍ଧ୍ୟାରେ ୧୧ ଜଣ କ୍ୟାବିନେଟ ଓ ୪ ଜଣ ରାଷ୍ଟ୍ରମନ୍ତ୍ରୀ ଶପଥ ଗ୍ରହଣ କରିବେ।

Get real time updates directly on you device, subscribe now.