fbpx

General Provident Fund ନିୟମ ବଦଳିଲା! କେନ୍ଦ୍ର କର୍ମଚାରୀଙ୍କ ପାଇଁ ବଡ଼ ଘୋଷଣା କଲେ ମୋଦୀ

ନୂଆଦିଲ୍ଲୀ: କେନ୍ଦ୍ର କର୍ମଚାରୀଙ୍କ ପାଇଁ ଏକ ବଡ଼ ଖବର ଆସିଛି । କେନ୍ଦ୍ର ସରକାର ଜେନେରାଲ ପ୍ରୋଭିଡେଣ୍ଟ ଫଣ୍ଡ (ଜିପିଏଫ) ନିୟମରେ ଏକ ବଡ଼ ପରିବର୍ତ୍ତନ କରିଛନ୍ତି । କେନ୍ଦ୍ର ସରକାର ଜିପିଏଫରେ ନିବେଶର ସୀମା ସ୍ଥିର କରିଛନ୍ତି । ସରକାରଙ୍କ ପକ୍ଷରୁ ନିଆଯାଇଥିବା ନିଷ୍ପତ୍ତି ମୁତାବକ, ଏଣିକି ସରକାରୀ କର୍ମଚାରୀ ଜିପିଏଫରେ ମାତ୍ର ୫ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜମା ରଖିପାରିବେ ।

ସରକାରଙ୍କ ପକ୍ଷରୁ ଗୋଟିଏ ଆର୍ଥିକ ବର୍ଷ ପାଇଁ ଏହି ସୀମା ସ୍ଥିର କରାଯାଇଛି । ଜିପିଏଫ ଏକପ୍ରକାରର ଭଲ୍ୟୁଣ୍ଟାରୀ ସ୍କିମ ଅଟେ । ଏହି ସ୍କିମରେ ସରକାରୀ କ୍ଷେତ୍ରର କର୍ମଚାରୀମାନେ ନିବେଶ କରିଥାନ୍ତି । ଏଥିରେ ନିବେଶ ଉପରେ ୭.୧ ପ୍ରତିଶତ ସୁଧ ମିଳିଥାଏ । ସରକାରୀ କର୍ମଚାରୀ ନିଜର ବେତନର କିଛି ଅଂଶ ଜିପିଏଫରେ ଜମା କରିଥାନ୍ତି ଓ ଏହି ଅର୍ଥକୁ ଅବସର ସମୟରେ ଖାତାଧାରୀଙ୍କୁ ସୁଧ ସହିତ ଫେରସ୍ତ କରାଯାଇଥାଏ ।

ସରକାରୀ କର୍ମଚାରୀ ନିଜର ବେତନର ପାଖାପାଖି ୧୫ ପ୍ରତିଶତ ପର୍ଯ୍ୟନ୍ତ ଅର୍ଥ ଜିପିଏଫରେ ଯୋଗଦାନ କରିଥାନ୍ତି । ଆଡଭାନ୍ସ କ୍ଷେତ୍ରରେ ଏହି ଖାତାର ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଥାଏ । ଜରୁରୀ ସମୟରେ କର୍ମଚାରୀ ଏହି ଖାତାରୁ ନିର୍ଦ୍ଦିଷ୍ଟ ଅର୍ଥ ଉଠାଇ ପାରିବେ । ଏହି ରାଶି ଉପରେ କୌଣସି ଟ୍ୟାକ୍ସ ଲାଗୁ ହୁଏ ନାହିଁ । ସରକାର ଏହା ଉପରେ ୭.୧ ପ୍ରତିଶତ ସୁଧ ପ୍ରଦାନ କରିଥାନ୍ତି ।

Get real time updates directly on you device, subscribe now.