fbpx

GeoPortal-Bhuvan: ଗୁଗଲ ଅପେକ୍ଷା ୧୦ ଗୁଣ ଅଧିକ ଶକ୍ତିଶାଳୀ: ଜାଣନ୍ତୁ ଏହାର ଫାଇଦା

Advertisement

ଓଡ଼ିଶା ଭାସ୍କର: ଜିଓପୋର୍ଟାଲ-ଭୁବନ(GeoPortal-Bhuvan) ଏକ ପ୍ରକାରର ୱେବ ପୋର୍ଟାଲ । ଏହାଦ୍ୱାରା ଇଣ୍ଟରନେଟ ଜରିଆରେ ଭୌଗୋଳିକ ତଥ୍ୟ(ଭୂ-ସ୍ଥାନୀୟ ତଥ୍ୟ) ଏବଂ ଅନ୍ୟାନ୍ୟ ଭୌଗୋଳିକ ସେବା ଇତ୍ୟାଦିର ସନ୍ଧାନ କରାଯାଏ । ଏହାକୁ ଗୁଗଲ ମ୍ୟାପ୍ସର ଭାରତୀୟ ସଂସ୍କରଣ ବୋଲି ମଧ୍ୟ କୁହାଯାଏ । ଏହା ହେଉଛି ସାଟେଲାଇଟ ଆପ୍ଲିକେସନ ପ୍ଲାଟଫର୍ମ, ଯାହାଦ୍ୱାରା ଅନେକ ପ୍ରକାରର କାର୍ଯ୍ୟ ସମ୍ପାଦନ ହୋଇପାରେ । ଏହାକୁ ଭାରତୀୟ ଅନ୍ତରୀକ୍ଷ ଅନୁସନ୍ଧାନ ସଂଗଠନ(ଇସ୍ରୋ) ପରିଚାଳନା କରିଥାଏ । ଏହି ସଫ୍ଟଓୟାର ଆପ୍ଲିକେସନରେ ପୃଥିବୀର 2D/3D ଫଟୋ ଦେଖାଯାଇପାରିବ । ବିଶେଷ କରି ଭାରତରେ ହାଇ ରିଜୋଲ୍ୟୁସନରେ ଏହାକୁ ଦେଖିବା ପାଇଁ ଏହି ବ୍ରାଉଜରକୁ ପ୍ରସ୍ତୁତ କରାଯାଇଛି । ଅନ୍ୟ ସଫ୍ଟଓୟାର୍ ତୁଳନାରେ ଏହା ଏକ ମିଟର ପର୍ୟ୍ୟନ୍ତ ସ୍ଥାନୀୟ ରିଜୋଲ୍ୟୁସନ୍ ସହିତ ଭାରତୀୟ ସ୍ଥାନଗୁଡିକର ବ୍ୟାପକ ଇମେଜ ପ୍ରଦାନ କରେ ।

ରିଜୋଲ୍ୟୁସନ୍ କ’ଣ?

ଏ ନେଇ ଇସ୍ରୋ ପ୍ରମୁଖ ଏସ. ସୋମନାଥ କହିଛନ୍ତି ଯେ, ଇଣ୍ଡିଆ ଜିଓପୋର୍ଟାଲ-ଭୁବନରେ ଗୁଗଲ ଅପେକ୍ଷା ୧୦ ଗୁଣ ଅଧିକ ତଥ୍ୟ ଦେଇଥାଏ । ଇସ୍ରୋ ପକ୍ଷରୁ ୨ଟି ମହତ୍ତ୍ୱପୂର୍ଣ୍ଣ ସୂଚନା ପ୍ରସାର ଉପକରଣ ପ୍ରସ୍ତୁତ କରାଯାଇଛି, ଯଥା: ଭୁବନ ପଞ୍ଚାୟତ ଏବଂ ଏନଡିଇଏମ । ଏହା ଅତିରିକ୍ତ ଡାଟା ସେଟ୍ ପ୍ରଦାନ କରିଥାଏ । ଭୁବନକୁ ପ୍ରସ୍ତୁତ କରିବା ପାଇଁ ଇସ୍ରୋ ଏବଂ ମ୍ୟାପ୍ ମାଇଁ ଇଣ୍ଡିଆ ମଧ୍ୟରେ ଭାଗିଦାରୀ ହୋଇଥିଲା । ଭାରତରେ ଲାଗୁ ହୋଇଥିବା ଭୂ-ସ୍ଥାନୀୟ ଅଞ୍ଚଳରେ ସମ୍ବନ୍ଧିତ ନୂଆ ନିର୍ଦ୍ଦେଶ ଜାରି କରାଯାଇଛି ।

କେତେ ଗୁରୁତ୍ୱପୂର୍ଣ୍ଣ ଏହି ପୋର୍ଟାଲ?

ଏହି ପୋର୍ଟାଲ ଭାରତ ସରକାରଙ୍କ ତରଫରୁ ଉପଲବ୍ଧ ଡାଟା ଅନୁସାରେ, ଦେଶର ବାସ୍ତବିକ ସୀମାକୁ ଦର୍ଶାଇଥାଏ । ବିଦେଶୀ ମ୍ୟାପ୍ ସ୍ଥାନରେ ମ୍ୟାପ୍ ମାଇଁ ଇଣ୍ଡିଆ ସାହାଯ୍ୟରେ ୟୁଜର ନିଜ ଗୋପନୀୟତାକୁ ମଧ୍ୟ ଅଧିକ ସୁରକ୍ଷା କରିପାରନ୍ତି । ବିଦେଶୀ ସର୍ଚ୍ଚ ଇଞ୍ଜିନ ଏବଂ କମ୍ପାନୀ ମାଗଣା ମ୍ୟାପ୍ ପ୍ରଦାନ କରିବା ପାଇଁ ଦାବି କରିଛି । କିନ୍ତୁୁ ଏହା ବିଜ୍ଞାପନ ଜରିଆରେ ୟୁଜରଙ୍କ ଗୋପନୀୟତାକୁ  ଟାର୍ଗେଟ କରିଥାଏ । ୟୁଜରଙ୍କ ଲୋକେସନ୍, ପ୍ରାଇଭେସୀ ଇତ୍ୟାଦିକୁ ବିକ୍ରି କରି ଟଙ୍କା ରୋଜଗାର କରିଥାଏ । ତେବେ ମ୍ୟାପ୍ ମାଇଁ ଇଣ୍ଡିଆରେ ଏଭଳି କୌଣସି ବିପଦର ଆଶଙ୍କା ନାହିଁ ।

ଭୁବନ ଏକ ଭାରତୀୟ ପୋର୍ଟାଲ୍ ହୋଇ ସରକାରଙ୍କ ଆତ୍ମନିର୍ଭରଶୀଳ ଭାରତ ମିଶନକୁ ଦୃଢ କରିବ। ଇସ୍ରୋର ସହାୟକ ମ୍ୟାପ୍ ମାଇ ଇଣ୍ଡିଆ ହେଉଛି ଏକ ଭାରତୀୟ ଟେକ୍ନୋଲୋଜି କମ୍ପାନୀ ଯାହା ଡିଜିଟାଲ୍ ମ୍ୟାପ୍ ସମ୍ବନ୍ଧୀୟ ତଥ୍ୟ, ଟେଲିମାକ୍ସ ସେବା, ବିଶ୍ୱ ସୂଚନା ପ୍ରଣାଳୀ ସହ ଏଆଇ ସେବା ମଧ୍ୟ ଯୋଗାଇଥାଏ । ଗୁଗୁଲ୍ ମ୍ୟାପ୍ ଭଳି ମଧ୍ୟ ଏହାକୁ ବ୍ୟବହାର କରାଯାଇପାରେ ଏବଂ ଏଥିରେ ପ୍ରାୟ ୭.୫ ଲକ୍ଷ ଗ୍ରାମ ଏବଂ ୭,୫୦୦ ସହର ସାମିଲ ହୋଇଛନ୍ତି ।

Get real time updates directly on you device, subscribe now.