fbpx

ଘର ଛାତ ଉପରେ ଲଗାନ୍ତୁ ସୋଲାର୍ ପ୍ଲାଣ୍ଟ୍, ବ୍ୟାଙ୍କ ଆକାଉଣ୍ଟରେ ସବସିଡି ଦେବେ ସରକାର

ନୂଆଦିଲ୍ଲୀ: ଲୋକମାନେ ନିଜର ଘରର ଛାତ ଉପରେ କୌଣସି ବିକ୍ରେତା ମାଧ୍ୟମରେ କିମ୍ବା କୌଣସି କମ୍ପାନୀ ଜରିଆରେ ସୋଲାର୍ ପ୍ଲାଣ୍ଟ୍ ଲଗାଇପାରିବେ । ଏଥିପାଇଁ ସେମାନଙ୍କୁ ସ୍ୱତନ୍ତ୍ରତା ଦିଆଯାଇଛି । ଖାସ୍ କଥା ହେଉଛି ସରକାର ସୋଲାର୍ ପ୍ଲାଣ୍ଟ୍ କାର୍ଯ୍ୟକ୍ରମ ଅଧୀନରେ ସବସିଡି ସହିତ ଅନ୍ୟାନ୍ୟ ଲାଭ ମଧ୍ୟ ଦେଉଛନ୍ତି । ପୂର୍ବରୁ ଛାତ ଉପରେ ସୋଲାଣ୍ ପ୍ଲାଣ୍ଟ୍ କେବଳ ସୂଚୀବଦ୍ଧ ବିକ୍ରେତାଙ୍କ ମାଧ୍ୟମରେ ଲଗାଇବା ନେଇ ଅନୁମତି ଥିଲା ।

ବର୍ତ୍ତମାନ ସୋଲାର୍ ପ୍ଲାଣ୍ଟ୍ ଲଗାଇବା ସମ୍ବନ୍ଧରେ ନୂତନ ଏବଂ ନବୀକରଣ ଯୋଗ୍ୟ ମନ୍ତ୍ରାଳୟ ସରଳ ପ୍ରକ୍ରିୟା ଜାରି କରିଛନ୍ତି । ନୂତନ ସରଳୀକୃତ ପ୍ରକ୍ରିୟା ମୁତାବକ, ଲାଭାର୍ଥୀଙ୍କ ଆବେଦନ ସ୍ୱୀକାର କରିବା, ତାକୁ ସ୍ୱୀକୃତି ଦେବା ଇତ୍ୟାଦି ପାଇଁ ଏକ ଜାତୀୟ ପୋର୍ଟାଲ୍ ପ୍ରସ୍ତୁତ କରାଯିବ । ମନ୍ତ୍ରାଳୟ ଏହା ମଧ୍ୟ କହିଛି ଯେ, ବିଜୁଳି ବିତରଣ କମ୍ପାନୀ ସ୍ତରରେ ସମାନ ପନ୍ଥା ଆପଣାଯାଇ ପୋର୍ଟାଲ ପ୍ରସ୍ତୁତ ହେବ ଓ ଦୁଇଟି ଯାକ ପୋର୍ଟାଲକୁ ଏକତ୍ର କରାଯିବ । ପୋର୍ଟାଲ ୭ରୁ ୮ ସପ୍ତାହ ମଧ୍ୟରେ ପ୍ରସ୍ତୁତ ହୋଇଯିବ ।

ଯେଉଁ ବ୍ୟକ୍ତି ଘରେ ଛାତ ଉପରେ ସୋଲାର୍ ପ୍ଲାଣ୍ଟ୍ ଳଗାଇବାକୁ ଚାହୁଁଛନ୍ତି ସେମାନେ ଜାତୀୟ ପୋର୍ଟାଲରେ ଆବେଦନ କରିବେ । ଏଥିରେ ବ୍ୟାଙ୍କ ସମେତ ଅନ୍ୟାନ୍ୟ ତଥ୍ୟ ଦେବାକୁ ହେବ । ସବସିଡି ଟଙ୍କା ଉକ୍ତ ବ୍ୟାଙ୍କ ଆକାଉଣ୍ଟ୍ କୁ ଯିବ । ତେବେ ଲାଭାର୍ଥୀଙ୍କୁ ଏକ ନିର୍ଦ୍ଦିଷ୍ଟ୍ ସମୟ ଭିତରେ ପ୍ଲାଣ୍ଟ୍ କରିବାକୁ ହେବ । ନଚେତ୍ ଆବେଦନ ରଦ୍ଦ ହୋଇଯିବ । ଫଳରେ ପୁଣିଥରେ ଆବେଦନ କରିବାକୁ ପଡ଼ିବ । ତେବେ ସବସିଡି ଓ ଅନ୍ୟ ସୁଚନା ମନ୍ତ୍ରାଳୟର ଅଫିସିଆଲ୍ ୱେବସାଇଟ୍ www.mnre.gov.in କିମ୍ବା www.solarrooftop.govରେ ଉପଲବ୍ଧ ହେବ ।

Get real time updates directly on you device, subscribe now.