fbpx

(Video) ଓଡ଼ିଶାର ଏହି ହସ୍ପିଟାଲରେ ଘୁରି ବୁଲୁଛନ୍ତି ଭୂତ! ସନ୍ଧ୍ୟା ହେଲେ ଭୟରେ ପଡ଼ୁଛି ତାଟି କବାଟ, ରୋଗୀ ହନ୍ତସନ୍ତ

ପୁରୀ: ରୋଗରୁ ମୁକ୍ତି ପାଇବା ପାଇଁ ଡାକ୍ତରଖାନାକୁ ଯାଇଥାନ୍ତି ରୋଗୀ । କିନ୍ତୁ ଓଡ଼ିଶାର ଏକ ମେଡିକାଲରେ ହିଁ ଦେଖିବାକୁ ମିଳିଛି ଅଜବ ରୋଗ, ଭୟ । ଭୂତ ଭୟରେ ମେଡିକାଲର କର୍ମଚାରୀଙ୍କ ସମେତ ସ୍ଥାନୀୟ ଲୋକମାନେ ମଧ୍ୟ ହନ୍ତସନ୍ତ ହେଉଛନ୍ତି । ଭୂତ-ପ୍ରେତ ଭୟରେ ସୂର୍ଯ୍ୟାସ୍ତ ପରେ ଲୋକେ ତାଟି କବାଟ ପକାଇ ଦେଉଛନ୍ତି । ଏମିତି ଅଦ୍ଭୁତ ତଥା ଅବିଶ୍ୱସନୀୟ ଘଟଣା ଦେଖିବାକୁ ମିଳିଛି ନିମାପଡା ସ୍ୱାସ୍ଥ୍ୟ କେନ୍ଦ୍ର ପରିସରରେ । ଏଠାକାର ଶୌଚାଳୟରେ ଭୂତ ରହୁଥିବା ନେଇ ଆଶଙ୍କା ହେଉଥିବାରୁ ରାତି ହେଲେ ଏହି ଶୌଚାଳୟକୁ ବନ୍ଦ କରି ଦିଆଯାଉଛି ।

ସୂଚନା ଅନୁସାରେ, ନିମାପଡ଼ା ସ୍ୱାସ୍ଥ୍ୟକେନ୍ଦ୍ରରେ ଭୁତର ଆତଙ୍କ ଦେଖା ଦେଇଛି । ରାତି ହେଲେ ଭୂତ ଭୟ ରହୁଥିବାରୁ ସନ୍ଧ୍ୟା ନ ହେଉଣୁ ମେଡିକାଲର ଶୌଚାଳୟରେ ତାଲା ପକାଇ ଦିଆଯାଉଛି । ଏହି ମେଡିକାଲର ଶୌଚାଳୟ ନିକଟରେ ରହିଛି ଏକ ଆମ୍ବ ଗଛ । ଏହି ଆମ୍ବ ଗଛରେ ଭୂତ ରହୁଥିବା ନେଇ ସବୁଆଡ଼େ ଶୁଣିବାକୁ ମିଳୁଛି । ରାତି ହେଲେ ଆମ୍ବ ଗଛରୁ ଭୂତ ବାହାରି ଆସିବା ସାଙ୍ଗକୁ ଉତ୍ପାତ କରିଥାଏ ବୋଲି ସ୍ଥାନୀୟ ଅଞ୍ଚଳବାସୀ ଭୟ କରୁଛନ୍ତି । ଏହାବ୍ୟତୀତ ଆମ୍ବ ଗଛ ଆଖପାଖରେ ଯଥେଷ୍ଟ ଆଲୋକ ମିଳୁ ନଥିବାରୁ ଏହା ଅନ୍ଧାର ହୋଇ ରହୁଛି, ଯେଉଁଥିପାଇଁ ଏଠାକୁ ରାତିରେ ଯିବା ପାଇଁ ମଧ୍ୟ ଲୋକେ ଭୟ କରୁଛନ୍ତି । ତେଣୁ ଭୟରେ ସନ୍ଧ୍ୟା ହେବା ପୂର୍ବରୁ ହିଁ ଏହି ଶୌଚାଳୟକୁ ବନ୍ଦ କରି ଦିଆଯାଏ । ସୂର୍ଯ୍ୟ ଅସ୍ତ ହେବା ପୂର୍ବରୁ ହିଁ ଏଠାରେ ବଡ଼ ତାଲା ଝୁଲାଇ ଦେଇ ଚାଲି ଯାଆନ୍ତି ହସ୍ପିଟାଲ କର୍ତ୍ତୃପକ୍ଷ । ରାତି ପାହିବା ପର୍ଯ୍ୟନ୍ତ ସେମାନଙ୍କର ଦର୍ଶନ ମଧ୍ୟ ମିଳିନଥାଏ ।

ତେବେ ଭୂତ ଭୟରେ ଶୌଚାଳୟ ବନ୍ଦ ହୋଇ ଯିବାରୁ ଏଠାକୁ ଆସୁଥିବା ରୋଗୀ ଏବଂ ରୋଗୀଙ୍କ ସମ୍ପର୍କୀୟ ନାନା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଶୌଚାଳୟ ଯିବା ପାଇଁ କଲବଲ ହେବା ସହିତ ପେଟକୁ ଜାବୁଡି ଧରି ରାତି ସାରା ଶୌଚାଳୟର କୋଲିବାକୁ ଅପେକ୍ଷା କରି ରହୁଛନ୍ତି । ଗୋଷ୍ଠୀ ସ୍ୱାସ୍ଥ୍ୟ କେନ୍ଦ୍ରରେ ସୁଲଭ ଶୌଚାଳୟ ନଥିବା ବେଳେ କିଛି ରୋଗୀ ଖୋଲା ପଡିଆରେ ମଧ୍ୟ ଶୌଚ ହେଉଥିବା ଦେଖାଯାଇଛି । ତେବେ ଦୀର୍ଘ ଦିନ ହେବ ଏପରି ସମସ୍ୟା ଲାଗି ରହିଥିବା ବେଳେ ପୌରପରିଷଦ ଏହି କାର୍ଯ୍ୟର ପରିଚାଳନା ଦାୟିତ୍ୱ ସାଇ ବାବା ମହିଳା ଗ୍ରୁପକୁ ଟେକି ଦେଇଛି । ଶୌଚାଳୟ ପରିସରରେ ଆଲୋକ ର ଅଭାବ ଥିବା ବେଳେ ଦୁର୍ଗନ୍ଧ ମୟ ପରିବେଶ ସୃଷ୍ଟି ସାଙ୍ଗକୁ ଭୁତ ଆତଙ୍କରେ ଚାଲିଛି ମେଡିକାଲ ଏବଂ ଏହି ଶୌଚାଳୟ । ତେଣୁ ମେଡିକାଲରେ ଉଚିତ୍ ସୁବିଧା ସୁଯୋଗ ସହିତ ରୋଗୀଙ୍କ ସ୍ୱାସ୍ଥ୍ୟକୁ ନଜରରେ ରଖି ଶୌଚାଳୟର ବ୍ୟବସ୍ଥା କରିବା ପାଇଁ ଦାବି ହୋଇଛି ।

Get real time updates directly on you device, subscribe now.