fbpx
BSKY SKY
BSKY SKY

‘Vocal for Local ’ର ବିଜୟ ; ଦିୱାଲିରେ ଭାରତୀୟ ଉତ୍ପାଦ ହେଲା ସମସ୍ତଙ୍କ ଓସ୍ତାଦ, ଚୀନ ସହିଲା ବଡ କ୍ଷତି

BSKY

ନୂଆଦିଲ୍ଲୀ:ଭାରତରେ ଭୋକାଲ ଫର୍ ଲୋକାଲ ଆନ୍ଦୋଳନ ସଫଳ ହୋଇଛି । ଦିୱାଲି ଅବସରରେ ଭାରତରେ ଲୋକାଲ ପ୍ରଡକ୍ଟର ରେକର୍ଡ ବିକ୍ରୀ ହୋଇଛି । ଅନ୍ୟପକ୍ଷରେ ଚୀନକୁ ଭାରତ ବଜାରରେ କ୍ଷତିର ସାମ୍ନା କରିବାକୁ ପଡିଛି ।

ଦିୱାଲିରେ ଖୁଚୁରା ବଜାରରେ ଆଶାଠାରୁ ଅଧିକ କାରବାର ହୋଇଛି ଯାହାର ମୋଟ ମୂଲ୍ୟ ୩.୭୫ ଲକ୍ଷ କୋଟି ରହିଛି । କନଫେଡେରେସନ ଅଫ୍ ଅଲ୍ ଇଣ୍ଡିଆ ଟ୍ରେଡର (CAIT) ପକ୍ଷରୁ ଏକ ବୟାନରେ କୁହାଯାଇଛି ଭାରତରେ ଏଥର ଦିୱାଲି ଅବସରରେ ଦେଶୀ ସାମଗ୍ରୀ ପ୍ରତି ଲୋକଙ୍କ ଚାହିଦା ଯଥେଷ୍ଟ ଅଧିକ ବୃଦ୍ଧି ପାଇଛି । ଏହା ବ୍ୟତିତ ଆଗକୁ ଗୋବର୍ଦ୍ଧନ ପୂଜା, ଭାଇ ଦୁଜ, ଛଟ ପୂଜା ଓ ତୁଳସୀ ବିବାହ ଥିବାରୁ ଆଗକୁ ଆହୁରି ୫୦ହଜାର କୋଟି ଟଙ୍‌କର କାରବାର ହେବ ବୋଲି ଆକଳନ କରାଯାଇଛି ।

ତେବେ ଚଳିତ ପାର୍ବଣ ଋତୁରେ ଭାରତ ବଜାରରେ ଏକ ବଡ ପରିବର୍ତ୍ତନ ଦେଖିବାକୁ ମିଳିଛି । ଚଳିତ ବର୍ଷ ବଜାରରେ ଚାଇନା ପ୍ରଡକ୍ଟ ସ୍ଥାନରେ ଭାରତରେ ନିର୍ମିିତ ସାମଗ୍ରୀ ପ୍ରତି ଲୋକଙ୍କ ଆକର୍ଷଣ ବଢିଛି । (CAIT) ସଭାପତି ବି.ସି ଭାର୍ତ୍ତିଆ ଓ ସାଧାରଣ ସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ଚାଇନା ଦ୍ରବ୍ୟ ଦେଶରେ ଚାହିଦା ହରାଇଛି । ଫଳରେ ଏଥର ଭାରତ ବଜାରରେ ଚୀନକୁ ୧ଲକ୍ଷ କୋଟି ଟଙ୍କା କ୍ଷତିର ସାମ୍ନା କରିବାକୁ ପଡିଛି ।

ଗତ ବର୍ଷ ଦିୱାଲି ଅବସରରେ ଭାରତ ବଜାରରେ ଚାଇନା ସାମଗ୍ରୀର ୭୦% ଚାହିଦା ଥଲା । କିନ୍ତୁ ଚଳିତ ବର୍ଷ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କର ଲୋକାଲ ଫର ଭୋକାଲ ଲାଗି ନିବେଦନ ବ୍ୟବସାୟୀ ଓ ଗ୍ରାହକଙ୍କୁ ପ୍ରଭାବିତ କରିଛି । ଏହା ବ୍ୟତିତ ଏଥର (CAIT) ର କ୍ୟାମ୍ପେନ୍ ‘ଭାରତୀୟ ଉତ୍ପାଦ, ସବକା ଓସ୍ତାଦ’ କୁ ମଧ୍ୟ ଭାରତୀୟମାନେ ବେଶ୍ ସମର୍ଥନ କରିଛନ୍ତି । ବି.ସି ଭାର୍ତ୍ତିଆ ଓ ସାଧାରଣ ସଚିବ ପ୍ରବୀଣ ଖଣ୍ଡେଲୱାଲ କହିଛନ୍ତି ପ୍ରଧାନମନ୍ତ୍ରୀ ଗୋଟିଏ ଜିଲ୍ଲା ଗୋଟିଏ ସାମଗ୍ରୀ ଓ ସ୍ଥାନୀୟ ସାମଗ୍ରୀ ଉପରେ ନିବେଶ କରିବାକୁ ଦେଶବାସୀଙ୍କୁ ଦେଇଥିବା ଉତ୍ସାହ ମଧ୍ୟ ବେଶ୍ ପ୍ରଭାବ ପକାଇଛି । ଏହାଦ୍ୱାରା ସାରା ଦେଶରେ ନିର୍ମାତାଙ୍କ ଠାରୁ ଆରମ୍ଭ କରି କାରିଗର ପର୍ଯ୍ୟନ୍ତ ସମସ୍ତେ ଲାଭବାନ ହୋଇଛନ୍ତି ।

Get real time updates directly on you device, subscribe now.