Gift For Owner : ମାଲିକ ପାଇଁ କୁକୁର ଅତି ସ୍ନେହରେ ଆଣିଥିଲା ଏହି ଉପହାର, ଆଉ ତା’ ପରେ …

ନୂଆଦିଲ୍ଲୀ : ଦୁନିଆର ସମସ୍ତ ଲୋକ ଗୃହପାଳିତ କୁକୁରମାନଙ୍କୁ ବହୁତ ଭଲ ପାଆନ୍ତି । କୁକୁରମାନଙ୍କୁ ନିଜ ପିଲାମାନଙ୍କ ପରି ରଖନ୍ତି, ସ୍ନେହ କରନ୍ତି । ଠିକ୍ ସେମିତି କୁକୁରଟି ମଧ୍ୟ ତା ମାଲିକକୁ ବହୁତ ଭଲ ପାଏ । କେବଳ ସେତିକି ନୁହେଁ, ବିଶ୍ୱସ୍ତ ମଧ୍ୟ ହୋଇଥାଏ । ମାଲିକ ପାଇଁ ସେ ଜୀବନ ଦେବାକୁ ପଛାଏ ନାହିଁ । କିନ୍ତୁ ବେଳେବେଳେ କୁକୁରମାନଙ୍କ କାର୍ଯ୍ୟକଳାପକୁ ନେଇ ମାଲିକ ଅତିଷ୍ଟ ହୋଇଯାଏ । ସେମାନେ ନିଜ ଅଜାଣତରେ ଏଭଳି କାଣ୍ଡ କରିବସନ୍ତି , ଯାହା ବେଳେବେଳେ ମାଲିକ ପାଇଁ ମୁଣ୍ଡ ବିନ୍ଧାର କାରଣ ପାଲଟି ଯାଏ ।

ଆଜି ଏଭଳି ଏକ କୁକୁର ବିଷୟରେ କଥା କହିବାକୁ ଯାଉଛିୁ, ଯିଏ ନିଜ ମାଲକଙ୍କୁ ସବୁଦିନ କିଛି ନା କିଛି ଉପହାର ଦିଏ । କୁକୁରର ବିଶେଷତ୍ୱ ଥିଲା ଯେ ସେ ପ୍ରତିଦିନ ନିଜ ମାଲିକଙ୍କୁ ସପ୍ରାଇଜ୍ ଗିଫ୍ଟ ଦେବାକୁ ପସନ୍ଦ କରେ । ଏଥିରେ ତା ମାଲିକାଣୀ ତାକୁ ସାହର୍ଯ୍ୟ କରନ୍ତି । ସେ ପ୍ରତିଦିନ ଉପହାର ପ୍ୟାକ୍ କରି କୁକୁର କୁ ଦିଅନ୍ତି, ସେ ତାହାକୁ ନେଇ ମାଲିକକୁ ଦିଏ ।

କିନ୍ତୁ ଯେବେ ତା ମାଲିକାଣୀ ଉପହାର ପ୍ୟାକ୍ କରିବାକୁ ଭୁଲି ଯାଆନ୍ତି, ସେତେବେଳେ ଘରେ ଥିବା ଯେକୌଣସି ଜିନିଷକୁ ଉଠାଇ ଆଣି ତା ମାଲିକ ହାତରେ ଥୋଇଦିଏ । ଏଥିରେ ସେ ବି ଖୁସୀ ଓ ମାଲିକ ବି ଖୁସୀ । କୁକୁର ର ଏହି ଅଭ୍ୟାସ ମାଲିକ ପାଇଁ କାଳ ସାଜିଲା ।

मालिक को गिफ्ट देना चाहता था ...

ସେଦିନ ମାଲିକାଣୀ କୌଣସି ଉପହାର ପ୍ୟାକ୍ କରି ନଥିଲେ । ଘରେ ତିବା କୌଣସି ଜିନିଷ କୁକୁର ର ପସନ୍ଦ ହେଲା ନାହିଁ । ବାହାରକୁ ଗଲା । ବାହାରେ ବୁଲୁଥିବା ବେଳେ ତା ନଜର ଏକ ବିଷାକ୍ତ ସାପ ଉପରେ ପଡିଲା । ସେ ସେହି ସାପ ଟିକୁ ପାଟିରେ ଉଠାଇ ଆଣି ମାଲିକୁ ଦେଲା । କିନ୍ତୁ ଏଥର ମାଲିକ ହାତ ଦେଖାଇ ନଥିଲେ । ନହେଲେ କୁକୁର ମାଲିକ ସାପ ଚେଟେ ଖାଇ ପ୍ରାଣ ହରାଇଥାନ୍ତା । ଅଳ୍ପକେ ବର୍ତ୍ତିଗଲେ କୁକୁର ର ମାଲିକ ।

ତେବେ ସାପ ନେଇ କି ଆସିବା କୁକୁର ପାଇଁ ମଧ୍ୟ ବିପଦଜନକ ଥିଲା । ସାପ ତାକୁ ବି ଚୋଟ ମାରି ପାରିଥାନ୍ତା । ବିଶ୍ୱସ୍ତ କୁକୁର ଏହି କାମଟି ନିଜ ଅଜାଣତରେ କରି ବସିଲା । ମାଲିକକୁ ସୁରକ୍ଷା ଦେବା ପରିବର୍ତ୍ତେ ମରଣ ଆଣି ତା ସାମ୍ନାରେ ରଖିଦେଲା । ଏହି ଘଟଣା ବିଷୟରେ କୁକୁର ର ମାଲିକାଣୀ ନିଜେ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।