fbpx

Olympics 2024; ବିନେଶ ଆଣିବେ ଭାରତକୁ ଉପହାର: କୁସ୍ତିରେ କ୍ୱାର୍ଟରକୁ ଉତ୍ତୀର୍ଣ୍ଣ ହେଲେ ଫୋଗାଟ

ନୂଆଦିଲ୍ଲୀ: କୁସ୍ତିଯୁଦ୍ଧରେ ପୂର୍ବତନ ଚମ୍ପିଆନଙ୍କୁ ମାତ୍ ଦେଇ ଇତିହାସ ସୃଷ୍ଟି କରିଛନ୍ତି ଭାରତର ବିନେଶ ଫୋଗଟ । ପ୍ୟାରିସ ଅଲିମ୍ପିକ୍ସରେ ଡିଫେଣ୍ଡିଙ୍ଗ ଚମ୍ପିଆନ୍ ୟୁବୀ ସୁସାକୀଙ୍କୁ ହରାଇ ବିନେଶ ଫୋଗାଟ ଏକ ନିଆରା ରେକର୍ଡ ନିଜ ନାମରେ କରିଛନ୍ତି । ଏହାସହିତ ଟୁର୍ଣ୍ଣାମେଣ୍ଟର କ୍ୱାର୍ଟର ଫାଇନାଲରେ ମଧ୍ୟ ଏଣ୍ଟ୍ରି କରିବାର ସେ ସୁଯୋଗ ପାଇଛନ୍ତି । ଏହି ମ୍ୟାଚରେ ବିନେଶ ଶେଷ ମିନିଟ ପୂର୍ବରୁ ୦-୨ରେ ପଛୁଆ ରହିଥିଲେ । କିନ୍ତୁ ଶେଷରେ ଦମଦାର କମବ୍ୟାକ କରି ମ୍ୟାଚରେ ବିଜୟ ହାସଲ କରିଛନ୍ତି ବିନେଶ ଫୋଗାଟ । ଶେଷ ମିନିଟରେ ମ୍ୟାଚର ଗତିପଥ ବଦଳାଇକ୍ୱାର୍ଟର ଫାଇନାଲରେ ପ୍ରବେଶ କରିଛନ୍ତି ବିନେଶ । ତେବେ ସେ କ୍ୱାର୍ଟର ଫାଇନାଲ ପାଇଁ ରାସ୍ତା ସଫା କରିଦେଇଛନ୍ତି । ଫଳରେ ଭାରତର ମେଡାଲ ଆଶା ମଧ୍ୟ ଖୁବ ବୃଦ୍ଧି ପାଇଛି ।

ବିନେଶ ଫୋଗାଟଙ୍କୁ ପ୍ୟାରିସ ଅଲିମ୍ପିକ୍ସରେ ୫୦ କେ.ଜି ଫ୍ରିଷ୍ଟାଇଲ କୁସ୍ତିରେ ଉତ୍ତୀର୍ଣ୍ଣ ହୋଇଛନ୍ତି । ପ୍ରଥମ ମ୍ୟାଚରେ ହିଁ ବିନେଶଙ୍କୁ ଡିଫେଣ୍ଡିଂ ଚମ୍ପିଆନ୍ ତଥା ନମ୍ବର ୱାନ୍ ରେସଲର ୟୁବୀ ସୁସାଙ୍କୀଙ୍କୁ ଭେଟିଥିଲେ ବିନେଶ । ୟୁବି ସୁସାଙ୍କୀଙ୍କ ନାମରେ ୪ଟି ବିଶ୍ୱକପ ରହିଛି । ତେଣୁ ଏଭଳି ଏକ ମ୍ୟାଚରେ ଦମଦାର ପ୍ରଦର୍ଶନ କରି ସୁସାଙ୍କୀଙ୍କୁ ଚକମା ଦେବାରେ ବିନେଶ ସଫଳ ହୋଇଛନ୍ତି । ଅଲିମ୍ପିକ୍ସରୁ ମେଡାଲ ନେଇ ଫେରିବା ବିନେଶଙ୍କ ଏକମାତ୍ର ଲକ୍ଷ୍ୟ ବୋଲି କୁହାଯାଇଛି ।

ବିନେଶ ଫୋଗାଟ ଏବଂ ଜାପାନର ୟୁବି ସୁସାଙ୍କୀଙ୍କ ମଧ୍ୟରେ ଏକ କଡ଼ା ସଂଘର୍ଷ ଦେଖିବାକୁ ମିଳିଛି । ପ୍ରଥମ ରାଉଣ୍ଡରେ ୟୁବି ସୁସାଙ୍କୀଙ୍କୁ ମାତ୍ର ଗୋଟିଏ ଅଙ୍କ ମିଳିଥିଲା । ବିନେଶଙ୍କ ଭୁଲ ପାଇଁ ଏହି ପଏଣ୍ଟ ପାଇଥିଲେ ସୁସାଙ୍କୀ । ମ୍ୟାଚ ରେଫରୀ ୱାର୍ଣ୍ଣ କରିବାର ୩୦ ସେକେଣ୍ଡ ମଧ୍ୟରେ ସୁସାଙ୍କ ୱାର୍ଣ୍ଣ କରିଥିଲେ, କିନ୍ତୁ ବିନେଶ ଏହାର ଫାଇଦା ଉଠାଇ ପାରି ନବାରୁ ସୁସାଙ୍କୀ ଗୋଟିଏ ପଏଣ୍ଟ ପାଇଥିଲେ । ତେବେ ଗୋଟି, ସମୟରେ ୨-୦ରେ ବିନେଶ ପଛୁଆ ରହିଥିବା ବେଳେ ଶେଷ ମୁହୂର୍ତ୍ତରେ ମ୍ୟାଚକୁ କମବ୍ୟାକ କରିଛନ୍ତି । ୟୁବି ସୁସାକୀଙ୍କୁ ଟେକଡାଉନ୍ କରି ୩-୨ରେ ଏହି ମ୍ୟାଚ ବିଜୟ ହାସଲ କରିଛନ୍ତି ବିନେଶ ଫୋଗାଟ୍ ।

Get real time updates directly on you device, subscribe now.