fbpx

ମାହିଙ୍କୁ ଉପହାର… Citroen ଲଞ୍ଚ୍ କଲା C3 Aircross Dhoni Edition: ମାର୍କେଟରେ ମାତ୍ର ୧୦୦ ମଡେଲ

Advertisement

ଓଡ଼ିଶା ଭାସ୍କର: ଆଇପିଏଲ-୨୦୨୪ରେ ଦଳ ବାଦ୍ ପଡ଼ିବା ପରେ ଦେଖା ଯାଉ ନାହାନ୍ତି ଟିମ ଇଣ୍ଡିଆର ପୂର୍ବତନ ଅଧିନାୟକ ଏମ.ଏସ ଧୋନୀ । ତେବେ ବର୍ତ୍ତମାନ ତାଙ୍କୁ ଏକ ବଢିଆ ଉପହାର ଦେଇଛି ଭାରତର ବଡ଼ କାର୍ କମ୍ପାନୀ ସିଟ୍ରୋନ୍ । ମାହିଙ୍କୁ ଡେଡିକେଟ କରି ଏକ ୍ବତନ୍ତ୍ର ଏଡିସନ୍ ଲଞ୍ଚ୍ କରିଛି କମ୍ପାନୀ । ସିଟ୍ରୋନ ଇଣ୍ଡିଆ ତରଫରୁ ‘C3 Aircross Dhoni Edition’ ଲଞ୍ଚ୍ ହୋଇଯାଇଛି । ମାହିଙ୍କ ନାମରେ ଏହି ମଡେଲ ଲଞ୍ଚ୍ କରିଛି ସିଟ୍ରୋନ୍ । କମ୍ପାନୀ ତରଫରୁ ଏହି ମଡେଲର କିଛି ଲିମିଟେଡ ମଡେଲ ହିଁ ମାର୍କେଟକୁ ଛାଡ଼ିଛି । ଏଥିରେ ଧୋନୀଙ୍କ ସହ ଜଡ଼ିତ କିଛି ଜିନିଷକୁ ସାମିଲ କରାଯାଇଛି । ଗାଡ଼ିରେ ଧୋନୀଙ୍କ ସହ ଜଡ଼ିତ କଷ୍ଟମ୍ ଆସେସରିଜ ଏବଂ ଡିଜାଇନ୍ ଏଲିମେଣ୍ଟ ସାମିଲ କରିଛି କମ୍ପାନୀ ।

କ୍ରିକେଟ ପ୍ରତି ଭାରତରେ ଥିବା କ୍ରେଜକୁ ଦୃଷ୍ଟିରେ ରଖି ସିଟ୍ରୋନ ନିଜ ଗ୍ରାହକମାନଙ୍କ ପାଇଁ ସ୍ୱତନ୍ତ୍ର ଏବଂ ଆକର୍ଷକ ଅଫର ବର୍ତ୍ତମାନ ମାର୍କେଟରେ ଉପଲବ୍ଧ କରାଇଛି । ଏହି ଏକ୍ସକ୍ଲୁସିଭ ଏଡିସନର ମାତ୍ର ୧୦୦ ୟୁନିଟ ହିଁ ମାର୍କେଟକୁ ଛାଡ଼ିଛି ସିଟ୍ରୋନ୍ । ଏହା ଧୋନୀଙ୍କ ଆଇକନିକ ଷ୍ଟାଇଲକୁ ଦର୍ଶାଇଛି । କାର୍ ସହ କ୍ରିକେଟପ୍ରେମୀ ମାନଙ୍କ ପାଇଁ ସିଟ୍ରୋନ୍ ଏହି ଗାଡ଼ି ଆଣିଛି । C3 Aircross Dhoni Editionର ସମସ୍ତ ୟୁନିଟର ଗ୍ଲବ ବକ୍ସରେ ସ୍ପେଶାଲ ଧୋନୀ Goodieକୁ ସାମିଲ କରାଯାଇଛି । ଏହା ସହିତ ଏହି Exclusive ଗାଡ଼ିରେ ଧୋନୀଙ୍କ ଅଟୋଗ୍ରାଫ ଥିା Gloves ମଧ୍ୟ ଦିଆଯାଇଛି । ସେହିପରି ଗ୍ରାହକଙ୍କ ପାଇଁ ଏହି କାରରେ ଅନେକ ସରପ୍ରାଇଜ ସାମିଲ କରିଛି ସିଟ୍ରୋନ୍ । ଏହି ସ୍ପେଶାଲ ଏଡିସନର ସମସ୍ତ ୟୁନିଟରେ Dhoni Decal, ସିଟ କଭର୍ସରେ ମ୍ୟାଚିଙ୍ଗ କୁଶନ୍ ପିଲୋ, ସିଟ ବେଲ୍ଟ କୁଶନ୍, ଇଲ୍ୟୁମିନେଟେଡ ସିଲ୍ ପ୍ଲେଟସ ଏବଂ ଫ୍ରଣ୍ଟ ଡ୍ୟାସକେମ୍ ମଧ୍ୟ ଦିଆଯାଇଛି ।

ସିଟ୍ରୋନ ଇଣ୍ଡିଆର ବ୍ରାଣ୍ଡ ଡାଇରେକ୍ଟର ଶିଶିର ମିଶ୍ରା ଗାଡ଼ି ଲଞ୍ଚିଙ୍ଗକୁ ନେଇ ଖୁସି ଜାହିର କରିଛନ୍ତି । ସେ କହିଛନ୍ତି ଯେ, C3 Aircross Exclusive Dhoni Edition ଲଞ୍ଚ୍ କରି ବେଶ୍ ଉତ୍ସାହିତ ଅଛୁ । ଏହାର କେବଳ ୧୦୦ଟି ୟୁନିଟ ହିଁ ଉପଲବ୍ଧ ରହିଛି । ପୂର୍ବତନ କ୍ରିକେଟର ଏମ.ଏସ ଧୋନୀ କମ୍ପାନୀର ବ୍ରାଣ୍ଡ ଆମ୍ବାସଡର ରହିଥିବା ବେଳେ ଗାଡ଼ିରେ ଧୋନୀଙ୍କ ଭଳି କିଛି ସ୍ପେଶାଲ ଫିଚର ମଧ୍ୟ ସାମିଲ କରାଯାଇଛି ।

Get real time updates directly on you device, subscribe now.