ଭାରତୀୟ ଟିମକୁ ଲାଗିଲା ପ୍ରଥମ ଝଟକା, ଫିଲିପ୍ସଙ୍କ ଏକ ଚମତ୍କାର କ୍ୟାଚରେ ଆଉଟ୍ ହେଲେ ଗିଲ୍

ନୂଆଦିଲ୍ଲୀ: ଭାରତୀୟ କ୍ରିକେଟ୍ ଟିମ୍ ୨୦୨୫ ଆଇସିସି ଚାମ୍ପିଅନ୍ସ ଟ୍ରଫିର ଫାଇନାଲରେ ନ୍ୟୁଜିଲ୍ୟାଣ୍ଡ ସହିତ ମୁକାବିଲା କରୁଛି । ଇଣ୍ଡିଆ ଭସ୍ ନ୍ୟୁଜ୍ ମ୍ୟାଚ୍ ରବିବାର ଅର୍ଥାତ୍ ମାର୍ଚ୍ଚ ୯ରେ ୟୁଏଇର ଦୁବାଇ ଅନ୍ତର୍ଜାତୀୟ କ୍ରିକେଟ ଷ୍ଟାଡିୟମରେ ଖେଳାଯାଉଛି । ଏହି ମ୍ୟାଚ୍ ପୂର୍ବରୁ ନ୍ୟୁଜିଲାଣ୍ଡ ଦଳ ଟସ୍ ଜିତି ପ୍ରଥମେ ବ୍ୟାଟିଂ କରିବାକୁ ନିଷ୍ପତ୍ତି ନେଇଥିଲା ।

ନ୍ୟୁଜିଲାଣ୍ଡ ମିଚେଲ (୬୩) ଏବଂ ବ୍ରେସୱେଲ (୫୩ଞ୍ଚ)ଙ୍କ ଅର୍ଦ୍ଧଶତକ ବଳରେ ୨୫୧ ରନ୍ କରିଥିଲା । କୁଲଦୀପ ଏବଂ ଚକ୍ରବର୍ତ୍ତୀ ୨ଟି ଲେଖାଏଁ ୱିକେଟ ନେଇଥିଲେ ।

ଏହାରି ମଧ୍ୟରେ ୧୯ତମ ଓଭରରେ ଭାରତୀୟ ଦଳକୁ ପ୍ରଥମ ଝଟକା ମିଳିଛି । ଶୁଭମନ ଗିଲ ୫୦ ବଲରୁ ୩୧ ରନ କରିଥିଲେ । ଗ୍ଲେନ୍ ଫିଲିପ୍ସ ଏକ ଚମତ୍କାର କ୍ୟାଚ୍ ନେଇଥିଲେ । ଏବେ ବିରାଟ କୋହଲି ବ୍ୟାଟିଂ କରିବାକୁ ଆସିଛନ୍ତି । ୧୯ ଓଭର ପରେ ଭାରତର ସ୍କୋର ୧ ୱିକେଟ୍ ହରାଇ ୧୦୬ ରନ୍ କରିଛି ।