ପ୍ରେମିକ ବିବାହକୁ ମନା କରିବା ପରେ ପ୍ରେମିକା ଏମିତି କଲା କି ଜାଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ଲକ୍ଷ୍ନୌ: ଉତ୍ତରପ୍ରଦେଶର ଦେବରିୟାରୁ ଆସିଥି ଏକ ଅବିଶ୍ୱନୀୟ ଘଟଣା । ପ୍ରେମିକକୁ ଫସେଇବାକୁ ପ୍ରେମିକା ଏମିତି କଲା କି ଜୀବନ, ମରଣ ସହ କରୁଛି ସଂଘର୍ଷ । ସେପଟେ ପୋଲିସ ଯୁବତୀଙ୍କ ଅଭିଯୋଗକୁ ନେଇ ଖୋଳତାଡ କରୁ କରୁ ନୂଆ ମୋଡ ନେଇଛି ଘଟଣା ।
ସୁରୌଲି ଥାନାର ନକଡିହା ଗାଁର ଜଣେ ଯୁବତୀ ଙ୍କୁ ରକ୍ତ ଜୁଡୁବୁଡ ଅବସ୍ଥାରେ ପରିବାର ଲୋକ ଉଦ୍ଧାର କରିଥିଲେ । ତୁରନ୍ତ ତାଙ୍କ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଯୁବତୀଙ୍କ ବେକ ଓ ପେଟକୁ କୌଣସି ଧାରୁଆ ଅସ୍ତ୍ରରେ କେହି କାଟି ଦେଇଥିଲା । କେମିତି ଏମିତି ହେଲା ବୋଲି ଯୁବତୀଙ୍କ ପଚାରିବାରୁ ପରିବାର ଲୋକ ଜାଣିବାକୁ ପାଇଲେ କି, ଦୁଇଜଣ ମୁଖା ପିନ୍ଧା ବ୍ୟକ୍ତି ବିଚ ରାସ୍ତାରେ ଆସି ଆକ୍ରମଣ କରିଥିଲେ । ପୋଲିସରେ ଅଭିଯୋଗ ପରେ ପୋଲିସ ମାମଲାର ତଦନ୍ତ ଆରମ୍ଭ କରିଥିଲା ।
ପୋଲିସ ତଦନ୍ତ କରିବା ବେଳେ ଜାଣିବାକୁ ପାଇଥିଲା କି, ଯୁବତୀ ନିଜେ ହିଁ ନିଜକୁ ଆକ୍ରମଣ କରିଛି । ଗୁଡେଇ, ତୁଡେଇ ପଚାରିବାରୁ ପୋଲିସ ନିକଟରେ ଯୁବତୀ ସବୁ କଥା ମାନିଥିଲା । ନିଜ ପ୍ରେମିକକୁ ଫସେଇବାକୁ ସେ ଷଡଯନ୍ତ୍ର କରିଥିବା ସ୍ୱୀକାର କରିଥିଲା । କହିଥିଲା କି, ସେ ପ୍ରେମ କରୁଥିବା ବ୍ୟକ୍ତି ତାଙ୍କୁ ବିବାହ କରିବାକୁ ମନା କରିଦେଇଥିଲେ । ଏଥିରେ ମର୍ମାହତ ହୋଇ ଯୁବତୀ ନିଜକୁ ହିଁ ବ୍ଲେଡରେ କ୍ଷତବିକ୍ଷତ କରିଦେଇଥିଲା କି ପ୍ରେମିକ ଯୁବତୀର ପ୍ରେମର ଗଭୀରତା ବୁଝିପାରିବ । ହେଲେ ପରେ ମିଛ କାହାଣୀ କହି ଲୋକଲଜ୍ଜାରୁ ବଞ୍ଚିବାକୁ ଚେଷ୍ଟା କରିଥିବା ତଦନ୍ତରୁ ପୋଲିସ ଜାଣିବାକୁ ପାଇଛି ।