fbpx

୨ ଭାଇଙ୍କୁ ଏକାସାଙ୍ଗରେ ଭଲପାଇ ବସିଲେ ଜଣେ ଯୁବତୀ : ଲୋକଙ୍କୁ ମନେପଡ଼ିଗଲା ବଲିଉଡ ଫିଲ୍ମ ‘ଗୁଣ୍ଡେ’

ବରେଲି: ଉତ୍ତରପ୍ରଦେଶର ବରେଲିରୁ ଏକ ଆଶ୍ଚର୍ଯ୍ୟଜନକ ପ୍ରେମ କାହାଣୀ ସାମ୍ନାକୁ ଆସିଛି । ଏହି କାହାଣୀ ପଢ଼ି ସମସ୍ତଙ୍କୁ ବଲିଉଡ ଫିଲ୍ମ ‘ଗୁଣ୍ଡେ’ ମନେପଡ଼ିଯାଇଛି । ସୂଚନା ଅନୁସାରେ, ଗୋଟିଏ ମା’ ପେଟର ୨ ଭାଇଙ୍କୁ ଏକାସାଙ୍ଗରେ ଭଲପାଇ ବସିଛନ୍ତି ୨୫ ବର୍ଷୀୟ ଜଣେ ଯୁବତୀ । କେବଳ ଏତିକି ନୁହେଁ, ୩ ଜଣ ଯାକ ଘର ଛାଡ଼ି ଫେରାର ହୋଇଛନ୍ତି । ଯୁବତୀଙ୍କ ପିତା ନ୍ୟାୟ ପାଇଁ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ଏହି ଅଜବ ପ୍ରେମ ମାମଲା ବରେଲିର ଶେରଗଡ଼ ଥାନାରୁ ଆସିଛି । ପୋଲିସ ୩ ଜଣଙ୍କୁ ଧରିବା ପାଇଁ ପ୍ରୟାସ ଜାରି ରଖିଛି । ଅନ୍ୟପଟେ ଏହି ପ୍ରେମ କାହାଣୀକୁ ନେଇ ସମଗ୍ର ଅଞ୍ଚଳରେ ଚର୍ଚ୍ଚା ଚାଲିଛି ।

ସ୍ଥାନୀୟ ଲୋକମାନେ କହିଛନ୍ତି ଯେ, ଯୁବତୀ ଜଣକ ୨ ଭାଇଙ୍କୁ ନିଜ ଜୀବନଠାରୁ ବି ଅଧିକ ଭଲ ପାଉଛି । ଯେବେ ଏହି କଥା ଘରର ବରିଷ୍ଠ ଲୋକମାନଙ୍କୁ ଜଣା ପଡିଲା, ସେବେ ହଙ୍ଗାମା ସୃଷ୍ଟି ହୋଇଥିଲା । ୩ ଜଣଙ୍କୁ ପ୍ରବଳ ଗାଳି ପଡ଼ିବା ସହ ସେହି ମାମଲାକୁ ଶେଷ କରିଦିଆଗଲା । କିନ୍ତୁ ୩ ଜଣଙ୍କ ପ୍ରେମ ଏମିତି ପାରା ଚଢ଼ିଯାଇଥିଲା କି, ସେମାନେ ଘର ଛାଡ଼ି ଫେରାର ହୋଇଗଲେ ।

ଯୁବତୀ ନିଖୋଜ ଅଭିଯୋଗ ଆସିବା ପରେ ପୋଲିସ ମଧ୍ୟ ଆକ୍ସନ ମୁଡକୁ ଚାଲିଆସିଥିଲା । ଯାଞ୍ଚ ବେଳେ ପୋଲିସକୁ ଜଣାପଡିଲା କି, ୨ ଭାଇ ଯୁବତୀକୁ ନେଇ ମାମୁଁ ଘରେ ରଖିଥିଲେ । ଏହା ପରେ ୨ ପରିବାର ମଧ୍ୟରେ ଜବରଦସ୍ତ ହଙ୍ଗାମା ହୋଇଥିଲା । ପରେ ଯୁବକଙ୍କ ମାମୁଁଙ୍କ ବିରୋଧରେ ମଧ୍ୟ ପୋଲିସ ମାମଲା ରୁଜୁ କରିଥିଲା । କିନ୍ତୁ ଏବେ ୩ ପ୍ରେମୀ କେଉଁଠାରେ ଅଛନ୍ତି, ତାହାର ସୁରାକ୍ ପାଇନାହିଁ ପୋଲିସ । ଖୁବଶୀଘ୍ର ୩ ଜଣଙ୍କୁ ଗିରଫ କରାଯିବ ବୋଲି ପୋଲିସ କହିଛି ।

Get real time updates directly on you device, subscribe now.