(Video) ଘୋଡ଼ାରେ ବସି ମଲରେ ସପିଂ କଲେ ମହିଳା, ୟୁଜର୍ସ କହିଲେ ୟେ ପାପା କି ପରୀ ନୁହେଁ ବରଂ….

ନୂଆଦିଲ୍ଲୀ: ସାଧାରଣତଃ ମହିଳାମାନଙ୍କୁ ସ୍କୁଟି ଚଳାଉଥିବା ଦେଖାଯାଇଥାଏ । କିନ୍ତୁ ବର୍ତ୍ତମାନ ସମୟରେ ସୋସିଆଲ ମିଡିଆରେ ଏଭଳି ଏକ ଭିଡିଓ ଭାଇରାଲ ହେଉଛି ଯାହାକି ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଦେଇଛି । ଜଣେ ମହିଳା ଘୋଡାରେ ବସି ମଲରେ ସପିଂ କରୁଥିବା ଦେଖାଯାଇଛି।

ସାଉଦି ଆରବର ପ୍ରସିଦ୍ଧ ଅଶ୍ୱାରୋହୀ ଶାମୁରୀ ଘୋଡା ଉପରେ ସପିଂ କରୁଥିବା ଦେଖାଯାଇଛି । ଏହା ଦେଖି ଉପସ୍ଥିତ ଲୋକେ ଆଶ୍ଚର୍ଯ୍ୟ ହୋଇଯାଇଥିବା ବେଳେ ଏହାର ଭିଡିଏ ମଧ୍ୟ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି ।

ସାମ୍ନାକୁ ଆସୁଛି ମଜାଦାର କମେଣ୍ଟ- ସାଧାରଣ କୌଣସି ଏକ ଯୁବତୀ କିଛି ଅଦ୍ଭୁତ କାର୍ଯ୍ୟ କଲେ ତାଙ୍କୁ ପାପା କି ପରୀ କୁହାଯାଇଥାଏ । କିନ୍ତୁ ଏଠାରେ ମହିଳାଜଣକ ଏଭଳି କାର୍ଯ୍ୟ କରିଛନ୍ତି ଯାହାକୁ ଦେଖି ୟୁଜର୍ସ କହିଛନ୍ତି, ୟେ କେ ବି ପାପା କି ପରୀ ହୋଇପାରିବେ ନାହିଁ । ପାପା କି ପରୀ ନୁହେଁ ୟେ ମହାରାଣୀ ଅଟନ୍ତି ।

ଶାହଦ ଅଲ ଶାମାରି ସାଉଦି ଆରବର ପ୍ରସିଦ୍ଧ ମହିଳା ଅଶ୍ୱାରୁରୀ । ଘୋଡାରେ ତାଙ୍କର ଅନନ୍ୟ ଷ୍ଟଣ୍ଟ ପାଇଁ ସବୁବେଳେ ସେ ଚର୍ଚ୍ଚାରେ ରହିଥାନ୍ତି। ଘୋଡା ସହିତ ତାଙ୍କର ଅନେକ ଭିଡିଓ ସାମ୍ନାକୁ ଆସୁଥିବା ଦେଖାଯାଇଛି ।