fbpx

ମହିଳା ହଷ୍ଟେଲରୁ ଛାତ୍ରୀଙ୍କ ଝୁଲନ୍ତା ମୃତଦେହ ଉଦ୍ଧାର, ଅତ୍ମହତ୍ୟାର କାରଣ ଅସ୍ପଷ୍ଟ

ନିମାପଡା (ଭାସ୍କର ନ୍ୟୁଜ): ନିମାପଡା ବିଜ୍ଞାପିତ ଅଂଚଳରେ ଛତୁ ଫୁଟିଲା ପରି କୋଚିଙ୍ଗ ସେଣ୍ଟର, ହଷ୍ଟେଲ ଖୋଲିଥିଲା ବେଳେ ଏଥିପ୍ରତି ପ୍ରଶାସନ କୌଣସି ଦୃଷ୍ଟି ଦେଉନାହିଁ । କେତେକ ବ୍ୟକ୍ତି ଗୃହ ନିର୍ମାଣ କରି ବ୍ୟବସାୟୀକ କାର୍ଯ୍ୟଭଳି ଲଗାଇଥିବା ବେଳେ ପରିଷଦ ପକ୍ଷରୁ ସେମାନଙ୍କ ଉପରେ କୌଣସି ଲଗାମ ନାହିଁ । ଏକ ମହିଳା ହଷ୍ଟେଲରେ ଜଣେ ଛାତ୍ରୀ ଆତ୍ମହତ୍ୟା କରିଛନ୍ତି କୁହାଯାଉଥିବା ବେଳେ କେଉଁ କାରଣରୁ ଛାତ୍ରୀ ଆତ୍ମହତ୍ୟା କଲେ ତାହା ତଦନ୍ତ ସାକ୍ଷେପ ବୋଲି ମତ ପ୍ରକାଶ ପାଇଛି ।

ମିଳିଥିବା ସୂଚନା ଅନୁଯାୟୀ କୋଣାର୍କ ଥାନା ବାଲିଦୋକାନ ନିକଟସ୍ଥ ବୁବୁଆ ଗ୍ରାମର ଯୁକ୍ତ ୨ ବିଜ୍ଞାନରେ ପାଠପଢୁଥିବା ସ୍ମୃତିଛନ୍ଦା ସ୍ୱାଇଁ ନିମାପଡା ଗୁହାଳପଡା କୋର୍ଟ ରାସ୍ତରେ ଥିବା ସାଇ ବିଦ୍ୱାନ କୋଚିଙ୍ଗ ସେଣ୍ଟରରେ ପାଠ ପଢୁଥିଲେ । ଗୁରୁବାର ହଷ୍ଟେଲର ଏକ ରୁମରେ ତାଙ୍କର ମୃତଦେହ ଝୁଲୁଥିବା ତାଙ୍କ ସାଙ୍ଗମାନେ ଦେଖି କାନ୍ଦ ବୋବାଳି କରିଥିଲେ । ମୃତଛାତ୍ରୀଙ୍କ ପିତାମାତା ପହଞ୍ଚିବା ପରେ ପୋଲିସ ଶବକୁ ଉଦ୍ଧାର କରି ଏକ ଅପମୃତ୍ୟୁ ମାମଲା ରୁଜୁ କରି ବ୍ୟବଛେଦ ପାଇଁ ପଠାଇଛି । କେଉଁ କାରଣରୁ ଛାତ୍ରୀଙ୍କ ମୃତ୍ୟୁଘଟିଛି ତାହା ତଦନ୍ତ ସାପେକ୍ଷ ବୋଲି ଜନମତ ପ୍ରକାଶ ପାଇଛି । ନିମାପଡା ଅଂଚଳରେ ଶତାଧିକ ହଷ୍ଟେଲ ବେଆଇନ ଏବଂ ବିନା ରେଜିଷ୍ଟ୍ରେସନରେ ଚାଲୁଥିବା ବେଳେ ବାରମ୍ବାର ଏକାଧିକ ଘଟଣା ଘଟିଚାଲୁଛି । କେଉଁ କାରଣରୁ ପୋଲିସ ଏବଂ ପରିଷଦର ପ୍ରଶାସନ ଏ ବିଷୟରେ ଦୃଷ୍ଟିଦେଉନାହିଁ ତାହା ପ୍ରଶ୍ନବାଚୀ ସୃଷ୍ଟି କରିଛି ।

Get real time updates directly on you device, subscribe now.