ବରଗଡ଼: ବରଗଡ଼ ଗାଏସିଲାଟ ଥାନା ଫିରିଙ୍ଗିମାଲ ଗାଁରେ ନାବାଳିକା ଆତ୍ମାହୁତି ଘଟଣାରେ ବଡ଼ ଖବର ଏବେ ସାମ୍ନାକୁ ଆସିଛି ।
ରେକର୍ଡ ହୋଇଛି ନାବାଳିକାଙ୍କ ଜମାନବନ୍ଦୀ । ଯେଉଁଥିରେ ପୀଡ଼ିତା ଦେଇଛନ୍ତି ବଡ଼ ବୟାନ । ୮ମ ଶ୍ରେଣୀ ନାବାଳିକାଙ୍କୁ ହତ୍ୟା ଉଦ୍ୟମ କରାଯାଇଥିବା ଅଭିଯୋଗ ଆଣିଲେ ନାବାଳିକା ।
ବୟାନରେ ପୀଡ଼ିତା ଜଣେ ଝିଅର ନାଁ ନେଉଛନ୍ତି । ନାବାଳିକା ପୋଡ଼ିଯାଇଥିବା କାରଣରୁ ନାଁଟି ସ୍ପଷ୍ଟ ଭାବେ ଜଣାପଡ଼ୁ ନାହିଁ । ଗୁରୁତର ଥିବାରୁ ଶୀଘ୍ର ମେଡିକାଲ ନେବା ପାଇଁ ନିଜେ ପୀଡ଼ିତା କରିଛନ୍ତି ନିବେଦନ ।
ପୀଡ଼ିତା ଜମାନବନ୍ଦୀରେ କହିଛନ୍ତି, ଯେ ସେ ୮ମ ଶ୍ରେଣୀରେ ପଢ଼ୁଛନ୍ତି, ତାଙ୍କ ବୟସ ୧୩ ବର୍ଷ ।
ଆତ୍ମାହୁତି କଥା ପଚାରିବାରୁ ସେ କହିଛନ୍ତି, ଟୁକେଲ୍ ଗୁଟେ ହତ୍ୟା କଲା…. ମୋତେ ଜଲଦି ନିଅ ।
ସେପଟେ ଅର୍ଦ୍ଧଦଗ୍ଧ ନାବାଳିକାଙ୍କୁ ବୁର୍ଲା ରେଫର କରାଯାଇଛି । ନାବାଳିକାଙ୍କ ସ୍ଥିତି ସଙ୍କଟାପନ୍ନ ଥିବା ସୂଚନା ।
ଚିକିତ୍ସା ପାଇଁ ସ୍ୱତନ୍ତ୍ର ଡାକ୍ତରୀ ଟିମ୍ ପ୍ରସ୍ତୁତ ଥିବା କୁହାଯାଉଛି । ଏ ନେଇ ବଲାଙ୍ଗିର ଏସପି ଅଭିଳାଷ ଜି’ ଦେଇଛନ୍ତି ସୂଚନା ।