fbpx

ଯୁବତୀଙ୍କ ହାତଗୋଡ ବାନ୍ଧି ଜାଳିଦେଲେ!

କଟକ,୨୫ ।୨(ଓଡିଶା ଭାସ୍କର): ଜଳନ୍ତା ଘର ଭିତରୁ ହାତଗୋଡ ବନ୍ଧା ଅବସ୍ଥାରେ ଜଣେ ଗୁରୁତର ଯୁବତୀଙ୍କୁ ଉଦ୍ଧାର କରାଯାଇଛି । କଟକ ମାନସିଂପାଟଣାରେ ଜଳୁଥିବା ଏକ ଘର ଭିତରୁ ଯୁବତୀ ଉଦ୍ଧାର ହୋଇଛନ୍ତି । ଘର ଭିତରୁ ଯୁବତୀଙ୍କ ହାତଗୋଡ ବନ୍ଧା ଯାଇଥିବା ସୂଚନା ମିଳିଛି । ଗୁରୁତର ଅବସ୍ଥାରେ ଯୁବତୀଙ୍କୁ ଏସସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଛି । କିନ୍ତୁ ଅଗ୍ନିକାଣ୍ଡର କାରଣ ବର୍ତ୍ତମାନ ସୁଦ୍ଧା ଜଣାପଡିନାହିଁ । ଯୁବତୀ ଜଣକ ସ୍ଥାନୀୟ ଏକ କଲେଜରେ ପଢୁଥିବା ବେଳେ ସେ ଏକ ଭଡାଘରେ ରହୁଥିଲେ । ନିଆଁ ଲାଗିଯିବା କାରଣରୁ ଯୁବତୀ ଜଣକ ଆହତ ହୋଇଥିବା ଜଣାପଡିଛି । ପୋଲିସ ଏହି ଘଟଣାରେ ଖୋଳତାଡ ଜାରି ରଖିଛି ।

Get real time updates directly on you device, subscribe now.