fbpx

ଜଙ୍ଗଲରୁ ୨ ଗଳିତ ମୃତଦେହ ଉଦ୍ଧାର

ଭଞ୍ଜନଗର,୨୫ ।୨(ଓଡିଶା ଭାସ୍କର): ଜଙ୍ଗଲ ଭିତରୁ ୨ଟି ଗଳିତ ମୃତଦେହ ଉଦ୍ଧାର କରିଛି ପୋଲିସ । ଭଞ୍ଜନଗର ଗାଙ୍ଗପୁର ଥାନା ବୁଢାକେନ୍ଦୁ ଜଙ୍ଗଲ ଭିତରୁ ପୋଲିସ ମୃତଦେହ ଉଦ୍ଧାର କରିଛି । ଗୋଟିଏ ମୃତଦେହ ଗଛରେ ଝୁଲୁଥିବା ବେଳେ ଅନ୍ୟଟି ତଳେ ପଡିଥିବା ଦେଖିବାକୁ ମିଳିଛି । ବନବିଭାଗ କର୍ମଚାରୀ ଦେଖିବାକୁ ପରେ ପୋଲିସକୁ ଏନେଇ ଖବର ଦେଇଥିଲେ । ମୃତଦେହ ଜଣେ ଯୁବକ ଓ ଯୁବତୀର  ପୋଲିସ ସୂତ୍ରରୁ ଜଣାପଡିଛି । ପ୍ରାୟ ୧୦ରୁ ୧୨ ଦିନ ତଳେ ମୃତ୍ୟୁ ଘଟିଛି ବୋଲି ସନ୍ଦେହ କରିଛି ପୋଲିସ । ମୃତକ ଯୁବକ, ଯୁବତୀଙ୍କ ପରିଚୟ ଜଣାପଡିନଥିବା ବେଳେ ମୃତ୍ୟୁର କାରଣ ଏବେବି ଅସ୍ପଷ୍ଟ ରହିଛି । ଘଟଣାସ୍ଥଳରେ ସାଇଣ୍ଟିଫିକ୍ ଟିମ୍ ପହଞ୍ଚି ତଦନ୍ତ ଜାରି ରଖିଛି ।

Get real time updates directly on you device, subscribe now.