ବିବାହକୁ ୨ ଦିନ, ଭାବି ସ୍ୱାମୀକୁ ମାରି କୋମାକୁ ଫଟେଇ ଦେଲା ଭାବି ସ୍ତ୍ରୀ

ପ୍ରେମିକ ସହ ରଚିଲା ଷଡ଼ଯନ୍ତ୍ର। ଭାବି ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ କଲା ଯୋଜନା।

ହରିୟାଣା: ବିବାହ ଏମିତି ଏକ ଦିନ ଯେଉଁ ଦିନକୁ ପ୍ରାୟ ସବୁ ପୁଅ ଝିଅ ଅପେକ୍ଷା କରି ରହିଥାନ୍ତି। ହେଲେ ଏଠି ଜଣେ କନିଆଁ ନିଜ ବାହାଘରର ୨ ଦିନ ପୂର୍ବରୁ ନିଜର ହେବାକୁ ଥିବା ଭାବି ସ୍ୱାମୀକୁ ମାରି କୋମାକୁ ପଠେଇ ଦେଇଛି।

ଏହି କଥାଟି ଆଶ୍ଚର୍ଯ୍ୟ ଲାଗୁଥିଲେ ବି ସତ। ଜଣେ ୨୮ ବର୍ଷୀୟ ଯୁବକକୁ ତାଙ୍କ ହେବାକୁ ଥିବା ପତ୍ନୀ ମରଣାନ୍ତକ ଆକ୍ରମଣ କରି କୋମାକୁ ପଠେଇ ଦେଇଥିବା ଅଭିଯୋଗ ହୋଇଛି। ଏବଂ ହସ୍ପିଟାଲରେ ବର ଜଣକ ଏବେ ଭେଣ୍ଟିଲେଟର ସପୋର୍ଟରେ ଅଛନ୍ତି।

ବାହାଘରକୁ ୨ ଦିନ: ତେବେ ଏହି ଘଟଣାଟି ହେଉଛି ହରିୟାଣାର ଫରିଦାବାଦର। ୨୮ ବର୍ଷୀୟ ଗୌରବ, ଯାହାଙ୍କର ନେହା ନାମକ ଜଣେ ଯୁବତୀଙ୍କ ସହ ନିର୍ବନ୍ଧ ସରିଥିଲା। ଆଉ ଆଜି ତାଙ୍କର ବାହାଘର ଥିଲା। ପେସାରେ ଗୌରବ ଜଣେ ଆଇଟିଆଇ ଶିକ୍ଷକ।

ହେଲେ ବାହାଘରର ୨ ଦିନ ପୂର୍ବରୁ ଅର୍ଥାତ୍ ୧୭ ତାରିଖ ଦିନ ଆଦର୍ଶ ନଗର ନିକଟରେ ଗୌରବଙ୍କ ଉପରେ ୨ ଜଣ ବ୍ୟକ୍ତି ଆକ୍ରମଣ କରିଥିଲେ। ଯେଉଁଥିରେ ଗୌରବଙ୍କ ଅବସ୍ଥା ଅତ୍ୟନ୍ତ ସୋଚନୀୟ ହୋଇ ପଡିଥିଲା। ଆଉ ସେ ବେହୋସ ହେବା ପୂର୍ବରୁ ପରିବାର ଲୋକଙ୍କୁ ଫୋନ କରି ଜଣାଇଥିଲେ, କି ତାଙ୍କ ଉପରେ ଆକ୍ରମଣ ହୋଇଛି।

ଭାବି ପତ୍ନୀ କରିଥିଲା ଆକ୍ରମଣ: ଆଉ ପରିବାର ଲୋକେ ଗୌରବର ଫୋନ୍ ପାଇବା ମାତ୍ରେ ଘଟଣାସ୍ଥଳରେ ପହଞ୍ଚି ଗୌରବକୁ ଉଦ୍ଧାର କରି ହସ୍ପିଟାଲରେ ଭର୍ତ୍ତି କରିଥିଲେ। ଆଉ ଏହି ଆକ୍ରମଣ ପଛରେ ମୁଖ୍ୟ ଅଭିଯୁକ୍ତ ଗୌରବଙ୍କ ସହ ହେବାକୁ ଥିବା ତାଙ୍କ ଭାବି ପତ୍ନୀ ବୋଲି ଅଭିଯୋଗ କରିଛନ୍ତି।

ପରିବାର ଲୋକଙ୍କ କହିବା କଥା, ଯୋଜନାବଦ୍ଧ ଭାବରେ ଗୌରବଙ୍କୁ ଆକ୍ରମଣ ହୋଇଛି। ଆଉ ତାଙ୍କ ଭାବି ପତ୍ନୀ ହିଁ ତାଙ୍କ ଉପରେ ମରଣାନ୍ତକ ଆକ୍ରମଣ କରିଛନ୍ତି। ଯେଉଁଥିରେ ଆକ୍ରମଣକାରୀମାନେ ଗୌରବକୁ ବାଡ଼ି ଏବଂ ବେସବଲ୍ ବ୍ୟାଟରେ ପିଟିଥିଲେ।

ଯାହା ଫଳରେ ତାଙ୍କର ଉଭୟ ଗୋଡ, ଗୋଟିଏ ହାତ ଏବଂ ନାକ ହାଡ଼ ଭାଙ୍ଗି ଯାଇଛି। ଏବଂ ମୁଣ୍ଡରେ ମଧ୍ୟ ଶକ୍ତ ଆଘାତ ଲାଗିଛି। ଯେଉଁଥି ପାଇଁ ସେ କୋମାକୁ ଚାଲିଯାଇଛନ୍ତି।

ସୌରଭ ଦେଖାଇଥିଲେ ଫଟୋ: ଆଉ ଏହି ଘଟଣାର ଟ୍ୱିଷ୍ଟ ହେଲା ଦୁଇ ଦିନ ପରେ ଗୌରଭଙ୍କର ଯାହା ସହ ବାହାଘର ହେବାର ଥିଲାର ତାର ପୂର୍ବରୁ ଜଣେ ପ୍ରେମିକ ଥିଲା। ଯାହାର ନାଁ ହେଉଛି ସୌରଭ। ଆଉ ସୌରଭ କଥା ଘରେ କହିଥିଲେ ଗୌରବ। ଯାହାଙ୍କ ସହ ମିଶି ଏହି ଷଡ଼ଯନ୍ତ୍ର ରଚିଥିଲା ଭାବି ପତ୍ନୀ।

ପୂର୍ବରୁ ମଧ୍ୟ ଗୌରବଙ୍କୁ ଧମକ ଆସିଥିଲା। ଆଉ ଧମକ ମିଳିବା ପରେ ଗୌରବଙ୍କ ବାପା ସୌରଭ ନାଁରେ ଅଭିଯୋଗ କରିଥିଲେ। କିନ୍ତୁ ସୌରଭ କ୍ଷମା ମାଗିବା ପରେ ମାମଲା ସମାଧାନ ହୋଇଥିଲା।

ଚେନ୍ ମୁଦି ଛଡ଼େଇ ନେଲେ: ହେଲେ ବାହାଘରର ଦୁଇ ଦିନ ପୂର୍ବରୁ ପ୍ରେମିକ ସହ ମିଶି ଭାବି ପତ୍ନୀ ଭାବି ସ୍ୱାମୀକୁ ସବୁଦିନ ପାଇଁ ରାସ୍ତାରୁ ହଟାଇ ଦେବାକୁ ଯୋଜନା କରିଥିବା ଅଭିଯୋଗ ହୋଇଛି।

ପରିବାର ପକ୍ଷରୁ ଏହା ମଧ୍ୟ ଅଭିଯୋଗ କରାଯାଇଛି ଯେ ୧୫ ଏପ୍ରିଲରେ ନିର୍ବନ୍ଧ ସମୟରେ ନେହାଙ୍କ ପରିବାର ଗୌରବଙ୍କୁ ଏକ ସୁନା ମୁଦି ଏବଂ ଚେନ୍ ଦେଇଥିଲେ। ଆକ୍ରମଣ ସମୟରେ ସୌରଭ ଏଗୁଡ଼ିକୁ ନେଇଯାଇଥିବା ଜଣାପଡ଼ିଛି। ଏବଂ କହିଥିଲା ଏସବୁ ଉପରେ ତୋର କିଛି ଅଧିକାର ନାହିଁ।

ସଦର ବଲ୍ଲଭଗଡ଼ ପୋଲିସ ଷ୍ଟେସନର ଷ୍ଟେସନ ହାଉସ୍ ଅଫିସର ଉମେଶ କହିଛନ୍ତି ଯେ ଏଫଆଇଆରରେ ଦୁଇ ଅଭିଯୁକ୍ତଙ୍କ ନାମ ଦିଆଯାଇଛି ଏବଂ ତଦନ୍ତ ଜାରି ରହିଛି।