fbpx

ଲାଇଭ ମ୍ୟାଚରେ ପ୍ରପୋଜ କରିବା ପଡିଲା ମହଙ୍ଗା: ଗାଲରେ ଠୋ କରି ଲଗାଇ ଦେଲେ ଗାର୍ଲଫ୍ରେଣ୍ଡ

ଦୁଇ ଜଣ କପଲ ଯେବେ ପ୍ରପୋଜ କରନ୍ତି, ଏହି କ୍ଷଣକୁ ସେମାନେ ଖୁବ ସ୍ପେଶାଲ ଏବଂ ସ୍ମରଣୀୟ କରିବା ପାଇଁ ଇଚ୍ଛା ରଖିଥାନ୍ତି । ଏହାକୁ ସାରା ଜୀବନ ମନେ ରଖିବା ପାଇଁ ଅନେକ ପ୍ରକାର ଚେଷ୍ଟା କରିଥାନ୍ତି ପ୍ରେମୀ ଯୁଗଳ । କେହି ଏଥିପାଇଁ ସାଙ୍ଗମାନଙ୍କ ସାହାଯ୍ୟ ନେଇଥାନ୍ତି ତ ଆଉ କେହି ଏହାକୁ ଅନ୍ୟ ପ୍ରକାରରେ ସେଲିବ୍ରେଟ କରିଥାନ୍ତି । ତେବେ ମ୍ୟାଚ ରେ ପ୍ରପୋଜ କରିବା ଏବେ ଏକ ପ୍ରକାର ଟ୍ରେଣ୍ଡ ପାଲଟିଗଲାଣି । କିନ୍ତୁ ଏମିତି ପ୍ରପୋଜ କରିବା ଜଣେ ଯୁବକଙ୍କୁ ମହଙ୍ଗା ପଡି ଯାଇଛି । ଗାର୍ଲଫ୍ରେଣ୍ଡଙ୍କଠାରୁ ଏକ ଜୋରଦାର ଚଟକଣା ବାଜିଛି ଏହି ଯୁବକଙ୍କ ଗାଲରେ ।

ଷ୍ଟାଡିୟମ ଫୁଲ ଥିବା ସମୟରେ ଜଣେ ମହିଳାଙ୍କୁ ପ୍ରପୋଜ କରିଥିଲେ ଜଣେ ଯୁବକ । କିନ୍ତୁ ଯେତେବେଳେ ସେ ତଳେ ଆଣ୍ଠେଇ ଗାର୍ଲଫ୍ରେଣ୍ଡଙ୍କୁ ପ୍ରେମର ନିବେଦନ କରିଛନ୍ତି, ସେ ତାଙ୍କ ଗାଲକୁ ଏକ ଶକ୍ତ ଚାପୁଡା ଲଗାଇ ଦେଇଛନ୍ତି । ଏହାର କାରଣ ମଧ୍ୟ ଖୁବ ଆଶ୍ଚର୍ଯ୍ୟଜନକ ରହିଛି । ପ୍ରକୃତରେ ଘଟଣା ହେଉଛି ଏମିତି କି, ଯୁବକ ଜଣକ ତଳେ ଆଣ୍ଠୁ ମାଡି ରିଙ୍ଗ ପ୍ୟାକେଟରୁ ମୁଦି ବାହାର କରି ଗାର୍ଲଫ୍ରେଣ୍ଡକୁ ପ୍ରପୋଜ କରିବାକୁ ଚାହିଁଥିଲେ । କିନ୍ତୁ ମୁଦି ବଦଳରେ ପ୍ୟାକେଟରୁ ଏକ ଲଲିପପ୍ ବାହାରିଥିଲା । ଯାହାକୁ ଦେଖି ମହିଳା ରାଗି ଯାଇଥିଲେ ଏବଂ ଯୁବକଙ୍କ ଗାଲକୁ ଚାପୁଡା ଲଗାଇ ଦେଇଛନ୍ତି । କାରଣ ସେ ଭାବିଥିଲେ ଯେ ପ୍ୟାକେଟ ଭିତରୁ ମୁଦି ବାହାରିବ ବୋଲି । କିନ୍ତୁ ଲଲିପପ୍ ଦେଖି ବୟଫ୍ରେଣ୍ଡଙ୍କୁ ଏତେ ଲୋକଙ୍କ ସାମନାରେ ଚାପୁଡା ମାରି ଦେଇଛନ୍ତି ଗାର୍ଲଫ୍ରେଣ୍ଡ ।

ସୂଚନା ଅନୁଯାୟୀ, ଆମେରିକାର ଏକ ବେସବଲ ଷ୍ଟାଡିୟମର ବୋଲି ଜାଣିବାକୁ ମିଳିଛି । ମ୍ୟାଚ ସମୟରେ ଏମିତି ଏକ ଘଟଣାର ଭିଡିଓ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଅନେକ ଲୋକ ଏହି ଭିଡିଓରେ ଭିନ୍ନ ଭିନ୍ନ ପ୍ରତିକ୍ରିୟା ଦେଇଛନ୍ତି ।

Get real time updates directly on you device, subscribe now.