ଦରକାର ନାହିଁ Boy Friend, ସବୁ ସଉକ ପୂରା କରୁଛି AI
AI ପ୍ରେମରେ ପଡ଼ିଛନ୍ତି ଯୁବତୀ । ଖର୍ଚ୍ଚ କରୁଛନ୍ତି ଲକ୍ଷ ଲକ୍ଷ ଟଙ୍କା ।
ବେଜିଂ: ବର୍ତ୍ତମାନ ସମୟରେ ଆର୍ଟିଫିସିଆଲ ଇଣ୍ଟେଲିଜେନ୍ସ ବା ଏଆଇର ବ୍ୟବହାର ବଢ଼ିବାରେ ଲାଗିଛି । ବିଶ୍ୱରେ ଏମିତି ଏକ ଦେଶ ଅଛି ଯେଉଁଠାରେ ଯୁବତୀମାନେ ଏଆଇ ପ୍ରେମରେ ପାଗଳୀ ହୋଇଛନ୍ତି ।
ଚୀନରେ ଯୁବତୀମାନେ ଏଆଇ ଚାର୍ଟବୋଟକୁ ନିଜ ବୟଫ୍ରେଣ୍ଡ ଭାବେ ବ୍ୟବହାର କରୁଛନ୍ତି । ଏ ନେଇ ଯୁବତୀମାନେ ମୋଟା ଅଙ୍କର ଟଙ୍କା ମଧ୍ୟ ଖର୍ଚ୍ଚ ପରିବାକୁ ପଛାଉ ନାହାନ୍ତି ।
ଲକ୍ଷାଧିକ ତାଙ୍କ ଖର୍ଚ୍ଚ: ଗତ ଜାନୁଆରୀରେ ଚୀନରେ ଏକ ନୂଆ ଡେଟିଂ ସିମ୍ୟୁଲୋନ୍ ଗେମ୍ ‘ଲଭ୍ ଆଣ୍ଡ ଡିସସ୍ପେସ୍’ ଲଞ୍ଚ ହୋଇଥିଲା । ସଂଘାଇରେ ଥିବା କମ୍ପାନୀ ପେପର ଗେମ୍ ପକ୍ଷରୁ ଏହି ଗେମ୍ ଲଞ୍ଚ କରାଯାଇଥିଲା । ଏଆଇ ଏବଂ ଭଏସ୍ ରେକଗନାଇଜେଶନର ବ୍ୟବହାର କରି ୫ଟି କ୍ୟାରେକ୍ଟର ତିଆରି କରାଯାଇଛି । ଏହି ଗେମ ବର୍ତ୍ତମାନ ଜାପାନୀ, ଇଂରାଜୀ ଭାଷାରେ ମଧ୍ୟ ଉପଲବ୍ଧ ।
ବଢୁଛି ଚାହିଦା: ଏହି ଗେମର ମାସିକ ଆକ୍ଟିଭ ୟୁଜର ୬୦ ଲକ୍ଷ । ଚାଇନାର ଅଧିକାଂଶ ଲୋକ ଏହି ଗେମ୍ ଖେଳୁଥିବାବେଳେ ବହୁଜଣ ଏ ଗେମ୍ ପାଇଁ ୪ ଲକ୍ଷରୁ ଅଧିକ ଟଙ୍କା ଖର୍ଚ୍ଚ କରୁଥିବା ଜଣାପଡ଼ିଛି ।
ଟେକ୍ ଦିଗ୍ଗଜ ଆପଲ ମଧ୍ୟ ଏ ଗେମକୁ ନେଇ ଆଗ୍ରହ ଦେଖାଇଛି । ଚୀନରେ ଏହାର ଚାହିଦା ଅଧିକ ଥିବାବେଳେ ଲମ୍ବା ସମୟ ଧରି ଏଠାକାର ଯୁବତୀମାନେ ଏ ଖେଳରେ ଉଭୟ ସମୟ ଓ ଟଙ୍କା ବିନିଯୋଗ କରିବାରେ ଲାଗିଛନ୍ତି ।