ଓଡ଼ିଶା ଭାସ୍କର: ଘରକୁ ବିବାହ କାର୍ଡ଼ଟିଏ ଆସିଲେ ଯେତିକି ଖୁସି ଲାଗେ ସେତିକି ଚିନ୍ତା ମଧ୍ୟ ହୁଏ । ବିଶେଷ କରି କ’ଣ ଉପହାର ଦେବେ କ’ଣ ନାହିଁ ସେ ନେଇ ମନରେ ଅନେକ ଦ୍ୱନ୍ଦ୍ୱ ଦେଖାଦିଏ । ବିବାହ ଋତୁରେ ପ୍ରାୟ ଗିଫ୍ଟ ବଜାର ଚଳଚଞ୍ଚଳ ହୋଇଉଠେ । ଆଜିକାଲିର କପଲଙ୍କ ପସନ୍ଦଙ୍କୁ ଦୃଷ୍ଟିରେ ରଖି ବଜାରରେ ବିଭିନ୍ନ ପ୍ରକାର ଆକର୍ଷଣୀୟ କଷ୍ଟମାଇଜ୍ଡ ଉପହାର ମଧ୍ୟ ଉପଲବ୍ଧ ହେଲାଣି । କିନ୍ତୁ ବଜେଟକୁ ନେଇ ଅଧିକାଂଶ ବ୍ୟକ୍ତି ପଛଘୁଞ୍ଚା ଦେଇଥାନ୍ତି । ସାମ୍ନା ବ୍ୟକ୍ତିର ପସନ୍ଦ ନ ଜାଣି ଉପହାର କିଣିବା ମଧ୍ୟ କାଠିକର ପାଠ ।
ସାଧାରଣତଃ ଲୋକମାନେ ବିବାହରେ ଉପହାର ନାଁରେ ଶଗୁନର ଖାମ୍ ଦେଇଥାନ୍ତି । ଏହା ପାରମ୍ପରିକ ଏକ ଉତ୍ତମ ବିକଳ୍ପ ଅଟେ । କିନ୍ତୁ ଆଜିକାଲି ଟ୍ରେଣ୍ଡରେ ପରିବର୍ତ୍ତନ ଦେଖିବାକୁ ମିଳିଛି । ଅନ୍ୟମାନଙ୍କ ସାମ୍ନାରେ ନିଜ ଇମ୍ପ୍ରେସନ୍ ଜମାଇବା ପାଇଁ ନବ ବିବାହିତ ଦମ୍ପତ୍ତିଙ୍କୁ ଆକର୍ଷଣୀୟ ଉପହାର ଭେଟି ଦେଉଛନ୍ତି । ତେବେ ଆସନ୍ତୁ ଜାଣିବା ଏଭଳି କିଛି ଗିଫ୍ଟିଙ୍ଗ୍ ଆଇଡିଆ ବିଷୟରେ ଯାହା ଚୁଟକିରେ ଆପଣଙ୍କ ସମସ୍ୟାର ସମାଧାନ କରିପାରିବ ।
୧. ଗିଫ୍ଟ ଭାଉଚର: ନବ ଦମ୍ପତ୍ତିଙ୍କ ପାଇଁ ଗିଫ୍ଟ ଭାଉଚର ଏକ ସ୍ମାର୍ଟ ଏବଂ ଟ୍ରେଣ୍ଡିଂ ବିକଳ୍ପ । ଏହି ଉପହାର କପଲଙ୍କୁ ସେମାନଙ୍କ ମନପସନ୍ଦ ଜିନିେ ଚୟନ କରିବାରେ ସ୍ୱାଧୀନତା ପ୍ରଦାନ କରିଥାଏ ।
୨. ୱେଡିଂ ୱାଇନ୍ ବକ୍ସ: ଏହା ଏକ ମୂଲ୍ୟବାନ ଏବଂ ସ୍ପେସାଲ ଉପହାର ଯାହା କେବଳ ନିକଟବର୍ତ୍ତୀ ସାଙ୍ଗସାଥିଙ୍କୁ ଦିଆଯାଇଥାଏ । ଏଭଳି ଉପହାର କପଲ୍ସଙ୍କ ପାର୍ଟି ମାହୋଲକୁ ଜମାଇଥାଏ ।
୩. ଲକ୍ଷ୍ମୀ ଗଣେଶଙ୍କ ମୂର୍ତ୍ତୀ: ଲକ୍ଷ୍ମୀ ଏବଂ ଗଣେଶଙ୍କ ପ୍ରତିମୂର୍ତ୍ତୀ ଆର୍ଶୀବାଦ ଭାବେ ଦିଆଯାଇଥାଏ । ଏହାକୁ ସେମାନେ ଶୋ ପିସ୍ ଭାବେ ସଜାଇ ପାରିବେ କିମ୍ବା ପୂଜା ମଧ୍ୟ କରିପାରିବେ । ଏଭଳି ଉପହାର ଶୁଭତାର ପ୍ରତିକ ଅଟେ ।
୪. କିଚେନ୍ ଗେଜେଟ୍ସ: କଫି ମେକର, ସାଣ୍ଡୱିଚ୍ ମେକର, ବ୍ଳେଣ୍ଡର, ଟୋଷ୍ଟର, ମାଇକ୍ରୋୱେଭ୍ ଆଦି ଭଳି ସ୍ମାର୍ଟ କିଚେନ୍ ଗେଜେଟ୍ସ ସେମାନଙ୍କ ଦୈନନ୍ଦିନ ଜୀବନରେ କାମରେ ଆସିଥାଏ । ଏଭଳି ଉପହାର ରୋଷେଇ ଘରକୁ ଏକ ମଡ଼ର୍ଣ୍ଣ ଲୁକ୍ ଦେଇଥାଏ ।
୫. କପଲ ହାତ ଘଣ୍ଟା: ଆଜିକାଲି କପଲ ହାତ ଘଣ୍ଟା ଟ୍ରେଣ୍ଡରେ ରହିଛି । ଏହା କପଲଙ୍କ ମଧ୍ୟରେ ଏକତା ଏବଂ ପ୍ରେମକୁ ସୂଚାଇଥାଏ । କପଲ ଘଣ୍ଟା ସ୍ୱତନ୍ତ୍ର ଅନୁଭବ କରାଇଥାଏ ।
୬. ଫଟୋ ଫ୍ରେମ୍: ଏହା ଏକ ବଜେଟ୍ ଫ୍ରେଣ୍ଡଲି ଉପହାର । ଫଟୋ ଆଲବମ୍ କିମ୍ବା ଫଟୋ ଫ୍ରେମରେ କପଲ ସେମାନଙ୍କ ସ୍ମୃତି ସାଇତି ରଖିପାରିବେ । ସୁନ୍ଦର ସୁନ୍ଦର ଡିଜାଇନର ଫଟେ ଫ୍ରେମ୍ କକ୍ଷର ସୁନ୍ଦରତାକୁ ମଧ୍ୟ ବୃଦ୍ଧି କରିଥାଏ ।
୭. ଟେବୁଲ ଲାମ୍ପ୍: ଆଜିକାଲି ଟେବୁଲ ଲାମ୍ପ ଏକ ଲୋକପ୍ରିୟ ଗିଫ୍ଟ ଚଏସ୍ । ଏହା ଘରର ସାଜସଜ୍ଜାରେ ନୂଆ ଲୁକ୍ ଆଣିଥାଏ । ଆଜିକାଲି ବଜାରରେ ବିଭିନ୍ନ ପ୍ରକାର ଟେବୁଲ ଲାମ୍ପ ଉପଲବ୍ଧ । ଏହା ବ୍ୟତୀତ ମଡ଼ର୍ଣ୍ଣ ହୋମ୍ ଡେକର ଯେପରି ବେଡ୍ ଲାମ୍ପ୍, କ୍ୟାଣ୍ଡେଲ ଷ୍ଟାଣ୍ଡ୍, ୱାଟର ଫାଉଣ୍ଟେନ୍ ଭଳି ଉପହାର ଦେଇପାରିବେ ।